ପାଠକ ବାପା ଓ ପୁଅ କୋର୍ଟରେ ହାଜର

February 11, 2021, ଓଡ଼ିଶା, , Anupambharat News Bureau


ପାଠକ ବାପା ଓ ପୁଅ କୋର୍ଟରେ ହାଜର
Anupambharat News Bureau
February 11, 2021


ବ୍ରହ୍ମପୁର,୧୧ା୨(ଅନୁପମ ମିଡ଼ିଆ): ଟାଟା ମୋଟର୍ସରେ ଚାକିରୀ ଦେବା ନାମରେ ଠକେଇ ମାମଲାରେ ଆଜି ଅନ୍ୟତମ ଅଭିଯୁକ୍ତ ଦ୍ୱୟ ତଥା ପାଠକ ବାପା ଓ ପୁଅଙ୍କୁ ବ୍ରହ୍ମପୁର କୋର୍ଟରେ ହାଜର କରାଯାଇଥିବା ବେଳେ ଆସନ୍ତାକାଲି ତାଙ୍କୁ ଦିନିକିଆ ପୋଲିସ୍‌ ରିମାଣ୍ଡରେ ନେବାପାଇଁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ଗତ କିଛିଦିନ ତଳେ ଗୋଳନ୍ଥରା ଥାନାରେ ଟାଟା କମ୍ପାନୀରେ ଚାକିରୀ କରାଇବା ନାମରେ କେତେକ ବ୍ୟକ୍ତିଙ୍କ ଠାରୁ ଅର୍ଥ ଠକି ନେଇଥିବା ଅଭିଯୋଗରେ ୩ ଟି ଠକେଇ ମାମଲା ରୁଜୁ କରାଯାଇଥିବା ଏବଂ ଉକ୍ତ ମାମଲାରେ ଭିତ୍ତିରେ ବ୍ରହ୍ମପୁର ଏସ୍‌ଡ଼ିଜେଏମ୍‌ କୋର୍ଟ ପକ୍ଷରୁ ଜାରି ପ୍ରଡ଼କ୍ସନ୍‌ ୱାରେଣ୍ଟ ବଳରେ ଗୋପାଳପୁର ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଏସ୍‌ଡ଼ିଜେଏମ୍‌ କୋର୍ଟରେ ହାଜାର କରାଯାଇଥିଲା । ପରେ ତାଙ୍କୁ ୩ ଦିନ ବ୍ରହ୍ମପୁରରେ ଜେଲ୍‌ ହାଜତରେ ଅଟକ ରଖାଯିବା ପରେ ୭ ତାରିଖ ଦିନ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି । ଉକ୍ତ ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାବେ ବିଧାୟକଙ୍କ ଭାବି ସମୁଦି ଅଭୟ ପାଠକ ଓ ଭାବି ଜ୍ୱାଇଁ ଆକାଶ ପାଠକଙ୍କୁ ଆଜି ଝାରପଡ଼ା ଜେଲ୍‌ରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଣି ବ୍ରହ୍ମପୁର ଏସ୍‌ଡ଼ିଜେଏମ୍‌ କୋର୍ଟରେ ହାଜର କରାଯାଇଛି । ତାଙ୍କ ବିରୁଦ୍ଧରେ ଗୋଳନ୍ଥରା ଥାନାରେ ରୁଜୁ ମାମଲାରେ ଜଡ଼ିତ କରାଯିବା ପରେ ଆଜି ବ୍ରହ୍ମପୁର ଜେଲ୍‌ ହାଜତକୁ ପଠାଯାଇଥିବା ଏବଂ ଆସନ୍ତାକାଲି ଉଭୟ ବାପା ପୁଅଙ୍କୁ ଦିନିକିଆ ପୋଲିସ ରିମାଣ୍ଡରେ ଯିବା ପାଇଁ ଏସ୍‌ଡ଼ିଜେଏମ୍‌ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଉଭୟ ବାପା ପୁଅଙ୍କୁ ବ୍ରହ୍ମପୁର
କୋର୍ଟରେ ହାଜର ପରେ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ ଓ ବିଧାୟକଙ୍କ ଧର୍ମପତ୍ନୀ ତଥା ଆଇନଜିବୀ ସୁଜାତା ପାଣିଗ୍ରାହୀ କୋର୍ଟରେ ସେମାନଙ୍କ ସପକ୍ଷରେ ଯୁକ୍ତି ବାଡ଼ିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଈଶ୍ୱରଙ୍କୁ ଆଜୀବନ କାରାଦଣ୍ଡ

ଈଶ୍ୱରଙ୍କୁ ଆଜୀବନ କାରାଦଣ୍ଡ

Read More...

ହିଞ୍ଜିଳିରେ ୨୮ କୋଟିର ପ୍ରକଳ୍ପ ଉଦ୍‌ଘାଟିତ ଛୋଟ ଛୋଟ ସହରକୁ ଗୁରୁତ୍ୱ ଦେଲେ ନବୀନ

ହିଞ୍ଜିଳିରେ ୨୮ କୋଟିର ପ୍ରକଳ୍ପ ଉଦ୍‌ଘାଟିତ ଛୋଟ ଛୋଟ ସହରକୁ ଗୁରୁତ୍ୱ ଦେଲେ ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page