ଅର୍ଥନୈତିକ ସର୍ଭେ ରିପୋର୍ଟ, କମିଛି ମୁଣ୍ଡପିଛା ଆୟ

February 20, 2021, ଓଡ଼ିଶା, , Anupambharat News Bureau


ଅର୍ଥନୈତିକ ସର୍ଭେ ରିପୋର୍ଟ, କମିଛି ମୁଣ୍ଡପିଛା ଆୟ
Anupambharat News Bureau
February 20, 2021


ଭୁବନେଶ୍ୱର, ୨୦ା୨(ଅନୁପମ ମିଡ଼ିଆ): ପ୍ରକାଶ ପାଇଲା ୨୦୨୦ -୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । କରୋନା ମାଡ଼ରେ ରାଜ୍ୟ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର କମିବ ଏବଂ ଏହା ବିଯୁକ୍ତ ୪.୯୨ ହେବ ବୋଲି ଆକଳନ କରାଯାଇଛି । ରାଜ୍ୟ ଅର୍ଥନୀତି ଉପରେ କୋଭିଡର ଜୋରଦାର ପ୍ରଭାବ ପଡିଛି । କୋଭିଡ ପ୍ରଭାବରେ ରାଜ୍ୟର ଅର୍ଥନୀତି ସଙ୍କୁୁଚିତ ହେବ । ୨୦୧୨-୧୩ ରୁ ୨୦୧୯ -୨୦ ମଧ୍ୟରେ ଓଡ଼ିଶାର ଅର୍ଥନୀତି ହାରାହାରି ବାର୍ଷିକ ୭.୧ ପ୍ରତିଶତ ହାରରେ ବୃଦ୍ଧି ପାଇଥିବାବେଳେ ଜାତୀୟ ହାର ୬.୬ ପ୍ରତିଶତ ଥିଲା । ୨୦୨୦ -୨୧ରେ ଦେଶର ଜିଏସଡିପି ବିଯୁକ୍ତ ୭.୭ ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିବାବେଳେ ଓଡିଶାର ଜିଏସଡିପି ବିଯୁକ୍ତ ୪.୯୨ ରହିବ । ଯାହାକି ଜାତୀୟ ହାରଠୁ ଭଲ ସ୍ଥିତିରେ ରହିବ । ସେହିପରି ଓଡ଼ିଶାର ମୁଣ୍ଡ ପିଛା ଆୟ କମିଛି । ଗତବର୍ଷ ତୁଳନାରେ ମୁଣ୍ଡପିଛା ଆୟ ୨୪୧୦ ଟଙ୍କା କମିଛି । ୨୦୧୧-୧୨ ରେ ଓଡ଼ିଶାର ମୁଣ୍ଡପିଛା ଆୟ ୪୮ ହଜାର ୪୯୯ ଥିଲା । ୨୦୧୯-୨୦ ରେ ୧ ଲକ୍ଷ ୪ ହଜାର ୫୬୬ ହୋଇଥିଲା ।
ଚଳିତ ବର୍ଷ ହ୍ରାସ ପାଇ ୧ ଲକ୍ଷ ୨ ହଜାର ୧୫୬ ରେ ପହଞ୍ଚିଲା । ରାଜ୍ୟର ମୁଣ୍ଡପିଛା ଆୟ ଗତବର୍ଷ ତୁଳନାରେ ୨. ୩ ପ୍ରତିଶତ ହ୍ରାସ ପାଇଛି । ଆଜି ବିଧାନସଭାରେ ଏନେଇ ଉପସ୍ଥାପିତ ରିପୋର୍ଟରୁ କୁହାଯାଇଛି । ତେବେ ଆଜିର ଅର୍ଥନୈତିକ ସର୍ଭେ ରିପୋର୍ଟରେ କରୋନା ଛାଟ ପଡ଼ିଥିବା ପୁରା ପରିଲକ୍ଷିତ ହୋଇଛି । ଫଳରେ ରାଜ୍ୟଅର୍ଥନୀତି ସଙ୍କୁଚିତ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୃହରେ ଧାନ କିଣା ଝଡ଼

ଗୃହରେ ଧାନ କିଣା ଝଡ଼

Read More...

ସଡକ ଦୁର୍ଘଟଣାରେ ନବବଧୂଙ୍କ ମୃତ୍ୟୁ

ସଡକ ଦୁର୍ଘଟଣାରେ ନବବଧୂଙ୍କ ମୃତ୍ୟୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page