ମଇ ଯାଏଁ ପ୍ରବଳ ଖରା !

March 01, 2021, ଓଡ଼ିଶା, , Anupambharat News Bureau


ମଇ ଯାଏଁ ପ୍ରବଳ ଖରା !
Anupambharat News Bureau
March 01, 2021


ଭୁବନେଶ୍ୱର, ୧ା୩(ଅନୁପମ ମିଡ଼ିଆ):­ ମାର୍ଚ୍ଚରୁ ମଇ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଭୀଷଣ ଖରା ହେବ । ଏଥିନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ । ପୂର୍ବ ଛତିଶଗଡ଼ ଏବଂ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ଭୀଷଣ ତାତି ଅନୁଭୂତ ହେବ । କୋଙ୍କଣ, ଗୋଆ ଓ ଉପକୂଳ ଆନ୍ଧ୍ରପ୍ରଦେଶରେ ବି ଖରାର ପ୍ରକୋପ ଦେଖିବାକୁ ମିଳିପାରେ । ସ୍ୱାଭାବିକ ଠାରୁ ସର୍ବୋଚ୍ଚ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଅପରପକ୍ଷରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ଆଶାତୀତ ଭାବେ ବଢ଼ିଯିବ । କେତେକ ଜିଲ୍ଲାରେ ଦିନର ତାପମାତ୍ରାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଛି । ବିଶେଷ କରି ଖୋର୍ଦ୍ଧା, କଟକ, ଅନୁଗୋଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ନୟାଗଡ଼ ଜିଲ୍ଲା ପାଇଁ ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରାଯାଇଛି । ଦିନ ବେଳା ଘରୁ ବାହାରକୁ ଯାଉଥିଲେ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ସେହିପରି ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ କୁହାଯାଇଛି । ତେବେ ଗତ କିଛି ଦିନର ପ୍ରବଳ ତାତି ପରେ ସୋମବାର ତାପମାତ୍ରା ସାମାନ୍ୟକମ୍‌ ଥିଲା । ରାଜ୍ୟର ସମସ୍ତ ସହରର ତାପମାତ୍ରା ୪୦ ଡିଗ୍ର୍ରୀ ତଳେ ରହିଥିଲା । ଆଜି ବାରିପଦାରେ ସର୍ବାଧିକ ୩୯.୮ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ୩୯.୭ , ବୌଦ୍ଧରେ ୩୯.୫, ବଲାଙ୍ଗୀରରେ ୩୯ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ୩୯, କଟକରେ ୩୮ଡିଗ୍ରୀ ରେକର୍ଡ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ ଟିକା ନେଇ ମୁଁ ଖୁସି: ନବୀନ

କୋଭିଡ ଟିକା ନେଇ ମୁଁ ଖୁସି: ନବୀନ

Read More...

ଆମୋନିଆ ଗ୍ୟାସ ଟ୍ୟାଙ୍କର ଓଲଟିଲା

ଆମୋନିଆ ଗ୍ୟାସ ଟ୍ୟାଙ୍କର ଓଲଟିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page