ଜନାଦେଶ ୨୦୧୯: ପ୍ରସ୍ତୁତି ଚୂଡାନ୍ତ, ଦିନକ ପରେ ଗଣତି

May 22, 2019, ଦେଶ, , Anupambharat News Bureau


ଜନାଦେଶ ୨୦୧୯: ପ୍ରସ୍ତୁତି ଚୂଡାନ୍ତ, ଦିନକ ପରେ ଗଣତି
Anupambharat News Bureau
May 22, 2019

ଭୁବନେଶ୍ୱର,୨୧ ।୫ (ଅନୁପମ ମିଡିଆ):ଆଉ ଦିନକ ପରେ ସାଧାରଣ ନିର୍ବାଚନର ଭୋଟ୍‌ ଗଣତି ହେବ । ୨୧ ଟି ଲୋକସଭା ଏବଂ ୧୪୬ ଟି ବିଧାନସଭା ଆସନ ପାଇଁ ୬୩ ଟି କେନ୍ଦ୍ରରେ ଭୋଟ୍‌ ଗଣନା କରାଯିବ । ଭୋଟ ଗଣତିକୁ ନେଇ ଅବଗଣନା ଆରମ୍ଭ ହୋଇଛି । ରଣାଙ୍ଗନରେ ଅବତୀର୍ଣ୍ଣ ନେତା ଏବଂ କର୍ମୀଙ୍କ ମଧ୍ୟରେ ଏନେଇ ଉତ୍ସାହ ପ୍ରକାଶ ପାଇଛି । ପ୍ରାୟ ସବୁ ପ୍ରାର୍ଥୀ ଜିତିବା ନେଇ ଜୋର ଦେଇଛନ୍ତି । ନିକଟରେ ଏକ୍‌ଜିଟ୍‌ ପୋଲ୍‌ ଯେଉଁ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଛି ସେମାନେ ପୁରା ଖୁସ୍‌ରେ ଅଛନ୍ତି । ଅନ୍ୟପକ୍ଷେ ଯେଉଁମାନଙ୍କ ବିରୋଧରେ ଯାଇଛି ସେମାନେ ଏହା ଉପରେ ବିଶ୍ୱାସ କରି ନାହାନ୍ତି । ୨୩କୁ ଅପକ୍ଷୋ କରିବାକୁ କହିଛନ୍ତି । ଏକଜିଟ୍‌ ପୋଲ୍‌ ଯାହା ହେଉନା କାହିଁକି ରଣାଙ୍ଗନରେ ଥିବା ପ୍ରାର୍ଥୀଙ୍କ ହୃଦ ସ୍ପନ୍ଦନ ପୁରା ବଢ଼ିବାରେ ଲାଗିଛି । ବର୍ତ୍ତମାନ ପ୍ରାର୍ଥୀମାନେ ଠାକୁରଙ୍କ ସରଣାପନ୍ନ ହେବାରେ ଲାଗିଛନ୍ତି । ବିଭିନ୍ନ ମାନସିକ ମଧ୍ୟ କରିବାରେ ଲାଗିଛନ୍ତି । ଅନ୍ୟପକ୍ଷେ କେତେକ ପ୍ରାର୍ଥୀ ନିଜ ହୋମ ଟାଉନରୁ ବାହାରକୁ ଚାଲି ଯାଇଛନ୍ତି । ଏକଜିଟ୍‌ ପୋଲ୍‌ ଆକଳନ ଅନୁଯାୟୀ ଚଳିତ ନିର୍ବଚାନରେ ବିଜେଡ଼ି, ବିଜେପି ଏବଂ କଂଗ୍ରେସର ବହୁ ହେବିେୱଟ ପରାଜୟର ମୁହଁ ଦେଖିବେ । ଫଳରେ ସେମାନଙ୍କ ରାଜନୈତିକ ଭବିଷ୍ୟତ ନେଇ ବର୍ତ୍ତମାନଠାରୁ ଚର୍ଚ୍ଚା ଆରମ୍ଭ ହେବାରେ ଲାଗିଛି । ଆଶା ଆଶଙ୍କାରେ ଥିବା ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତା ଗୁରୁବାର ଖୋଲିବ । ଏହାପରେ ସ୍ପଷ୍ଟ ହେବ ଜନତା କାହାକୁ ନିଜର ପସନ୍ଦର ପ୍ରାର୍ଥୀ ଭାବେ ବାଛିଛନ୍ତି ।
ତେବେ ରାଜ୍ୟରେ ଏହାକୁ ନେଇ ଉତ୍କଣ୍ଠା ଜାରି ରହିଥିବା ବେଳେ ଗଣନା କାର୍ଯ୍ୟା ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ଗଣନା ପାଇଁ ଟେବୁଲ ସଂଖ୍ୟା ବୃଦ୍ଧି କରାଯାଇଛି । ୨,୪୬୨ଟି ଟେବୁଲରେ ଭୋଟ୍‌ ଗଣତି କରାଯିବ । ପ୍ରତି ଟେବୁଲରେ ୩ ଜଣ ଅଧିକାରୀ ରହିବେ । ସମ୍ବଲପୁରରେ ସର୍ବନିମ୍ନ ୧୯ ରାଉଣ୍ଡରେ ଗଣତି କରାଯାଇ ପଳାଫଳ ଘୋଷଣା କରାଯିବ । ସେହିପରି ପାଟଣାଗଡରେ ସର୍ବାଧିକ ୪୯ଟି ରାଉଣ୍ଡରେ ଗଣତି ହେବ । ୭ଟି ଟେବୁଲରେ ଲୋକସଭା, ୭ଟି ଟେବୁଲରେ ବିଧାନ ସଭା ଗଣତି କରାଯିବ । ନିର୍ବାଚନ କମିଶନଙ୍କ ଅନୁମତିରେ କିଛି ଜାଗାରେ ଟେବୁଲ ବଢ଼ିଛି । ତେଣୁ ୪୧୧ ଟେବୁଲ ବଢ଼ିଛି ଏବଂ ୨୪୬୨ ଟେବୁଲରେ ଗଣତି କରାଯିବ ବୋଲି ସିଇଓ କହିଛନ୍ତି । ବୁଥ୍‌ ସଂଖ୍ୟାକୁ ଦେଖି ରାଉଣ୍ଡ କରାଯିବ ଏବଂ ରେଜଲଫ ଆସିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପ୍ରଥମେ ପୋଷ୍ଟାଲ ବାଲଟରେ ଗଣତି ହେବ । ଅଧଘଣ୍ଟା ପରେ ଇଭିଏମ୍‌ ଓ ଭିଭିପାଟ୍‌ର ଗଣତି କରାଯିବ । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗଣତି କେନ୍ଦ୍ରରେ ସିସିଟିଭି ଓ ଭିଡିଓଗ୍ରାଫିର ବ୍ୟବସ୍ଥା ହୋଇଛି । ୬,୭୦୦ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତିି । ଜଣେ ଅବଜରଭରଙ୍କ ଅଧୀନରେ ୩ ଟି ଗଣତି କେନ୍ଦ୍ର ରହିବ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ୫ଟି ବୁଥ୍‌ ଭିଭିପାଟ୍‌ର ଗଣତି ହେବ । ସକାଳ ୮ଟାରୁ ଗଣତି ଆରମ୍ଭ ହେବ । ଗଣତି କେନ୍ଦ୍ରକୁ କୌଣସି ଇଲେକେଫ୍ରାନିକ୍‌ ଜିନିଷର ପ୍ରବେଶ ଉପରେ କଟକଣା ଜାରୀ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ଭଦ୍ରକ କଲେଜରେ ୭ଟି ଓ ସଂସ୍କୃତି ଭବନର ୧୦ଟି ଟେବୁଲରେ ହେବ ଗଣତି

ଭଦ୍ରକ କଲେଜରେ ୭ଟି ଓ ସଂସ୍କୃତି ଭବନର ୧୦ଟି ଟେବୁଲରେ ହେବ ଗଣତି

Read More...

ତପ୍ତପାଣି ଘାଟିରୁ ଖସିଲା ବସ,  ଜଣେ ମୃତ,୩୫ ଆହତ

ତପ୍ତପାଣି ଘାଟିରୁ ଖସିଲା ବସ, ଜଣେ ମୃତ,୩୫ ଆହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page