ବିଏମସିର ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ

March 15, 2021, ଓଡ଼ିଶା, , Anupambharat News Bureau


ବିଏମସିର ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ
Anupambharat News Bureau
March 15, 2021


ଭୁବନେଶ୍ୱର , ୧୫ା୩(ଅନୁପମ ମିଡ଼ିଆ): ଭୁବନେଶ୍ୱରରେ ବିଏମସିର ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ ରଖାଯାଇଛି । ହାଇକୋର୍ଟ ରାୟ ନଦେବା ଯାଏ ବର୍ଦ୍ଧିତ ହୋଲïିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମକୁ ଜଣାଇଛନ୍ତି । ବର୍ତ୍ତମାନ ପୁରୁଣା ଦର ଅନୁସାରେ ଟିକସ ଆଦାୟ ହେବ ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀ ଜେନା କହିଛନ୍ତି ଯେ ବେଞ୍ଚମାର୍କ ଭାଲୁଏସନ୍‌ ବଢିଥିବାରୁ ଟିକସ ବଢାଇବାକୁ ନିଷ୍ପତ୍ତି ହୋଇଥିଲା । ଏ ସମ୍ପର୍କରେ ହାଇକୋର୍ଟରେ ମଧ୍ୟ ଏକ ମାମଲା ଦାୟର ହୋଇଛି । ଜନସାଧାରଣଙ୍କ ଭାଗାବେଗକୁ ଦେଖି ମୁଖ୍ୟମନ୍ତ୍ରୀ ହାଇକୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ଟ୍ୟାକ୍ସ ଦର ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ଯେ ଭୁବନେଶ୍ୱରରେ ହୋଲଡିଂ ଟିକସ୍‌ ବହୁ ଗୁଣା ବୃଦ୍ଧି ହୋଇଥିବାରୁ ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା । ହୋଲïିଂ ଟିକସ ନ ଦେଲେ ଘର , ଦୋକାନ ସିଲ୍‌ କରିବାକୁ ଗତକାଲି ନିର୍ଦ୍ଦେଶ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୧ରେ ଆସୁଛନ୍ତି ରାଷ୍ଟ୍ରପତି

୨୧ରେ ଆସୁଛନ୍ତି ରାଷ୍ଟ୍ରପତି

Read More...

ହୁତୁ ହୁତୁ ହୋଇ ଜଳିଲା ତିନୋଟି ବସ୍‌

ହୁତୁ ହୁତୁ ହୋଇ ଜଳିଲା ତିନୋଟି ବସ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page