ନାବାଳିକା ହତ୍ୟା ଉଦ୍ୟମ ମାମଲା : ଗଣଦୁର୍ଷ୍କମ ପରେ ଆକ୍ରମଣ, ଦୁଇ ଗିରଫ

January 31, 2021, ଓଡ଼ିଶା, , Anupambharat News Bureau


ନାବାଳିକା ହତ୍ୟା ଉଦ୍ୟମ ମାମଲା :  ଗଣଦୁର୍ଷ୍କମ ପରେ ଆକ୍ରମଣ, ଦୁଇ ଗିରଫ
Anupambharat News Bureau
January 31, 2021


ଚିକିଟି,୩୧ ।୧(ଅନୁପମ ମିଡ଼ିଆ): ଚିକିଟି ବ୍ଲକ୍‌ ଅଞ୍ଚଳରେ ଗତ ଗୁରୁବାର ଜଣେ ନାବାଳିକାକୁ ହତ୍ୟା ଉଦ୍ୟମ ଘଟଣାର ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ, ଅଭିଯୁକ୍ତମାନେ ପୀଡ଼ିତାକୁ ଗଣଦୁଷ୍କର୍ମ ପରେ ଇଟାରେ ଆକ୍ରମଣ କରିଥିଲେ । ଘଟଣା ନେଇ ଆଜି ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ଉପରୋକ୍ତ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ କଟକରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଇଛି । ଗତ ୨୮ ତାରିଖ ଦିନଦ୍ୱିପ୍ରହରେ ଏକ ପରିତ୍ୟକ୍ତ ଘରେ ଜନୈକା ୮ ବର୍ଷର ନାବାଳିକାକୁ ଦୁଇ ଜଣ କୁଖ୍ୟାତ ଯୁବକ ହତ୍ୟା ଉଦ୍ୟମ ବେଳେ ସ୍ଥାନୀୟ ଲୋକେ ଦ୍ୱୟଙ୍କୁ ଧରି ନିର୍ଧୁମ ମାଡ଼ ମାରି ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ଉକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ଅଟକ ରଖି ପଚରା ଉଚରା କରାଯିବା ସହ ଗୁରୁତର ପୀଡ଼ିତାର ଚିକିତ୍ସା ପାଇଁ ଆଶୁ ପଦକ୍ଷେପ ଗ୍ରହଣ କରିଥିଲେ । ତେବେ ଏହାସହ ଘଟଣାର ଅଧିକ ତଦନ୍ତ ପାଇଁ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ନେତୃତ୍ୱରେ ସଦର ଏସ୍‌ଡ଼ିପିଓ ଜୟନ୍ତ କୁମାର ମହାପାତ୍ର, ଗୋଳନ୍ଥରା ପୋଲିସ ପ୍ରମୁଖ ବ୍ୟାପକ ତଦନ୍ତ ଚଳାଇବା ସହ ଡ଼ାକ୍ତରୀ ରିପୋର୍ଟକୁ ଅନୁଧ୍ୟାନ ପରେ ପୀଡ଼ିତାକ୍‌ୁ ଅଭିଯୁକ୍ତ ମାନେ ଦୁଷ୍କର୍ମ ପରେ ଧରାପଡ଼ିବା ଭୟରେ ମୁହଁ, କାନ ଓ ମୁଣ୍ଡକୁ ଇଟାରେ ଆକ୍ରମଣ କରିବା ସହ ବେକକୁ କାଟି ହତ୍ୟା ଉଦ୍ୟମ କରିଥିଲେ । ତେବେ ନାବାଳିକାର ପାଟି ଶୁଣି ଲୋକେ ଘଟଣା ସ୍ଥଳକୁ ଦୌଡ଼ି ଯାଇ ଅଭିଯୁକ୍ତଙ୍କୁ ଧରିଥିଲେ । ଆଜି ପୋଲିସ ଉକ୍ତ ଘଟଣାକୁ ଅପହରଣ, ଦୁଷ୍କର୍ମ, ହତ୍ୟା ଉଦ୍ୟମ, ପୋକ୍ସ ଆକଫ ଲଗାଇ ଅଭିଯୁକ୍ତ ଦ୍ୱୟକୁ କୋର୍ଟ ଚାଲାଣ କରିଥିବା ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି କେନ୍ଦ୍ର ବଜେଟ୍‌

ଆଜି କେନ୍ଦ୍ର ବଜେଟ୍‌

Read More...

ଗାଜିପୁରରେ ପୁଣି ଚାଷୀ ମେଳି

ଗାଜିପୁରରେ ପୁଣି ଚାଷୀ ମେଳି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page