ବିଶ୍ୱରେ ଭାରତରେ ସର୍ବାଧିକ ସଡ଼କ ଦୁର୍ଘଟଣା

February 10, 2021, ଦେଶ, , Anupambharat News Bureau


ବିଶ୍ୱରେ ଭାରତରେ ସର୍ବାଧିକ ସଡ଼କ ଦୁର୍ଘଟଣା
Anupambharat News Bureau
February 10, 2021


ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣା କମ କରିବାକୁ ସରକାର ଲଗାତାର ଚେଷ୍ଟା ଜାରି ରଖିଛନ୍ତି । ନୂଆ ମୋଟର ଯାନ ଆଇନ୍‌ ପାଖରୁ ଆରମ୍ଭ କରି ସଚେତନତା କାର୍ଯ୍ୟକ୍ରମ ସବୁ କିଛି ଲୋକଙ୍କ ହିତରେ କରାଯାଉଛି । ଲୋକେ ମୋଟାଅଙ୍କର ଫାଇନ୍‌ ଦେବାକୁ ନାରାଜ ଅଛନ୍ତି ସତ କି;ୁ ନିୟମ ମାନିବା ମଧ୍ୟ ନିହାତି ଆବଶ୍ୟକ ।
ଏତେ ପରେ ବି ସଡ଼କ ଦୁର୍ଘଟଣାକୁ ନେଇ ମିଳିଥିବା ତଥ୍ୟ ଚିନ୍ତାର କାରଣ ପାଲଟିଛି । ବିଶ୍ୱରେ ସବୁଠାରୁ ଅଧିକ ସଡ଼କ ଦୁର୍ଘଟଣା ଭାରତରେ ହେଉଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ତମାମ ଅଧିକାରୀଙ୍କୁ କେମିତି ସଡ଼କ ଦୁର୍ଘଟଣା ହ୍ରାସ ଘଟିବ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ କହୁଛନ୍ତି । ଏହା ସହ ୨୦୨୫ ସୁଦ୍ଧା ଦେଶରେ ସଡ଼କ ଦୁର୍ଘଟଣାରେ ୫୦ ପ୍ରତିଶତ ହ୍ରାସ ହେବ ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀ କହୁଛନ୍ତି । କି;ୁ ଏହା ସମ୍ଭବ ହୋଇପାରିବ ଯଦି ସମସ୍ତେ ମିଶି କାର୍ଯ୍ୟ କରିବା । ସେ ଆହୁରି କହିଛନ୍ତି ସଡ଼କ ଦୁର୍ଘଟଣା ପାଇଁ ହେଉଥିବା ମୃତ୍ୟୁ ପାଇଁ ଭୟଙ୍କର ପରିସ୍ଥିତି ଉପୁଜୁଛି । ଭାରତ ସଡ଼କ ଦୁର୍ଘଟଣା ମାମଲାରେ ପ୍ରଥମ ସ୍ଥାନରେ ରହିଛି । ସଡ଼କ ସୁରକ୍ଷାକୁ ନେଇ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ନୀତିନ ଗଡ଼କରୀ । ସରକାରୀ ରିପୋର୍ଟ ମୁତାବିକ ଦେଶରେ ପ୍ରତି ବର୍ଷ ସଡ଼କ ଦୁର୍ଘଟଣାରେ ଦେଢ଼ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି ଏବଂ ୪.୫ ଲକ୍ଷରୁ ଅଧିକ ଲୋକ ଆହତ ହେଉଛନ୍ତି ।
ଭାରତରେ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ୪୧୫ ଜଣ ମୃତ୍ୟୁବରଣ କରୁଛନ୍ତି । ସଡ଼କ ଦୁର୍ଘଟଣାରେ ଘଟୁଥିବା ମୃତ୍ୟୁ ମଧ୍ୟରୁ ୭୦ ପ୍ରତିଶତ ୧୮ରୁ ୪୫ ବର୍ଷୀୟ ଲୋକ । ଅର୍ଥ ବ୍ୟବସ୍ଥାକୁ ମଧ୍ୟ କ୍ଷତି ପହଞ୍ଚୁଛି । ସରକାରଙ୍କ ଅନୁସାରେ ଦେଶର ୫ ହଜାର ସ୍ଥାନ ଏମିତି ରହିଛି ଯେଉଁଠି ଅଧିକ ଦୁର୍ଘଟଣା ଘଟୁଛି । ମନ୍ତ୍ରାଳୟ ପକ୍ଷରୁ ଏହି ସବୁ ଦୁର୍ଘଟଣା ପ୍ରବଣ ଅଞ୍ଚଳକୁ ଠିକ୍‌ କରିବା କାର୍ଯ୍ୟ ଚାଲୁ ରହିଛି । ନିୟମିତ ଭାବେ ରାଜମାର୍ଗ କୁଡ଼ିକର ପରୀକ୍ଷଣ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା:  ଦୁଇ ଅଭିଯୁକ୍ତ ଗିରଫ

ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା: ଦୁଇ ଅଭିଯୁକ୍ତ ଗିରଫ

Read More...

ଭାରତ ସୀମାରେ ଚାଇନାର ଘନଘନ ବୋମା ମାଡ଼

ଭାରତ ସୀମାରେ ଚାଇନାର ଘନଘନ ବୋମା ମାଡ଼

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page