ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା : ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଗିରଫ

February 22, 2021, ଓଡ଼ିଶା, , Anupambharat News Bureau


ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା : ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଗିରଫ
Anupambharat News Bureau
February 22, 2021


କଟକ, ୨୨ା୨(ଅନୁପମ ମିଡ଼ିଆ): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ୨୨ ବର୍ଷ ପରେ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁରର ଭିକେ ଓରଫ ବିବେକାନନ୍ଦ ବିଶ୍ୱାଳ ଓରଫ ବିବନ । ଅଭିଯୁକ୍ତ ବିବନକୁ ପୁନେର ଆମ୍ବିଭାଲିରୁ ଗିରଫ କରାଯାଇଛି ବୋଲି ଆଜି ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀଙ୍କ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ୧୯୯୯ ଜାନୁଆରୀ ୯ ରାତିରେ ଅଞ୍ଜନା ତାଙ୍କ ସାମ୍ବାଦିକ ବନ୍ଧୁ ସୂତନ ଗୁରୁଙ୍କ ସହିତ କଟକରୁ ଜନୈକ ଓକିଲଙ୍କ ସହ ପରାମର୍ଶ କରି ବାରଙ୍ଗ ତ୍ରିଶୂଳିଆର ଏକ ଢାବାରେ ଖାଇ ଏକ ଆମ୍ବାସାଡର କାର ଯୋଗେ ଭୁବନେଶ୍ୱର ଯିବା ବାଟରେ ଏହି ଅଭିଯୁକ୍ତମାନେ ତାଙ୍କ ଗାଡିକୁ ଅଟକାଇ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ କାର ଚଳାଇ ନେଇଥିବା ବେଳେ ଅନ୍ୟ ଜଣେ ସେମାନଙ୍କ ସ୍କୁଟରରେ କାର୍‌ ଡ୍ରାଇଭରକୁ ନେଇଥିଲେ । ବାରଙ୍ଗ ରାସ୍ତାର ବେଲଗାଛିଆ ନିକଟରେ ମୁଖ୍ୟ ଅଭିଯୁକ୍ତ ବିବନ, ତା’ର ସହଯୋଗୀ ପ୍ରଦୀପ ସାହୁ ଓରଫ ପଦିଆ ଏବଂ ଧିରେନ୍ଦ୍ର ମହାନ୍ତି ଓରଫ ଟୁନିଆ ଅନାଙ୍କୁ ବଳାକିାର କରିଥିଲେ । ପରେ ମୁଖ୍ୟ ଅଭିଯୁକ୍ତ ବିବନ ପୀଡିତାଙ୍କୁ ନେଇ ଏକ ଜଙ୍ଗଲରେ ମଧ୍ୟ ଦୁଷ୍କର୍ମ କରିଥିଲା । ଏନେଇ କଟକ ମହିଳା ଥାନାରେ ଜାନୁଆରୀ ୧୦ ତାରିଖରେ କେସ ନଂ ୩ରେ ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ଏହି ଘଟଣା ସେ ସମୟରେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ରାଜ୍ୟବ୍ୟାପି ଧାରଣା, ପୋଡାଜଳା, ଆନ୍ଦୋଳନ ଏପରିକି ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା । ଘଟଣାର ମାତ୍ର ଦୁଇ ଦିନ ପରେ ରାଜ୍ୟ ସରକାର ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ଓଡିଶା ପୋଲିସ ଓ କ୍ରାଇମବ୍ରା ପ୍ରଥମେ ବ୍ୟବହୃତ ସ୍କୁଟରକୁ ଜବତ କରିବା ସହ ସେହି ମାସ ୨୬ ରେ ପଦିଆ ଓ କୁନିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତେବେ ମୁଖ୍ୟ ଅଭିଯୁକ୍ତ ଧରାପଡି ନଥିବାରୁ ଏଭଳି ସମ୍ବେଦନଶୀଳ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ମାନ୍ୟବର ଓଡିିଶା ହାଇକୋର୍ଟ ଫେବୃଆରୀ ୨୬ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ସିବିଆଇ ଏହି ମାମଲାର ତଦନ୍ତ କରି ୧୯୯୯ ମଇ ୫ ତାରିଖରେ ୩ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା ।
ଏହି ମାମଲାର ବିଚାର କରି ଭୁବନେଶ୍ୱର ଜିଲ୍ଲା ଜଜ୍‌ ମହେନ୍ଦ୍ର ପଟ୍ଟନାୟକ ୨୦୦୨ ଏପ୍ରିଲ ୨୯ ତାରିଖରେ ଆଇପିସି ୩୪୧, ୩୬୬, ୩୭୨(ଜି), ୩୯୪ରେ ପଦିଆ ଓ ଟୁନିଆ ଓ ପଳାତକ ଘୋଷିତ ବିବନକୁ ଦୋଷୀ ସାବସ୍ତ୍ୟ କରିଥିଲେ । ଅଭିଯୁକ୍ତ ପଦିଆ ଓ ଟୁନିଆକୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ । ଏହି ରାୟ ବିରୋଧରେ ପଦିଆ ଓ କୁନିଆ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ତେବେ ବିଚାରପତି ଏ ଏସ ନାଇଡୁ ଓ ବିଚାରପତି ସୁବାସ ପରିଜାଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୧୦ ଜୁନ ୨୪ ତାରିଖରେ ରାୟ ପ୍ରକାଶ କରି ପୂର୍ବ ଦଣ୍ଡାଦେଶକୁ କାଏମ ରଖିବା ସହ ମୁଖ୍ୟ ଅଭିଯୁକ୍ତ ଧରାପଡିନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ସେବେଠାରୁ ଏହି ମାମଲା ଉଭୟ ସିବିଆଇ ଓ ରାଜ୍ୟ ପୋଲିସର ତଦନ୍ତାଧିନ ରହିଥିଲା । ଗତ ୩ ମାସ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ କମିଶନର ଡ. ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତ‰ାବଧାନରେ ଏହି ଘଟଣାର ତଦନ୍ତ ପାଇଁ ଏକ ଅପରେସନ୍‌ ସାଇଲେଣ୍ଟ ୱାଇପର ବା ନିରବ ବୋଡାସାପ ଆରମ୍ଭ କରାଯାଇଥିଲା । ଡିସିପି ପ୍ରତୀକ ସିଂହ , ଅତିରିକ୍ତ ଡିସିପି ପ୍ରମୋଦ କୁମାର ରଥ, ସ୍ପେଶାଲ ସ୍କ୍ୱାଡ୍‌ ଇନ୍ସପେକଫର ଅଜୟ ଦାସ ଓ ବାରଙ୍ଗ ଥାନା ଇନ୍ସପେକଫର ଶଶୀକାନ୍ତ ରାଉତଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ବିବନ ୨୦୦୭ରୁ ମୁମ୍ବାଇର ଆମ୍ବିଭାଲିରେ ରହି ପାଣି ପାଇପ୍‌ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା । ସେଠାରେ ସେ ତାର ନାମ ପରିବର୍ତ୍ତନ କରି ଜଳନ୍ଧର ସ୍ୱାଇଁ ରଖିଥିଲା ଓ ଏହି ନାମରେ ଆଧାରକାର୍ଡ, ପାନ କାର୍ଡ ଓ ବ୍ୟାଙ୍କ୍‌ ପାସ୍‌ବୁକ୍‌ ଆଦି ଖୋଲିଥିଲା ।
ତେବେ ସେ ସେଠାରେ ଏହିସବୁ ଦସ୍ତାବିଜ୍‌ ପାଇଁ କରିଥିବା ଆବେଦନରେ ତାର ମୂଳ ଠିକଣା ବାରଙ୍ଗ ନରଣପୁର ବୋଲି ଲେଖିଥିଲା । । ଅଭିଯୁକ୍ତ ବିବନ ତାର ପରିବାର ସହିତ ସମ୍ପର୍କ ରଖିବା ସହ ଆର୍ଥିକ ସହାୟତା ଦେଉଥିଲା ଓ ବିବେକାନନ୍ଦ ବିଶ୍ୱାଳର ମୃତୁ୍ୟ ସାର୍ଟିଫିକେଟ୍‌ ବାହାର କରାଇବା ପାଇଁ ପ୍ରବର୍ତ୍ତାଉଥିଲା । ତଦନୁଯାୟୀ ପରିବାରବର୍ଗ ପକ୍ଷରୁ ମଧ୍ୟ ବାରମ୍ବାର ଏଥିପାଇଁ ଚେଷ୍ଟା କରାଯାଉଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିଲେ । ଏହିସବୁ ସୂଚନାକୁ ଆଧାର କରି ଗତ ୧୯ ତାରିଖରେ ବାଦାମବାଡି ଥାନାଧିକାରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ମୁମ୍ବାଇ ଯାଇ ସେଠାରୁ କମ୍ପାନୀର କ୍ୱାର୍ଟର୍ସରୁ ଜଳନ୍ଧରକୁ ଠାବ କରିବା ସହ କାବୁ କରି ଏଠାକୁ ଆଣିବାରେ ସକ୍ଷମ ହୋଇଛି । ମାମଲା ସିବିଆଇର ତଦନ୍ତାଧିନ ଥିବାରୁ ମୁଖ୍ୟ ଅଭିଯୁକ୍ତକୁ ଭୁବନେଶ୍ୱର ସିବିଆଇ ଅଦାଲତରେ ହାଜର କରାଯିବା ପରେ ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ଡ. ଷଡଙ୍ଗୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରିସ୍ଥିତି ବିଗିଡ଼ିଲେ ହେବ ଲକଡାଉନ୍‌ : ସ୍ୱାସ୍ଥ୍ୟମନ୍ତ୍ରୀ , ସ୍କୁଲରେ କଟକଣା କଡ଼ାକଡ଼ି କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ

ପରିସ୍ଥିତି ବିଗିଡ଼ିଲେ ହେବ ଲକଡାଉନ୍‌ : ସ୍ୱାସ୍ଥ୍ୟମନ୍ତ୍ରୀ , ସ୍କୁଲରେ କଟକଣା କଡ଼ାକଡ଼ି କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ

Read More...

କୃଷି,ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ

କୃଷି,ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page