କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

February 25, 2021, ଓଡ଼ିଶା, , Anupambharat News Bureau


କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ
Anupambharat News Bureau
February 25, 2021


ଭୁବନେଶ୍ୱର, ୨୫ା୦୨(ଅନୁପମ ମିଡିଆ): ପ୍ରଦେଶ କଂଗ୍ରେସରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ପୁଣି ଥରେ ସାମନାକୁ ଆସିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇ କଂଗ୍ରେସ କାର୍ଯ୍ୟାଳୟ ରଣକ୍ଷେତ୍ର ପାଲଟିଛି । ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ଆଜି ପ୍ରଦେଶ କଂଗ୍ରେସର ଓବିସି ସେଲର ସାଧାରଣ ପରିଷଦ ବୈଠକ ଡକା ଯାଇଥିଲା ଏହି କାର୍ଯ୍ୟକ୍ରମରେ ଓବିସି ସେଲର ଅଧ୍ୟକ୍ଷ ବିଷ୍ଣୁ ବାରିକ ପହଞ୍ଚିବା ପରେ ତାଙ୍କୁ ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲା । ଏହି ଗୋଷ୍ଠୀ ପକ୍ଷରୁ କୁହା ଯାଇଥିଲା ଯେ ସେ ଦଳ ବିରୋଧୀ କାମ କରୁଛନ୍ତି । ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡ଼ି ସହ ହାତ ମିଳାଇଥିବା ଅଭିଯୋଗ କରିଥିଲେ । ଶାସକ ଦଳ ସହ ମିଶି କଂଗ୍ରେସକୁ ହରାଇବାକୁ ଷଡ଼ଯନ୍ତ୍ର ହୋଇଥିବା କହି କଂଗ୍ରେସ ଭବନରେ ଏହି ବିବାଦ ହୋଇଥିଲା । ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା, ଏପରିକି ସାଧାରଣ ପରିଷଦ ବୈଠକ ପାଇଁ ହୋଇଥିବା ମଞ୍ଚକୁ ଅନ୍ୟ ଗୋଷ୍ଠୀ ଭାଙ୍ଗି ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହିଳା ଓ ଶିଶୁ ବିକାଶ ବିଭାଗର ଅନଲାଇନ୍‌ ସେବା ଲୋକାର୍ପିତ : ପୁଷ୍ଟି ବଜେଟ୍‌ କରିବାରେ ରାଜ୍ୟ ପ୍ରଥମ

ମହିଳା ଓ ଶିଶୁ ବିକାଶ ବିଭାଗର ଅନଲାଇନ୍‌ ସେବା ଲୋକାର୍ପିତ : ପୁଷ୍ଟି ବଜେଟ୍‌ କରିବାରେ ରାଜ୍ୟ ପ୍ରଥମ

Read More...

ଭାରତ ବନ୍ଦକୁ ସିପିଆଇ (ଏମ)ର ସମର୍ଥନ

ଭାରତ ବନ୍ଦକୁ ସିପିଆଇ (ଏମ)ର ସମର୍ଥନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page