ଗୁଜୁରାଟରେ ୨୮ ଯାଏଁ ରାତ୍ରୀ କର୍ଫୁ୍ୟ ବଢ଼ିଲା

February 16, 2021, ଦେଶ, , Anupambharat News Bureau


ଗୁଜୁରାଟରେ ୨୮ ଯାଏଁ ରାତ୍ରୀ କର୍ଫୁ୍ୟ ବଢ଼ିଲା
Anupambharat News Bureau
February 16, 2021


ନୂଆଦିଲ୍ଲୀ,୧୫ା୨:କରୋନା ଭୂତାଣୁଜନିତ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଗୁଜୁରାଟରେ ରାତ୍ରୀକାଳିନ କଫୁ୍ୟ ଚଳିତ ମାସ ୨୮ ପର୍ଯ୍ୟନ୍ତ ରାଜ୍ୟ ସରକାର ବଢ଼ାଇ ଦେଇଛନ୍ତି । ରାଜ୍ୟର ଅହମ୍ମଦାବାଦ୍‌, ସୁରାଟ, ବାଦୋଦରା ଏବଂ ରାଜକୋଟରେ ଏହି ରାତ୍ରିକାଳୀନ କର୍ଫୁ୍ୟ ପାଳନ କରାଯିବ । ମଧ୍ୟରାତ୍ରୀ ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଯେଉଁ କର୍ଫୁ୍ୟ ଜାରି ରହିଥିଲା, ଏହାକୁ ରାତ୍ରୀ ୧୧ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ଅଧିକ ୧ ଘଣ୍ଟା ବୃଦ୍ଧି କରାଯାଇଛି । ତେଣୁ ୧୬ ତାରିଖ ଠାରୁ ଆରମ୍ଭ ହେଉଥିବା ଏହି ରାତ୍ରିକାଳୀନ କର୍ଫୁ୍ୟ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଗୁଜୁରାଟ ଗୃହବିଭାଗର ଅତିରିକ୍ତ ମୁଖ୍ୟସଚିବ ପଙ୍କଜ କୁମାର ସୂଚନା ଦେଇଛନ୍ତି । ଗୁଜୁରାଟରେ କ୍ରମାଗତ ଚତୁର୍ଥ ଥର ପାଇଁ ଏହି ନାଇଟ୍‌ କର୍ଫୁ୍ୟ ବୃଦ୍ଧି କରାଯାଇଛି । ଗତବର୍ଷ ନଭେମ୍ବର ମାସରେ ଦୀପାବଳି ପରବର୍ତ୍ତୀ ଠାରୁ ଆରମ୍ଭ ହୋଇଥିବା ରାତ୍ରିକାଳୀନ କର୍ଫୁ୍ୟ କ୍ରମାଗତ ବୃଦ୍ଧି କରାଯାଉଛି । ସୂଚନା ଥାଉକି, ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କୋଭିଡ଼-୧୯ କରୋନା ପଜିଟିଭ ଚିହ୍ନଟ ହେବା ପରେ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାତ୍ରିକାଳୀନ କର୍ଫୁ୍ୟ ପୁଣି ବଢ଼ାଇ ଦିଆଯାଇଛି । ଗୁଜୁରାଟରେ ଟିକାକରଣ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭.୯୧ ଲକ୍ଷ ବ୍ୟକ୍ତିଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଡୋଜ୍‌ ଟିକା ପ୍ରଦାନ କରାଯାଇଛି । ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେଶକ ଏମ୍‌.ଏ.ପାଣ୍ଡିଆ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଟନାରେ ଭୂକମ୍ପ

ପାଟନାରେ ଭୂକମ୍ପ

Read More...

ସଡ଼କ ଦୁର୍ଘଟଣାରେ ୧୫ ମୃତ

ସଡ଼କ ଦୁର୍ଘଟଣାରେ ୧୫ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page