ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ଇସ୍ତଫା

February 22, 2021, ଦେଶ, , Anupambharat News Bureau


ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ଇସ୍ତଫା
Anupambharat News Bureau
February 22, 2021


ନୂଆଦିଲ୍ଲୀ,୨୨ା୨: ପୁଡ଼ୁଚେରୀରେ ସଂଖ୍ୟା ଖେଳରେ ପଛରେ ପଡ଼ି ଯାଇଥିବା କଂଗ୍ରେସ ସରକାରର ଆଜି ପତନ ଘଟିଛି । ଏହି କେନ୍ଦ୍ର ଶାସିତ ରାଜ୍ୟରେ କଂଗ୍ରେସ ସରକାରର ପତନ ଘଟିବା ନେଇ ଯେଉଁ ଆଶଙ୍କା ଦେଖା ଦେଇଥିଲା ତାହା ଆଜି ପ୍ରମାଣିତ ହୋଇଛି । ଆଜି ପୁଡ଼ୁଚେରୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ ବି.ନାରାୟଣ ସ୍ୱାମୀ ସଂଖ୍ୟା ଗରିଷ୍ଠତା ପ୍ରମାଣ କରି ପାରି ନାହାନ୍ତି । ଫଳରେ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଫଳରେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ଶାସନ କରି ଆସୁଥିବା କଂଗ୍ରେସ ସରକାରର ପତନ ଘଟିଛି । ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହୋଇଥିବା ବାଚସ୍ପତି ଭିପି ସିବକୋଲୁନ୍ଧୁ ଘୋଷଣା କରିବା ସହ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି । ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ କହିଲେ, ବିଧାୟକମାନେ ଦଳ ପ୍ରତି ବିଶ୍ୱସ୍ତ ରହିବା ଉଚିତ । ଇସ୍ତଫା ଦେଇଥିବା ବିଧାୟକମାନେ ଜନତାଙ୍କୁ ମୁହଁ ଦେଖାଇ ପାରିବେ ନାହିଁ । କାରଣ ଜନତା ସେମାନଙ୍କୁ ସୁବିଧାବାଦୀ ବୋଲି କହିବେ । ଏହା ମଧ୍ୟ ସେ କହିଥିଲେ ଯେ, କେନ୍ଦ୍ର ସରକାର ରାଜ୍ୟରେ ଶାସନ ଚାଲିବା ପାଇଁ ସହଯୋଗ କରିନଥିଲେ ତେଣୁ ନାରାୟଣ ସ୍ୱାମୀ ମୁଖ୍ୟତଃ କେନ୍ଦ୍ରକୁ ସେ ନିନ୍ଦା କରିଥିଲେ । ପୁଡ଼ୁଚେରୀରେ ନିର୍ବାଚନ ହେବାକୁ ଆଉ ମାତ୍ର ତିନି ମାସ ସମୟ ରହିଛି । ପୁଡ଼ୁଚେରୀ ବିଧାନସଭାରେ ବିରୋଧୀଙ୍କ ସଂଖ୍ୟାଗରିଷ୍ଠାତା ଥିବା ଯୋଗୁଁ କାହା ନେତୃତ୍ୱରେ ସରକାର ଗଠନ ହେବ ତାହା ନେଇ ସମସ୍ତଙ୍କ ଉତ୍କଣ୍ଠା ଦେଖାଦେଇଛି । କଂଗ୍ରେସ ଡିଏମ୍‌କେ ମେଣ୍ଟ ସରକାର ଏହାର ୬ଜଣ ବିଧାୟକ ଇସ୍ତଫା ଦେବା ପରେ ଶାସକ ମେଣ୍ଟ ସଂଖ୍ୟା ଗରିଷ୍ଠତା ହରାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଘୁଞ୍ଚିଲା ଶବନମଙ୍କ ଫାଶୀ

ଘୁଞ୍ଚିଲା ଶବନମଙ୍କ ଫାଶୀ

Read More...

ସଂସଦରେ ବିଜେଡି ସାଂସଦଙ୍କ ସଶକ୍ତ ସ୍ୱର ଶୁଭୁନି

ସଂସଦରେ ବିଜେଡି ସାଂସଦଙ୍କ ସଶକ୍ତ ସ୍ୱର ଶୁଭୁନି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page