ମଙ୍ଗଳ ମିଶନକୁ ଝଟକା

March 04, 2021, ଦେଶ, , Anupambharat News Bureau


ମଙ୍ଗଳ ମିଶନକୁ ଝଟକା
Anupambharat News Bureau
March 04, 2021


ମିଶନ ମଙ୍ଗଳ କିଛି ମାତ୍ରାରେ ସଫଳ ହୋଇଥିଲେ ବି ଶେଷ ଆଡକୁ ଝଟକା ଲାଗିଛି । ମଙ୍ଗଳର ମହାକାଶଯାନ ଷ୍ଟାରସିପ୍‌ ଟେକ୍ସାସରୁ ଉତକ୍ଷେପଣ ହେବା ପରେ ୧୦ କିଲୋମିଟର ଉପରକୁ ଯାଇଥିଲା । ସଫଳତାର ସହ ଫେରି ଆସି ଲ୍ୟାଣ୍ଡିଂ ମଧ୍ୟ କରିଥିଲା ।
ତେବେ ଲ୍ୟାଣ୍ଡିଂ କରିବାର କିଛି ମିନିଟ ଭିତରେ ଏହା ବିସ୍ପୋରଣରେ ନଷ୍ଟ ହୋଇଯାଇଛି । ମିଶନ ମଙ୍ଗଳର ଗୋଟିଏ ସୋପାନକୁ ସଫଳତା ମିଳିଥିବା ବେଳେ ଏକ ଝଟକା ମଧ୍ୟ ଲାଗିଛି । ଟେକ୍ସାସର ବୋକାଚିକା ଲଞ୍ଚିଙ୍ଗ ପ୍ୟାଡ୍‌ରୁ ଉପରକୁ ଉଠିଥିଲା ବିଶାଳକାୟ ଏସ୍‌ଏନ୍‌-୧୦ । ଶୂନ୍ୟରେ ୬ ମାଇଲ ବା ପ୍ରାୟ ୧୦ କିଲୋମିଟର ଉପରକୁ ଉଠିବାର କିଛି ସମୟ ପରେ ଭୂମିର ସହ ସମାନ୍ତରାଳ ଭାବେ ଉଡିଥିଲା । ଏହାପରେ ଏହା ସିଧା ହୋଇ ତଳକୁ ଖସିବାକୁ ଲାଗିଲା । ଉତକ୍ଷେପଣର ୬ ମିନିଟ ୨୦ସେକେଣ୍ଡ ଭିତରେ ଏହା ସଫଳତାର ସହ ମାଟି ଛୁଇଁଲା । ଏଲନ ମସ୍କଙ୍କର ବଡ ସଫଳତା ମିଳିଥିଲା । କାରଣ ଆଗରୁ ଦୁଇ ଥର ଏହି ପରୀକ୍ଷଣ ଫେଲ ମାରିଥିଲା । ତେଣୁ ଏଥର ଏଲନ ମସ୍କଙ୍କ ମିଶନ ମଙ୍ଗଳକୁ ବଡ ସଫଳତା ମିଳିଥିଲା । ତେବେ ମାଟି ଛୁଇଁବାର ୮ମିନିଟ ଭିତରେ ମିଶନକୁ ଲାଗିଥିଲା ଝଟକା । ଭୟଙ୍କର ବିସ୍ପୋରଣ ସହ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା । ଭବିଷ୍ୟତରେ ମଙ୍ଗଳରେ ବସତି ସ୍ଥାପନ ନେଇ ପରୀକ୍ଷଣ ଚାଲିଛି । ସୁଦୂର ମଙ୍ଗଳ ଯାତ୍ରା ଲାଗି ମଣିଷ ଏବଂ ସରଞ୍ଜାମ ବୋହି ନେବା ଲାଗି ଆବଶ୍ୟକ ବିଶାଳ ମହାକାଶଯାନ । ଏଥିପାଇଁ ଏଲନ ମସ୍କଙ୍କ କମ୍ପାନୀ ମିଶନ ଆରମ୍ଭ କରିଛି । ଏହି କ୍ରମରେ ଏସ୍‌ଏନ୍‌-୧୦ ମହାକାଶଯାନର ପରୀକ୍ଷଣ କରାଯାଇଥିଲା । ବିଶାଳକାୟ ସୁପରହେଭି ରକେଟ୍‌ ସହ ଖଞ୍ଜା ଯାଇଥିଲା ୫୦ମିଟର ଲମ୍ବ ଷ୍ଟାରସିପ୍‌ ମହାକାଶଯାନ । ଷcାରସିପ୍‌ ର ଓଜନ ଥିଲା ୧ ଲକ୍ଷ କିଲୋ ଗ୍ରାମ ।
ମଙ୍ଗଳର କକ୍ଷପଥରେ କିଭଳି ମହାକାଶଯାନ ପହଞ୍ଚିବ ଏବଂ କିଭଳି ମଙ୍ଗଳର ପୃଷ୍ଠରେ ଅବତରଣ କରିବ ସେନେଇ ଏସ୍‌ଏନ୍‌-୧୦ ଥିଲା ଏକ ପରୀକ୍ଷଣ । ସଫଳତାର ସହ ଏହା ମାଟି ଛୁଇଁବା ଥିଲା ଏକ ବଡ ସୋପାନ । ତେଣୁ ଏହା ଲ୍ୟାଣ୍ଡିଂ କରିବା ପରେ ସମସ୍ତେ ବେଶ ଖୁସି ହୋଇଯାଇଥିଲେ । ଯଦିଓ ଲ୍ୟାଣ୍ଡିଂ କରିବା ପରେ ନଷ୍ଟ ହୋଇଯାଇଥିଲା ତେବେ ଆଗକୁ ଆହୁରି ଅଧିକ ପରୀକ୍ଷଣ ଲାଗି ପ୍ରସ୍ତୁତ ହୋଉଛନ୍ତି ଏଲନ ମସ୍କ । ଏସ୍‌ଏନ୍‌-୧୯ ପର୍ଯ୍ୟନ୍ତ ମହାକାଶ ଯାନ ପରୀକ୍ଷା କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୟନୀୟ ପରିସ୍ଥିତିରେ ପରଭେଜ୍‌ ମୁଶାରଫ

ଦୟନୀୟ ପରିସ୍ଥିତିରେ ପରଭେଜ୍‌ ମୁଶାରଫ

Read More...

ବନ୍ଦ ହେଲା କୁଆଖାଇ ବ୍ରିଜ୍

ବନ୍ଦ ହେଲା କୁଆଖାଇ ବ୍ରିଜ୍

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page