ଓଡ଼ିଶା ମାଟିରେ ଆନ୍ଧ୍ରର ନିର୍ବାଚନ ଶେଷ : ପ୍ରଶାସନର ସମସ୍ତ ଉଦ୍ୟମ ଫସର ଫାଟିଲା

February 13, 2021, ଓଡ଼ିଶା, , Anupambharat News Bureau


ଓଡ଼ିଶା ମାଟିରେ ଆନ୍ଧ୍ରର ନିର୍ବାଚନ ଶେଷ : ପ୍ରଶାସନର ସମସ୍ତ ଉଦ୍ୟମ ଫସର ଫାଟିଲା
Anupambharat News Bureau
February 13, 2021


କୋରାପୁଟ,୧୩ା୨(ଅନୁପମ ମିଡ଼ିଆ): ଓଡିଶା ମାଟିରେ ପଡୋଶୀ ଆନ୍ଧ୍ର ଆଜି ପଞ୍ଚାୟତ ନିର୍ବାଚନ କରିଛି । ପଟ୍ଟାଙ୍ଗୀ ବ୍ଲକର ବିବାଦୀୟ କୋଟିଆ ପଞ୍ଚାୟତର ଫାଟୁସିନେରୀରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ନିମନ୍ତେ ଭୋଟ ଗ୍ରହଣ କରାଯାଇଥିଲା । ସୂଚନା ଥାଉକି ଯେ କୋଟିଆ ପଞ୍ଚାୟତର ୨୧ଟି ବିବାଦୀୟ ଗ୍ରାମକୁ ନେଇ ଆନ୍ଧ୍ର ସରକାର ଫାଟୁସିନେରୀ,ଫଗୁଣସିନେରା ଓ ତଳଗଞ୍ଜେଇପଦର ୩ଟି ପଞ୍ଚାୟତ ଗଠନ କରିଛନ୍ତି । ଆଜି ଆନ୍ଧ୍ରରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଫାଟୁସିନେରୀ ପଞ୍ଚାୟତରେ ଭୋଟ ଗ୍ରହଣ କରାଯାଇଛି । ଫାଟୁସିନେରୀ ପଞ୍ଚାୟତରେ କୋଟିଆର ବିବାଦୀୟ ଚିକିପାର ,କୋନାଦରା,ଡୋଳିଆମ୍ବ,ବର୍ଣାପାଡୁ,ଫାଟୁସିନେରୀ ସମେତ ଆନ୍ଧ୍ର ପ୍ରଦେଶର ଏଲିଙ୍ଗିବାଲସା ଓ ବନଙ୍ଗବାଲସା ରହିଛି । ଫାଟୁସିନେରୀ ଚର୍ଚ୍ଚରେ ଭୋଟ ଗ୍ରହଣ କେନ୍ଦ୍ର ଖୋଲା ଯାଇ ଶନିବାର ସକାଳ ସାଢ଼େ ୬ରୁ ଭୋଟ ଗ୍ରହଣ କରାଯାଇ ସାଢ଼େ ଗୋଟାଏରେ ଭୋଟଦାନ ଶେଷ ହୋଇଥିଲା । ଫାଟୁସିନେରୀ ପଞ୍ଚାୟତରେ ମୋଟ ୫୪୦ ମହିଳାଙ୍କ ସମେତ ୧୦୨୫ଜଣ ଭୋଟର ଥିବାବେଳେ ନିର୍ବାଚନରେ ୨ଜଣ ସରପଞ୍ଚ ପ୍ରାର୍ଥୀ ଓ ୮ଟି ୱାର୍ଡରେ ୧୬ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ଦୁଇ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ ଓଡିଶାର ମାଳତୀ ହେଲେକା ନିର୍ବାଚନ ଲଢୁଥିବାବେଳେ ଆନ୍ଧ୍ରର ସୀମାଞ୍ଚଳ ଦୋରା ପ୍ରାର୍ଥୀ ହୋଇଛନ୍ତି । ଆଜି ସକାଳେ ଭୋଟ ଗ୍ରହଣ କେନ୍ଦ୍ରରେ ପ୍ରବଳ ଭିଡ ଲାଗି ରହିଥିବା ଦେଖିବାକୁ ମିଳିଥିଲ । ଆନ୍ଧ୍ର ପ୍ରଶାସନ ଦ୍ୱାରା ମତଦାତାଙ୍କୁ ଗାଡିରେ ଭୋଟ ଗ୍ରହଣ କେନ୍ଦ୍ର ଯାଏ ବୁହା ହେଉଥିବାବେଳେ ଖାଦ୍ୟ ପାନୀୟ ବ୍ୟବସ୍ଥା କରାଯାଇଥିଲା । କୋଟିଆକୁ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାବେଳେ ଆନ୍ଧ୍ରର ଏଭଳି ଜବରଦସ୍ତ ନିର୍ବାଚନକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କୋରାପୁଟ ଜିଲାପାଳ ମହମ୍ମଦ୍‌ ଅବଦ୍ଦୁଲ ଅଖତାର ଗତକାଲି ବିଜୟନଗରମ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ବାଚନ ସ୍ଥଗତି ରଖିବାକୁ ଅନୁରୋଧ କରିଥିଲେ ତଥାପି ଆନ୍ଧ୍ର ପ୍ରଶାସନ ସେଥିପ୍ରତି ଗୁରୁତ୍ୱ ନଦେଇ ନିର୍ବାଚନ ଆୟୋଜନ କରିଥିଲା । ଆଜି ମଧ୍ୟ ଜିଲ୍ଲାପାଳଙ୍କ ଉକ୍ତ ଚିଠିକୁ ରିଟର୍ଣ୍ଣିଂ ଅଫିସର ପ୍ରଦାନ କରାଯାଇଥିଲା । ୧୦୨୫ ଭୋଟରଙ୍କ ମଧ୍ୟରୁ ୬୧୫ ଜଣ ଭୋଟ ପ୍ରଦାନ କରିଥିବା ବେଳେ ଏଥିରେ ୩୦୯ ଜଣ ପୁରୁଷ ଓ ୩୦୬ ଜଣ ମହିଳା ରହିଛନ୍ତି ।କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମେ ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ ଫାଟୁସେନେରୀ ଯାଇ ଉପସ୍ଥିତ ରହିଥିଲେ । ଆନ୍ଧ୍ର ସରକାର ବେଆଇନ ଭାବେ ନିର୍ବାଚନ କରୁଥିବା ସେ ପ୍ରକାଶ କରିଛନ୍ତି । ଆନ୍ଧ୍ରର ଆଇପିଏସ ଅଧିକାରୀ ବି. ରାଜା କୁମାରୀ ଫାଟୁସେନେରୀର ବୁଥ ପରିଦର୍ଶନ କରିଥିଲେ । ପାଠୁସେନେରୀ ବୁଥରେ ଭୋଟଦାନ ପ୍ରକ୍ରିୟା ଶାନ୍ତପୂର୍ଣ୍ଣ ହେବା ଶେଷ ହୋଇଥିବା ସେ ପ୍ରକାଶ କରିଛନ୍ତି । କୋରପୁଟ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ , ଜିଲ୍ଲା ପଞ୍ଚାୟତ ଅଧିକାରୀ ସୁଦେଶ ପଟନାୟକ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଫାଟୁସେନେରୀ ବୁଥରେ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ । ସେହିପରି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ,ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ , ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଏକ ରଣନିତୀ ପ୍ରସ୍ତୁତ କରାଯାଇ ଭୋଟରମାନଙ୍କୁ ସଚେତନ କରାଇଥିଲେ ସୁଦ୍ଧା ଭୋଟରମାନେ ଭୋଟଦେଇଥିଲେ । ଫଗୁଣସେନେରୀରେ ଜିଲ୍ଲା ପ୍ରଶାସନ ତରଫରୁ ପେନସନ , ଚାଉଳ ବଣ୍ଟନ କରାଯିବା ସହ ସାଂସ୍କୃତିକ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରଶାସନର ଏହି ସମସ୍ତ ଉଦ୍ୟମ ଶେଷରେ ଫସର ଫାଟିଥିଲା । ଏପରିକି ଭୋଟରମାନେ ବୁଥକୁ ଯାଇ ମତଦାନ ପରେ ଫେରି ପରିବେଷିତ ନୃତ୍ୟକୁ ଦେଖୁଥିବା ନଜର କରାଯାଇଥିଲା ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ଯେକୌଣସି ସମୟରେ ଏବଂ ସ୍ଥାନରେ ଆନ୍ଦୋଳନ ଅଧିକାରନାହିଁ ’

‘ଯେକୌଣସି ସମୟରେ ଏବଂ ସ୍ଥାନରେ ଆନ୍ଦୋଳନ ଅଧିକାରନାହିଁ ’

Read More...

ପୁଣି ଆସିଲା କାଳିଆ ଟଙ୍କା

ପୁଣି ଆସିଲା କାଳିଆ ଟଙ୍କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page