ଫେରିଯିବ ‘ସୁନ୍ଦରୀ’

March 21, 2021, ଓଡ଼ିଶା, , Anupambharat News Bureau


ଫେରିଯିବ ‘ସୁନ୍ଦରୀ’
Anupambharat News Bureau
March 21, 2021

ଭୁବନେଶ୍ୱର/ଅନୁଗୋଳ,୨୧ା୩(ଅନୁପମ ମିଡ଼ିଆ): ମଧ୍ୟପ୍ରଦେଶର ‘କାହ୍ନା’ ଅଭୟାରଣ୍ୟକୁ ଫେରିଯିବ ବାଘୁଣୀ ସୁନ୍ଦରୀ । ସୁନ୍ଦରୀକୁ ନେବା ପାଇଁ ସେଠାରୁ ଗୋଟିଏ ୬ ଜଣିଆ ଟିମ୍‌ ରବିବାର ଓଡିଶା ଆସିଛନ୍ତି । ଟିମ୍‌ରେ ଜଣେ ଏସିସିଏଫ୍‌ ଓ ଡାକ୍ତର ଅଛନ୍ତି । ଏହି ଟିମ୍‌ ସୁନ୍ଦରୀର ବ୍ୟବହାର, ଚାଲିଚଳଣ ଓ ସ୍ୱାସ୍ଥ୍ୟ ସମୀକ୍ଷା କରିବେ । ତେବେ ସୁନ୍ଦରୀ କେବେ ଫେରିବ, ତାହା ୩ରୁ ୪ ଦିନ ସମୀକ୍ଷା ପରେ ଟିମ୍‌ ଜଣାଇବ । ସୁନ୍ଦରୀକୁ ରଖିବା ଲାଗି ‘କାହ୍ନା’ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବଡ଼ ଯନ୍ତା ରଖାଯାଇଛି । ତେବେ ସୁନ୍ଦରୀକୁ ଆଣିବା ଯେତିକି ବାଧା ଥିଲା, ସେତିକି ଶିକ୍ଷା ମଧ୍ୟ ଥିଲା ବୋଲି ପିସିସିଏଫ୍‌ ଶଶୀ ପଲ୍‌ କହିଛନ୍ତି । ତେବେ ଏ ପ୍ରକଳ୍ପ ବିଫଳ ହୋଇନାହିଁ । ଏନ୍‌ଟିସିଏ ନିୟମାବଳୀ ଆଧାରରେ ପ୍ରକଳ୍ପ ପୁଣି ଆରମ୍ଭ ହେବ ବୋଲି ସେ କହିଛନ୍ତି । ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ କାହ୍ନା ଅଭାୟାରଣ୍ୟରୁ ବାଘୁଣୀ ସୁନ୍ଦରୀକୁ ସାତକୋଶିଆ ଅଭାୟରଣ୍ୟକୁ ଅଣାଯାଇଥିଲା । ମାତ୍ର ବାଘୁଣୀ କୋର ଏରିଆକୁ ନଯାଇ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂରି ବୁଲି ମଣିଷ ଓ ଗୋରୁଙ୍କୁ ଶିକାର କରିଥିବା ଅଭିଯୋଗ ହୋଇଥିଲା । ଫଳରେ ସୁନ୍ଦରୀକୁ ଫେରାଇ ନେବା ପାଇଁ ଦାବି ଉଠିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାନ୍ଥ ଭୂଷୁଡି ୪ ମୃତ, ୨ ଗୁରୁତର ମାଟି ତଳେ ଦବି ରହିଛନ୍ତି ଅନେକ

କାନ୍ଥ ଭୂଷୁଡି ୪ ମୃତ, ୨ ଗୁରୁତର ମାଟି ତଳେ ଦବି ରହିଛନ୍ତି ଅନେକ

Read More...

ଆଇଜିଏଚ୍‌ରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପିତ

ଆଇଜିଏଚ୍‌ରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page