ପିପିଲି ଉପନିର୍ବାଚନ କୋଭିଡ କଟକଣାରେ ହେବ

March 17, 2021, ଓଡ଼ିଶା, , Anupambharat News Bureau


ପିପିଲି ଉପନିର୍ବାଚନ କୋଭିଡ କଟକଣାରେ ହେବ
Anupambharat News Bureau
March 17, 2021

ଭୁବନେଶ୍ୱର, ୧୭ା୩(ଅନୁପମ ମିଡ଼ିଆ):କୋଭିଡ କଟକଣା ମଧ୍ୟରେ ପିପିଲି ଉପନିର୍ବାଚନ ହେବ । ମତଦାନ ବେଳେ ସମସ୍ତେ ମାସ୍କ ପିନ୍ଧିବେ । ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ । ଦିବ୍ୟାଙ୍ଗ ଓ କରୋନା ଆକ୍ରାନ୍ତ ମଧ୍ୟ ପୋଷ୍ଟାଲ ବାଲାଟରେ ଭୋଟ ଦେଇପାରିବେ । ଗୋଟିଏ ବୁଥରେ ସର୍ବାଧିକ ହଜାରେ ଲୋକ ଭୋଟ୍‌ ଦେବେ । ବୁଥ୍‌ ସଂଖ୍ୟା ବୃଦ୍ଧି କରାଯାଇ ଅତିରିକ୍ତ ୭୫ ବୁଥ୍‌ ବ୍ୟବସ୍ଥା କରାଯିବ । ମାସ୍କ, ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହେବ । ନାମାଙ୍କନ ବେଳେ ପ୍ରାର୍ଥୀଙ୍କ ସହ ମାତ୍ର ଦୁଇଟି ଗାଡ଼ିକୁ ଅନୁମତି ମିଳିବ ଏବଂ ଡୋର ଟୁ ଡୋର କ୍ୟାମ୍ପେନରେ ପ୍ରାର୍ଥୀଙ୍କ ସହ ୫ ଜଣ ରହିପାରିବେ ବୋଲି ପିପିଲି ଉପନିର୍ବାଚନ ନେଇ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ନିର୍ବାଚନରେ ସମ୍ପୃକ୍ତ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ବିବେଚନା କରାଯିବ ଓ ନିର୍ବାଚନରେ ଭାଗ ନେଉଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ । ସାମାଜିକ ଦୂରତା ଅବଲମ୍ବନ କରାଯିବା ସହ କୋଭିଡ ଗାଇଡଲାଇନ କିଭଳି ଅବଲମ୍ବନ କରାଯିବ ସେଥିପ୍ରତି ଦୃଷ୍ଟି ଦିଆଯିବ । ଲୋହାନୀ କହିଛନ୍ତି ଯେ ପିପିଲିର ୩୪୮ଟି ବୁଥ୍‌ ରେ ମୋଟ ୨୨୯୫୮୩ ଭୋଟର ମତ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧୧୯୦୨୦ ଜଣ ପୁରୁଷ ଭୋଟର , ୧୧୦୫୬୧ ଜଣ ମହିଳା ଭୋଟର ଓ ୨ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ଭୋଟରମାନେ ୧୧ ପ୍ରକାର ପରିଚୟପତ୍ର ଦେଖାଇ ଭୋଟ୍‌ ଦେଇପାରିବେ । ନିର୍ବାଚନ ଘୋଷଣା ସହ ଆଦର୍ଶ ଆଚରଣ ବିଧିଲାଗୁ ହୋଇଛି । ସୂଚନା ଥାଉ କି ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ । ଏଥିପାଇଁ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ରେ ରଖାଯାଇଛି । ମାର୍ଚ୍ଚ ୩୧ରେ ନାମାଙ୍କନଗୁଡ଼ିକ ଯାଂଚ ହେବ ଓ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖ ରଖାଯାଇଛି । ମେ’ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ମଧ୍ୟ ପ୍ରକାଶ ପାଇବ । ୨୦୨୦ ଅକେଫାବର ୪ ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ଆସନ ଖାଲି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଦଳିଲେ ମୁମ୍ବାଇ ପୋଲିସ କମିଶନର

ବଦଳିଲେ ମୁମ୍ବାଇ ପୋଲିସ କମିଶନର

Read More...

ଆଉ ଲକଡ଼ାଉନ୍‌ ସ୍ଥିତିକୁ ଫେରିବାନି: ନବୀନ,  ଥ୍ରୀଟି ଉପରେ ମୋଦିଙ୍କ ଗୁରୁତ୍ୱ

ଆଉ ଲକଡ଼ାଉନ୍‌ ସ୍ଥିତିକୁ ଫେରିବାନି: ନବୀନ, ଥ୍ରୀଟି ଉପରେ ମୋଦିଙ୍କ ଗୁରୁତ୍ୱ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page