ହୃଦୟ ମୋହିନୀଙ୍କ ପରଲୋକ

March 11, 2021, ଦେଶ, , Anupambharat News Bureau


ହୃଦୟ ମୋହିନୀଙ୍କ ପରଲୋକ
Anupambharat News Bureau
March 11, 2021


ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ସଙ୍ଗଠନ ବ୍ରହ୍ମ କୁମାରୀର ମୁଖ୍ୟ ପ୍ରଶାସକ ଦାଦି ହୃଦୟ ମୋହିନୀଙ୍କର ଆଜି ଗୁରୁବାର ମୁମ୍ବାଇର ଏକ ପ୍ରାଇଭେଟ୍‌ ହସ୍ପିଟାଲରେ ମୃତୁ୍ୟ ହୋଇଛି । ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ସେ ଗତ ୨ ସପ୍ତାହ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଧ୍ୟାତ୍ମିକ ସଂଗଠନ ବ୍ରହ୍ମ କୁମାରର ଜଣେ ପ୍ରବକ୍ତାଙ୍କ ଅନୁସାରେ , ହୃଦୟ ମୋହିନୀଙ୍କର ଗତ ୧୫ ଦିନରୁ ମୁମ୍ବାଇ ସ୍ଥିତ ସୈଫି ହସ୍ପିଟାଲରେ ଚିକିତ୍ସା ଚାଲୁଥିଲା । ଏକ ବର୍ଷ ପୂର୍ବରୁ ନିଜର ପୂର୍ବ ପ୍ରମୁଖ ଦାଦି ଜାନକୀଙ୍କର ମୃତୁ୍ୟ ପରେ ମୋହିନୀଙ୍କୁ ସଙ୍ଗଠନର ମୁଖ୍ୟ ପ୍ରଶାସକ ରୂପେ ନିଯୁକ୍ତ କରାଯାଇଥିଲା । ହୃଦୟ ମୋହିନୀଙ୍କର ପାର୍ଥିବ ଶରୀରକୁ ଅବୁ ରୋଡ୍‌ ସ୍ଥିତ ଆଧ୍ୟାତ୍ମିକ ସଙ୍ଗଠନ ମୁଖ୍ୟାଳୟ ନିଆଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି୨୦

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି୨୦

Read More...

କଟକଣାରେ ପାଳିତ ଜାଗର ଯାତ୍ରା

କଟକଣାରେ ପାଳିତ ଜାଗର ଯାତ୍ରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page