ଓଡ଼ିଆ ଲେଖାପଢା ଜାଣିନଥିବାରୁ ସରପଞ୍ଚଙ୍କ ପଦ ଗଲା

March 05, 2021, ଓଡ଼ିଶା, , Anupambharat News Bureau


ଓଡ଼ିଆ ଲେଖାପଢା ଜାଣିନଥିବାରୁ ସରପଞ୍ଚଙ୍କ ପଦ ଗଲା
Anupambharat News Bureau
March 05, 2021


ଛତ୍ରପୁର,୫ା୩(ଅନୁପମ ମିଡ଼ିଆ): ଓଡିଆ ଲେଖାପଢା ଜାଣି ନଥିବା ଅଭିଯୋଗରେ ରୁଜୁ ଏକ ମକଦ୍ଦମାର ବିଚାର କରି ଛତ୍ରପୁର ଜୁନିୟର ଡିଭିଜନ୍‌ ସିଭିଲ୍‌ଜଜ୍‌ ସନ୍ତୋଷ କୁମାର ପାଣିଗ୍ରାହୀ ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ପଞ୍ଚାୟତ ସରପଞ୍ଚ ପି.ସିମାଦ୍ରୀଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରିଛନ୍ତି । ପ୍ରତିପକ୍ଷ ନିବାସି ଗୌଡଙ୍କ ଅଭିଯୋଗ କ୍ରମେ ୪/୧୭ ନିର୍ବାଚନୀ ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି । ଏଥିସହ ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଚାରପତି ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ପଞ୍ଚାୟତ ସରପଞ୍ଚ ପଦ ପାଇଁ ପି.ସିମାଦ୍ରୀ, ନିବାସି ଗୌଡ ଓ ସୁଧୀର କୁମାର ନାହକ ପ୍ରମୁଖ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା କରିଥିଲେ । ସେଥିରେ ପି.ସିମାଦ୍ରୀ ବିଜୟୀ ହୋଇଥିଲା । କିନ୍ତୁ ପି.ସିମାଦ୍ରୀଙ୍କ ୨ଟି ପତ୍ନୀ, ୬ଟି ସନ୍ତାନ ଏବଂ ଓଡିଆ ଲେଖାପଢା ବିଷୟରେ ଜାଣିନଥିବା ନେଇ ସତ୍ୟପାଠରେ ଦର୍ଶାଇ ନଥିବା ଅଭିଯୋଗ ଆଣି ପ୍ରତିପକ୍ଷ ଦ୍ୱିତୀୟ ସ୍ଥାନରେ ଥିବା ପ୍ରତିଦ୍ୱନ୍ଦୀ ନିବାସି ଅଭିଯୋଗ ଦାଖଲ କରିଥିଲେ । ନିବାସିଙ୍କ ତରଫରୁ ଓକିଲ କେ.ରାମଚନ୍ଦ୍ର ରାଓଙ୍କ ମୃତୁ୍ୟପରେ ଶ୍ରୀକାନ୍ତ ମିଶ୍ର ଓ ଡଃ ଜି.ଧର୍ମରାଜୁ ରେଡïୀ ଓ ପି.ସିମାଦ୍ରୀଙ୍କ ତରଫରୁ କୃଷ୍ଣଚନ୍ଦ୍ର ସାହୁ(ବି) ଏବଂ ସରକାରଙ୍କ ତରଫରୁ ମନୋଜ କୁମାର ପାଢୀ ଓ ଅରୁଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାକସିନ୍‌ ପାଇଁ ‘ବାଲି’ ଅଡୁଆ

ଭାକସିନ୍‌ ପାଇଁ ‘ବାଲି’ ଅଡୁଆ

Read More...

ଏସଏଫଡିଆର୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଏସଏଫଡିଆର୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page