ଶକ୍ତିକାନ୍ତଙ୍କ ତେଲ ଫର୍ମୁଲା

February 23, 2021, ଦେଶ, , Anupambharat News Bureau


ଶକ୍ତିକାନ୍ତଙ୍କ ତେଲ ଫର୍ମୁଲା
Anupambharat News Bureau
February 23, 2021

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ୍‌ ହୁହୁ ହୋଇ ବଢିବାରେ ଲାଗିଛି । ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ତୈଳ ଦର ବୃଦ୍ଧିର ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ପଡୁଛି । ପେଟ୍ରୋଲ ଦର ୧୦୦ ଛୁଇଁଥିବା ବେଳେ ଡିଜେଲ ମଧ୍ୟ ୯୦ ଟଙ୍କା ଉପରେ ରହିଛି । ଏହାମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତୈଳ ଉପରୁ ଟିକସ୍‌ ହ ୍ରାସ କରି ଦର ନିୟନ୍ତଣ ପାଇଁ ପ୍ରୟାସ ଦେଇଛନ୍ତି ।
ଶକ୍ତିକାନ୍ତ ଦାସ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାର ଇନଡାଇରେକଫ ବା ପରୋକ୍ଷ ଟିକସ୍‌ ହ୍ରାସ କର;ୁ । ଟିକସକୁ ଧିରେ ଧିରେ ହ୍ରାସ କରିବା ଆବଶ୍ୟକ ଛ ଏପରି ହେଲେ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପଡିବ ନାହିଁ ।
ନିକଟରେ ମୁଦ୍ରା ନୀତି ସମୀକ୍ଷା ବୈଠକରେ କୁହାଯାଇଥିଲା ଯେ, ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଓ ପେଟ୍ରୋଲ ଡିଜେଲ ଦାମ୍‌ ବୃଦ୍ଧି ପାଇଁ ଅନ୍ୟ ସାମଗ୍ରୀର ଦାମ୍‌ ବଢିଛି । ସ୍ୱାସ୍ଥ୍ୟ ଓ ପରିବହନ ସେବା ଉପରେ ମଧ୍ୟ ପ୍ରଭାବ ପଡିଛି ।
ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପାଇଛି । ନୂଆଦିଲ୍ଲୀରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧି ପାଇ ୯୦.୯୩ ଟଙ୍କା ହୋଇଥିବା ବେଳେ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି । ଏହାସହ ଅନେକ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିସାରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଡିଜାଇନ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Read More...

ମହାରାଷ୍ଟ୍ରରେ କରୋନା ଉପର ମୁହାଁ

ମହାରାଷ୍ଟ୍ରରେ କରୋନା ଉପର ମୁହାଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page