ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିଜେପି ଆଗରେ ମୁଣ୍ଡ ନୁଆଁଇବି ନାହିଁ: ମମତା

February 10, 2021, ଦେଶ, , Anupambharat News Bureau


ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ବିଜେପି ଆଗରେ ମୁଣ୍ଡ ନୁଆଁଇବି ନାହିଁ: ମମତା
Anupambharat News Bureau
February 10, 2021


କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଲଗାତାର ବିଜେପିକୁ ଟାର୍ଗେଟ କରି ଚାଲିଛନ୍ତି । ଏକ ରାଲିରେ ସେ କହିଛନ୍ତି ବିଜେପି ଶାସନକୁ ଆସିବା ମାନେ ଦଙ୍ଗାକୁ ପ୍ରୋତ୍ସାହନ ଦେବା । ସେ କହିଛନ୍ତି, ଯଦି ଆପଣ ରାଜ୍ୟରେ ଦଙ୍ଗା ଚାହୁଁଛନ୍ତି ତାହେଲେ ବିଜେପି ନିଶ୍ଚୟ ଭୋଟ ଦିଅ;ୁ । କି;ୁ ଆପଣ ମମତା ବାନାର୍ଜୀକୁ ହରାଇ ପାରିବେନ । କାରଣ ସେ ଏକା ନୁହେଁ । ମମତା ପାଖରେ ଲୋକଙ୍କ ସମର୍ଥନ ଅଛି ।
ଯେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି, ବିଜେପିକୁ ଏଠାରେ ଜିତିବାକୁ ଦେବିନି । ଏହା ପୂର୍ବରୁ ମଙ୍ଗଳବାର ଦିନ ମମତା ବାନାର୍ଜୀ ବିଜେପି ଉପରେ ଆରୋପ ଲଗାଇଥିଲେ ଯେ ବିଜେପି ମିଛ କହୁଛି ଯେ ସେ କୃଷକଙ୍କୁ ଟଙ୍କା ଦେଉନି । ବିଜେପି କହୁଛି ଯେ ତୃଣମୂଳ କଂଗ୍ରେସ ପ୍ରତ୍ୟେକ କୃଷକଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଦେଉଛି ଓ ମାଗଣା ଫସଲ ବୀମା ବ୍ୟବସ୍ଥା ମଧ୍ୟ କରିଛି ।
ମୁଖ୍ୟମନ୍ତ୍ରୀ ବିଧାନସଭାରେ ସୂଚିତ କରିଥିଲେ ଯେ, ସରକାରଙ୍କ ଦ୍ୱାରା ନୋଟିଫିକେସନ ପାଇଁ ପଠାଯାଇଥିବା କୃଷକଙ୍କ ୬ ଲକ୍ଷ ଆବେଦନରୁ ରାଜ୍ୟ ସରକାର ଜରୁରୀ କାମ କରିବା ପରେ ଅଢେଇ ଲକ୍ଷ ନାମ ତାଲିକା ଫେରାଇ ଦେଇଥିଲେ । ଟିଏମସି ଅଧ୍ୟକ୍ଷ ଏକ ଜନସଭାକୁ ସମ୍ବୋଧିତ କରି କହିଥିଲେ ଯେ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ଅତ୍ୟାଚାର ସାମ୍ନା କରିବାକୁ ପଡୁଛି । ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ଟିଏମସି ଓ ବିଜେପି ମଧ୍ୟ ଆରୋପ ପ୍ରତ୍ୟାରୋପ ସେତିକି ଆଗେଇ ଚାଲିଛି । ଗତ ମାସରେ ଟିଏମସିର ଅନେକ ନେତା ବିଜେପିରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଶୁଭେନ୍ଦୁ ଅଧିକାରୀ ସବୁଠାରୁ ଲୋକପ୍ରିୟ ଟିଏମସି ନେତା ଥିଲେ । ଶୁଭେନ୍ଦୁ ଅଧିକାରୀ ଲଗାତାର ନିଜ ରାଲିରେ ମମତାଙ୍କ ପରାଜୟ ଘୋଷଣା କରୁଛନ୍ତି । ଏପଟେ ମମତା ମଧ୍ୟ ନନ୍ଦୀଗ୍ରାମ ଆସନରୁ ନିର୍ବାଚନୀ ରଣନୀତି ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନପାଖେଇ ଆସୁଛି । ଏଥି ସହିତ ସରକାରରେ ଥିବା ତୃଣମୂଳ କଂଗ୍ରେସ୍‌ ଏବଂ କେନ୍ଦ୍ରରେ ଥିବା ବିଜେପି ସହିତ ଦିନକୁ ଦିନ ତିକ୍ତତା ବୃଦ୍ଧି ପାଉଛି । ରାଜନୈତିକ ଦଳ ଗୁଡ଼ିକ ବଡ଼ ବଡ଼ ରିଲି କରି ନିଜ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ଏଥି ମଧ୍ୟରେ ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାଲଦାରେ ରାଲି କରି ସିଧାସଳଖ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି । ବିଜେପି ଦିଲ୍ଲୀରୁ ବଙ୍ଗକୁ ରିମୋଟ୍‌ କଣ୍ଟ୍ରୋଲ୍‌ ମାଧ୍ୟମରେ ଚଳାଉଛି ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଲିରେ ବିଜେପିକୁ ନେଇ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଆମେ ମରିଯିବୁ ପଛେ ବିଜେପି ଆଗରେ କଦାପି ଆତ୍ମସମର୍ପଣ କରିବୁ ନାହିଁ । ବିଜେପି ବଙ୍ଗଳାକୁ ବିଭାଜନ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ମମତା ପୁଣିଥରେ ପଶ୍ଚିମଙ୍ଗରେ ଟିଏମ୍‌ସି ବହୁମତ ସହିତ ସରକାର ଗଠନ କରିବ ବୋଲି କହିଛନ୍ତି । ବଙ୍ଗରେ ବିଜୟ ହାସଲ କରିବା ପରେ ସେ କେନ୍ଦ୍ରରୁ ବିଜେପି ସରକାରକୁ ହଟାଇବା ପାଇଁ ସୁନିଶ୍ଚିତ କରିବେ ବୋଲି ଏହି ରାଲିରେ କହିଛନ୍ତି ।
ଟିଏମ୍‌ସି ସାଧାରଣ ଜନତାଙ୍କୁ ନେଇ ଦଳ ଚଳାଉଛି ଏବଂ ଦଳ କେବଳ କାମ କରୁଥିବା ଲୋକଙ୍କୁ ହିଁ ଟିକେଟ୍‌ ଦେବ । ବିଜେପି ପାଖରେ ଟଙ୍କା ଅଛି । ସେ କିଛି ବି କରିପାରିବ । କି;ୁ ଟଙ୍କା ଦ୍ୱାରା ବିଜେପି ଜନତାଙ୍କର ମୂଲ୍ୟ ନିର୍ଦ୍ଧାରଣ କରିପାରିବ ନାହିଁ । ଯିଏ ଲୋକଙ୍କୁ ହତ୍ୟା କରୁଛି, ତାଙ୍କଠାରୁ ଲୁଟୁଛି, ଦଙ୍ଗା ସୃଷ୍ଟି କରୁଛି ସେ କେବେ ଧାର୍ମିକ ଦଳ ହୋଇପାରିବ ନାହିଁ ବୋଲି ମମତା କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତ ସୀମାରେ ଚାଇନାର ଘନଘନ ବୋମା ମାଡ଼

ଭାରତ ସୀମାରେ ଚାଇନାର ଘନଘନ ବୋମା ମାଡ଼

Read More...

କୁମ୍ଭମେଳା ପାଇଁ ମାର୍ଗଦର୍ଶିକା ଜାରି

କୁମ୍ଭମେଳା ପାଇଁ ମାର୍ଗଦର୍ଶିକା ଜାରି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page