ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସ୍ଥଗିତ ଯାତ୍ରା ଆୟୋଜନ ଦିନକୁ ନେଇ ବିବାଦ

March 19, 2021, ଓଡ଼ିଶା, , Anupambharat News Bureau


ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସ୍ଥଗିତ ଯାତ୍ରା ଆୟୋଜନ ଦିନକୁ ନେଇ ବିବାଦ
Anupambharat News Bureau
March 19, 2021

ବ୍ରହ୍ମପୁର,୧୯ା୩(ଅନୁପମ ମିଡ଼ିଆ): ପ୍ରସିଦ୍ଧ ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ସ୍ଥଗିତ ରହିଛି । ଯାତ୍ରା ପରିଚାଳନାକାରୀ ପି.ଦୁର୍ଗାପ୍ରସାଦ ଏବଂ ପ୍ରଶାସନ ମଧ୍ୟରେ ଆୟୋଜନ ତାରିଖ ନେଇ ଟଣାଓଟରା ପରେ ଚଳିତ ବର୍ଷ ମା’ଙ୍କ ଆଗମନକୁ ନେଇ ପ୍ରଥମେ ଦ୍ୱନ୍ଦ ଉପୁଜି ଥିଲା । ଫଳରେ ଶୁକ୍ରବାର ବିଳମ୍ବିତ ରାତିରେ ହେବାକୁ ଥିବା ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ପ୍ରଶାସନ ପକ୍ଷରୁ ଯାତ୍ରା ଆୟୋଜନ ପାଇଁ କେବଳ ସାତ ଦିନ ପାଇଁ ଅନୁମତି ଦିଆଯାଉଥିବା ବେଳେ ୨୧ ଦିନରୁ କମ୍‌ ହେଲେ ଯାତ୍ରା କରାଯାଇ ପାରିବ ନାହିଁ ବୋଲି ଦେଶିବେହେରା ଦୁର୍ଗାପ୍ରସାଦ ରୋକ୍‌ଠୋକ୍‌ ପ୍ରକାଶ କରିଥିଲେ । ଏନେଇ ବିଳମ୍ବିତ ରାତି୍ର ପର୍ଯ୍ୟନ୍ତ ବିଏମ୍‌ସିରେ ବୈଠକ ଅନୁଷ୍ଠିତ ହୋଇଥିଲା । ବିଏମ୍‌ସି କମିଶନର ସିଦ୍ଧେଶ୍ୱର ବଳିରାମ ଓ ଉପଜିଲ୍ଳାପାଳ କୀର୍ତ୍ତି ଭାସନଙ୍କ ସମେତ ପରିଚାଳକ ଦୁର୍ଗାପ୍ରସାଦଙ୍କ ମଧ୍ୟରେ ବୈଠକ ହୋଇଥିଲା । ତେବେ ଯାତ୍ରା ଆୟୋଜନ ତାରିଖକୁ ନେଇ ସହମତି ପ୍ରକାଶ ପାଇ ପାରିନଥିଲା । କୋଭିଡ଼ କଟକଣାରେ ଯାତ୍ରା ଆୟୋଜନ କରାଯିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ଏହାପରେ ସିଦ୍ଧାନ୍ତିଙ୍କ ପରାମର୍ଶ ପ୍ରକାରେ ଆଜି ଶୁଭଖୁଣ୍ଟି ସ୍ଥାପନ ନେଇ ନିଷ୍ପତ୍ତି ହୋଇଥିଲା । ଦେଶୀବେହେରା ଦୁର୍ଗାପ୍ରସାଦ ଆଜି ଶୁଭଖୁଣ୍ଟି ସ୍ଥାପନ ସମ୍ପର୍କରେ ସକାଳେ ଡେଙ୍ଗୁରା କରିଥିଲେ । ତେବେ ସନ୍ଧ୍ୟା ସମୟରେ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ସହରବାସୀଙ୍କ ଜୀବନକୁ ବାଜି ଲଗାଇ ଯାତ୍ରା ଆୟୋଜନ କରିବି ନାହିଁ ବୋଲି ଦୁର୍ଗାପ୍ରସାଦ ପ୍ରକାଶ କରିଛନ୍ତି । ଫଳରେ ପ୍ରସିଦ୍ଧ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସ୍ଥଗିତ ରହିଛି । ତେବେ ପ୍ରଶାସନର ଏହି ନିଷ୍ପତ୍ତିକୁ ସହରବାସୀ ବିରୋଧ କରିବାରୁ ବିଏମ୍‌ସି କାର୍ଯ୍ୟାଳୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋ କଲେଜ ଅଭିଯାନ ଆରମ୍ଭ

ମୋ କଲେଜ ଅଭିଯାନ ଆରମ୍ଭ

Read More...

 କାଳବୈଶାଖୀ ଓ ବଜ୍ରପାତର ସମ୍ଭାବନା

କାଳବୈଶାଖୀ ଓ ବଜ୍ରପାତର ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page