ବନକର୍ମଚାରୀଙ୍କ ଛୁଟି ବାତିଲ, ଅଧିକ ଚାରିଟି ଓଡ୍ରାଫ ଟିମ୍‌ ମୁତୟନ ଅନୁରୋଧ

March 10, 2021, ଓଡ଼ିଶା, , Anupambharat News Bureau


ବନକର୍ମଚାରୀଙ୍କ ଛୁଟି ବାତିଲ,  ଅଧିକ ଚାରିଟି ଓଡ୍ରାଫ ଟିମ୍‌ ମୁତୟନ ଅନୁରୋଧ
Anupambharat News Bureau
March 10, 2021


ରାଜ୍ୟର ଜଙ୍ଗଲ ଗୁଡିକରେ ନିଆଁ ଲାଗିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ କ୍ଷେତ୍ରୀୟ ବନ କର୍ମଚାରୀଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ଡ. ମୋନା ଶର୍ମା ପିସିସିଏଫ (ଭାରାପ୍ରାପ୍ତ) ଏବଂ ପିସିସିଏଫ୍‌ (ବନ୍ୟପ୍ରାଣୀ)ଙ୍କୁ ଚିଠି ଲେଖିଛନ୍ତି । ସେହିଭଳି ନିଆଁ ଲିଭାଇବା ପାଇଁ ଅଧିକ ୪ଟି ଓଡ୍ରାଫ ଦଳ, ରାୟଗଡ଼ା, ନୂଆପଡ଼ା, ଦେଓଗଡ଼ ଓ ଗଞ୍ଜାମର ଭଞ୍ଜନଗର ବନ ଉପଖଣ୍ଡରେ ନିଆଁ ଲିଭାଇବା ପାଇଁ ଓଡ୍ରାଫ ଦଳ ମୁତୟନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ଡ. ମୋନା ଶର୍ମା ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ତେବେ ସ୍ୱତନ୍ତ୍ର ସ୍ଥିତିରେ ଛୁଟି ଆବଶ୍ୟକ ହେଲେ ସେମାନେ ଡିଏଫଓ କିମ୍ବା ତାଙ୍କର ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ଛୁଟିରେ ରହିପାରିବେ ଏବଂ ଏ ନେଇ ପିସିସିଏଫକୁ ଅବଗତ କରାଯିବ । ଚିଠିରେ ଉଲ୍ଲେଖ କରାଯାଇଛି ଯେ ଏବେ ତାପମାତ୍ରା ବଢିବା ସହ ପାଗ ଶୁଖିଲା ଥିବାରୁ ନିଆଁ ବ୍ୟାପିବାର ଆଶଙ୍କା ରହିଛି । ବନ କର୍ମଚାରୀଙ୍କୁ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତକୁ ଆଣିବା ଏବଂ ଏହା ଯେମିତି ଅଧିକ ନବ୍ୟାପେ ସେ ଦିଗ ପ୍ରତି ଧ୍ୟାନ ଦେବାକୁ ୨୪ଘଣ୍ଟା କାମ କରିବାକୁ କୁହାଯାଇଛି । ଏହା ସହ ନିର୍ଦ୍ଦେଶକୁ ସଠିକ ଭାବେ ପାଳନ କରା ନଗଲେ ଏହାକୁ ଗମ୍ଭୀର ଭାବରେ ଗ୍ରହଣ କରାଯିବ ବୋଲି ଚିଠିରେ ଲେଖିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲୋୟର ଇନ୍ଦ୍ର ପ୍ରକଳ୍ପ ଲୋକାର୍ପିତ

ଲୋୟର ଇନ୍ଦ୍ର ପ୍ରକଳ୍ପ ଲୋକାର୍ପିତ

Read More...

ନନ୍ଦୀଗ୍ରାମରେ ମମତାଙ୍କୁ ଆକ୍ରମଣ

ନନ୍ଦୀଗ୍ରାମରେ ମମତାଙ୍କୁ ଆକ୍ରମଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page