ଜାଗରରେ ଦୀପ ଜାଳି ପାରିବେ ଭକ୍ତ

March 10, 2021, ଓଡ଼ିଶା, , Anupambharat News Bureau


ଜାଗରରେ ଦୀପ ଜାଳି ପାରିବେ ଭକ୍ତ
Anupambharat News Bureau
March 10, 2021


ଭୁବନେଶ୍ୱର,୧୦ା୩(ଅନୁପମ ମିଡ଼ିଆ): ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଜାଗରରେ ଭକ୍ତ ଜାଳିପାରିବେ ଦୀପ । କୋଭିଡ୍‌ ଗାଇଲାଇନ୍‌ ମାନି ମନ୍ଦିର ବେଢ଼ା ଭିତରେ ଭକ୍ତ ମାନେ ଦୀପ ଜାଳିପାରିବେ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସନତ୍‌ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଅପରପକ୍ଷରେ ବୁଧବାର ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଥିବା ବେଳେ ପ୍ରଶାସନ ଓ ସେବାୟତଙ୍କ ଆଲୋଚନା ପରେ ସ୍ଥିତି ସ୍ୱାଭାବିକ ହୋଇଛି । ଆସନ୍ତାକାଲି ପ୍ରଭୁଙ୍କର ଜାଗର ନୀତି ଯଥା ବିଧି ହେବ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି । ସୂଚନାଯୋଗ୍ୟ ଯେ, ବୁଧବାର କପିଳନାଥ ସେବାୟତ ଓ ଶ୍ରୀଲିଙ୍ଗରାଜଙ୍କ ସେବାୟତଙ୍କ ଭିତରେ ଲାଗି ରହିଥିବା ବିବାଦକୁ ନେଇ ନୀତିକାନ୍ତି ବନ୍ଦ ରହିଥିଲା । ପରେ ସେବାୟତ, ଜିଲ୍ଲାପାଳ ଓ ଦେବୋତ୍ତର କମିଶନଙ୍କ ମିଟିଂ ପରେ ନୀତି ଆରମ୍ଭ ହୋଇଛି । ଏନେଇ ବ୍ରାହ୍ମଣ ନିଯୋଗ ସଂପାଦକ ବିରଂଚି ପତି କହିଛନ୍ତି, ଆସନ୍ତାକାଲି ଠିକ୍‌ ସମୟରେ ଜାଗର ମହାଦୀପ ଉଠିବ । ଲିଙ୍ଗରାଜ ମନ୍ଦିରରେ ଦୀର୍ଘ ଦିନ ଧରି ବନ୍ଦ ଥିବା ହାଣ୍ଡିଭଙ୍ଗା ଯାତ୍ରା ସୁରୁଖୁରୁରେ ହେବ । ସେଥିପାଇଁ ୧୦ରୁ ୧୫ ଦିନ ସମୟ ମାଗିଛନ୍ତି ଦେବୋତ୍ତର କମିଶନ । ହାଇକୋର୍ଟ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବ । ଆସନ୍ତା କାଲି ମନ୍ଦିର ପରିସରରେ କୋଭିଡ଼ କଟକଣା ମାନି ଦୀପ ଜାଳିପାରିବେ ଭକ୍ତ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଧାଡ଼ିରେ ଦର୍ଶନ କରିହେବ । ଅପରପକ୍ଷେ, ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୋଲିସ୍‌ । ମାଉସୀ ମା’ ପାର୍ଶ୍ୱରୁ ରଥରୋଡ଼କୁ ୪ ଚକିଆ ଯାନ ଛଡ଼ାଯିବ ନାହିଁ । ରବି ଟକିଜ ପଟରୁ ଆସୁଥିବା ସମସ୍ତ ଗାଡ଼ି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ । ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟୁ ଗାଡ଼ି ବିଏମସି ମାର୍କେଟ ପାର୍କିଂକୁ ଯିବ । ସେହିପରି କେଉଟସାହି ପଟର ଗାଡ଼ି ବିଏମସି ମାର୍କେଟ କମ୍ପଲେକ୍ସ ପାର୍କିଂ ସ୍ଥଳ ଯିବେ । ଦକ୍ଷିଣକାଳୀ ଓ ତାରାସୁନ୍ଦରୀ ରାସ୍ତାପଟ ଗାଡ଼ି ବିଏମ ହାଇସ୍କୁଲ ପଡ଼ିଆକୁ ଯିବେ । ପୁନାମା ଗେଟ ପଟର ଗାଡ଼ିକୁ ବଢ଼େଇବାଙ୍କ ଆଡକୁ ଛଡ଼ା ଯିବନି ।
ବିନ୍ଦୁସାଗର ପଟୁ ଭଜନ ମଣ୍ଡପ ଆଡ଼କୁ କୌଣସି ଗାଡ଼ି ଛଡ଼ାଯିବ ନାହିଁ । ଏହାବ୍ୟତୀତ ଲିଙ୍ଗରାଜ ମନ୍ଦିର ବାହାରେ ୨ ଶହ ମିଟର ଯାଏଁ ଲମ୍ବା ବ୍ୟାରିକେଡ୍‌ କରାଯାଇଛି । ଭିତରେ ଭକ୍ତଙ୍କ ଭିଡ ଏଡାଇବାକୁ ସ୍ୱତନ୍ତ୍ର ବ୍ୟାରିକେଡ୍‌ କରାଯାଇଛି । ମନ୍ଦିର ପରିସର ଓ ବାହାରେ ଟେଣ୍ଟ ବି ଲଗାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାଷୀ ଆନ୍ଦୋଳନ :  ୨୬ରେ ପୁଣି ଭାରତ ବନ୍ଦ ଡାକରା

ଚାଷୀ ଆନ୍ଦୋଳନ : ୨୬ରେ ପୁଣି ଭାରତ ବନ୍ଦ ଡାକରା

Read More...

ତୀର୍ଥ ସିଂ ରାୱତ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ତୀର୍ଥ ସିଂ ରାୱତ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page