ରଥକାଠ ପହଞ୍ଚିଲା

February 12, 2021, ଓଡ଼ିଶା, , Anupambharat News Bureau


ରଥକାଠ ପହଞ୍ଚିଲା
Anupambharat News Bureau
February 12, 2021


ପୁରୀ,୧୨ା୨(ଅନୁପମ ମିଡ଼ିଆ): ଆରମ୍ଭ ହେଲା ଚଳିତବର୍ଷ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ଯ୍ୟାୟ । ନୟାଗଡ ବନଖଣ୍ଡରୁ ଆଜି ପ୍ରଥମ ପର୍ଯ୍ୟାୟରେ ଦୁଇଟି ରଥକାଠ ବୋଝେଇ ଟ୍ରକ ପୁରୀରେ ଆସି ପହଞ୍ଚିଛି । ଦୁଇଟି ଟ୍ରକରେ ସମୁଦାୟ ୪୯ ଟି ଅସନ ଓ ଧଉରା କାଠ ରହିଛି । ସେଥି ମଧ୍ୟରୁ ୨୦ଫୁଟିଆ ଅସନକାଲ ୧୦ଖଣ୍ଡ, ୧୨ଫୁଟିଆ ଅସନ କାଠ ୨୦ଖଣ୍ଡ, ୧୨ଫୁଟିଆ ଧଉରା କାଠ ୧୯ଖଣ୍ଡ ରହିଛି । ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ଗତବର୍ଷରୁ ୬୯ ଖଣ୍ଡ କାଠ ବଳକା ରହିଛି । ତେଣୁ ଚଳିତ ରଥଯାତ୍ରା ପାଇଁ ଆଉ ୭୯୬ ଟି କାଠର ଆବଶ୍ୟକତା ରହିଛ । ପବିତ୍ର ଶ୍ରୀପଞ୍ଚମୀ ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯିବ । ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି । ତିନିରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀ ଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମପଞ୍ଚମୀ ଦିନ ଅନୁକୂଳ ହେବା ପରେ ଅକ୍ଷୟତୃତୀୟା ଦିନ ୩ଟି ୧୨ଫୁଟିଆ ଧଉରା କାଠରେ ରଥନିର୍ମାଣ ଅନୁକୂଳ କାର୍ଯ୍ୟ ଆରମ୍ଭ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ଆସିଲା କାଳିଆ ଟଙ୍କା

ପୁଣି ଆସିଲା କାଳିଆ ଟଙ୍କା

Read More...

ଚାରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଚାରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page