ପଶ୍ଚିମବଙ୍ଗରେ ପୁଣି ଦିଦି ହିଁ ଆସିବେ: ପ୍ରଶାନ୍ତକିଶୋର

February 27, 2021, ଦେଶ, , Anupambharat News Bureau


ପଶ୍ଚିମବଙ୍ଗରେ ପୁଣି ଦିଦି ହିଁ ଆସିବେ: ପ୍ରଶାନ୍ତକିଶୋର
Anupambharat News Bureau
February 27, 2021


ଭୋପାଳ: ତାରିଖ ଘୋଷଣା ସହିତ ପଶ୍ଚିମବଙ୍ଗ ନିର୍ବାଚନୀ ରଣାଙ୍ଗନରେ ପରିଣତ ହୋଇଛି । ଏହା ମଧ୍ୟରେ ତୃଣମୂଳ କଂଗ୍ରେସ ପାଇଁ ପଶ୍ଚିମବଙ୍ଗରେ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର କହିଛନ୍ତି, ଭାରତରେ ଗଣତନ୍ତ୍ର ପାଇଁ ପ୍ରମୁଖ ଲଢେଇ ପଶ୍ଚିମବଙ୍ଗରେ ଲଢାଯିବ ।ମାର୍ଚ୍ଚ ୨୭ରୁ ଆରମ୍ଭ ହେଉଥିବା ପଶ୍ଚିମବଙ୍ଗ ର୍ନିବାଚନ ଠିକ୍‌ ପୂର୍ବରୁ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଟୁଇଟ୍‌ କରି କହିଛନ୍ତି, ପଶ୍ଚିମବଙ୍ଗ କେବଳ ନିଜ ଝିଅକୁ ଚାହୁଁଛି । କେବଳ ଏତିକି ନୁହେଁ, ସେ ନିଜର ଏକ ପୁରୁଣା ଟୁଇଟ୍‌ ଉପରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।ଉକ୍ତ ଟୁଇଟ୍‌ରେ ପ୍ରଶାନ୍ତ କିଶୋର କହିଥିଲେ ଯେ, ବିଜେପିକୁ ୯୯ରୁ ଅଧିକ ଆସନ ମିଳିବ ନାହିଁ । ଶନିବାର ନିଜର ଏକ ଟୁଇଟ୍‌ରେ ପ୍ରଶାନ୍ତ କିଶୋର କହିଛନ୍ତି, ଭାରତରେ ଗଣତନ୍ତ୍ର ପାଇଁ ଏକ ଗୁରୁିପୂର୍ଣ୍ଣ ଲଢେଇ ପଶ୍ଚିମବଙ୍ଗରେ ଲଢାଯିବ । ପଶ୍ଚିମବଙ୍ଗ କେବଳ ନିଜର ଝିଅ ଚାହୁଁଛି । ବଙ୍ଗାଲର ଲୋକେ ନିଜର ସନ୍ଦେଶ ସହିତ ପ୍ରସ୍ତୁତ ଅଛନ୍ତି ଏବଂ ନିଜର ରାଇଟ୍‌ କାର୍ଡ ଦେଖାଇବାକୁ ଦୃଢ ସଂକଳ୍ପ ରହିଛନ୍ତି ।
ପ୍ରଶାନ୍ତ କିଶୋର ନିଜର ଏହି ଟୁଇଟ୍‌ରେ ପୂର୍ବଥର କରିଥିବା ଦାବିକୁ ଦୋହରାଇଛନ୍ତି । ସେ ଡିସେମ୍ବର ୨୧ରେ କରିଥିବା ଏକ ଟୁଇଟ୍‌କୁ ପୁଣି ଥରେ ଦୋହରାଇ ଦାବି କରିଥିଲେ ଯେ, ପଶ୍ଚିମବଙ୍ଗରେ ବିଜେପି ୯୯ରୁ ଅଧିକ ଆସନ ଜିତିଲେ ସେ ନିର୍ବାଚନୀ ରଣନୀତିକାର କାମ ଛାଡି ଦେବେ । ଏହି ଟୁଇଟ୍‌କୁ ମନେ ପକାଇ ପ୍ରଶାନ୍ତ କିଶୋର ଶନିବାର କହିଛନ୍ତି, ମେ ୨ର ଫଳାଫଳ ଆସିବା ପରେ ଆପଣ ମୋତେ ମୋର ଗତ ଟୁଇଟ୍‌କୁ ମନେ ପକାଇ ଦେବେ ।
ଉଲ୍ଲେଖଯୋଗ୍ୟ, ଗତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ୧୮ଟି ଆସନ ଜିତିବା ପରେ ମମତା ବାନାର୍ଜୀ ପ୍ରଶାନ୍ତ କିଶୋରଙ୍କ କମ୍ପାନୀ ଆଇ-ପାକ୍‌କୁ ନିଜର ନିର୍ବାଚନୀ ରଣନୀତିକାରର ଦାୟିତ୍ୱ ଦେଇଛି । ପ୍ରଶାନ୍ତ କିଶୋରଙ୍କ ଏହି ଦାବି ଏମିତି ସମୟରେ ଆସିଥିଲା, ଯେବେ ଅମିତ୍‌ ଶାହା ଦାବି କରିଥିଲେ ଯେ, ତାଙ୍କ ପାର୍ଟି ପଶ୍ଚିମବଙ୍ଗ ବିଧାନସଭାରେ ୨୦୦ରୁ ଅଧିକ ସିଟ୍‌ ଜିତି ସରକାର ଗଢିବ । ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ଆଠଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଭୋଟ୍‌ ଗଣତି ବାକି ୪ ରାଜ୍ୟ ସହିତ ମେ ୨ରେ କରାଯିବ । ଉଲ୍ଲେଖଥାଉକି, ପଣcିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଶିବରାଜ ସିଂହ କହିଛନ୍ତି, ‘ବେଙ୍ଗଲରେ ଭାରତୀୟ ଜନତା ପାର୍ଟି ସପକ୍ଷରେ ହାୱା ବହୁଛି । ସେଥିପାଇଁ ଦିଦି ଚିହିକି ଉଠୁଛନ୍ତି । ବିଜେପି ଝଡକୁ ଦେଖି ବିଳିବିଳି ହେଉଛନ୍ତି ଦିଦି ।
ବିଜେପିର ପରିବର୍ତ୍ତନ ରାଲିଗୁଡିକରେ ବାରମ୍ବାର ଆକ୍ରମଣ କରାଯାଉଛି । ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଉଛି । ସେମାନଙ୍କ ବଳିଦାନ ବ୍ୟଥ ଯିବନାହିଁ ।’ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ବହୁମତ ସହିତ ବିଜୟ ଲାଭ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।
ସେ ଆହୁରି ମଧ୍ୟ କହିଛନ୍ତି, ଦିଦିଙ୍କ କୁଶାସନ, ଭ୍ରଷ୍ଟାଚାର, ଲୁଣ୍ଠନ ଓ ଗୁଣ୍ଡାଗର୍ଦ୍ଦି ଦେଖି ଦେଖି ଅସହାୟ ମନେକରୁଛନ୍ତି ପଶ୍ଚିମବଙ୍ଗବାସୀ । କି;ୁ ଆସନ୍ତା ନିର୍ବାଚନରେ ଜନସାଧାରଣ ଏହା ବିରୁଦ୍ଧରେ ଯାଇ ବିଜେପିକୁ ଭୋଟ ଦେବାକୁ ସ୍ଥିର କରିଛନ୍ତି । ଆଉ ମାତ୍ର କିଛି ଦିନପରେ ପଶ୍ଚିମବଙ୍ଗ ସମେତ ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଅଶାସିତ ଅଞ୍ଚଳରେ ସାଧାରଣ ନିର୍ବାଚନ ଅଷ୍ଠିତ ହେବ ।
ଏ ନେଇ ବିଧିବଦ୍ଧ ଭାବେ ଶୁକ୍ରବାର ପ୍ରେସ୍‌ ମିଟ୍‌ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଏହା ସହିତ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ନିଷ୍ପତ୍ତି ନିଆଯାଇଛି । ଅପ୍ରୀତିକର ପରିସ୍ଥିତିକୁ ଆଖିଆଗରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତ ଠାରୁ ଋଣ ନେଲା ଆମେରିକା

ଭାରତ ଠାରୁ ଋଣ ନେଲା ଆମେରିକା

Read More...

ସମ୍ମାନକୁ କ୍ଷତି ପହଞ୍ଚାଇଲେ ଦେଇ ପାରିବେ ଛାଡପତ୍ର: କୋର୍ଟ

ସମ୍ମାନକୁ କ୍ଷତି ପହଞ୍ଚାଇଲେ ଦେଇ ପାରିବେ ଛାଡପତ୍ର: କୋର୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page