ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା

January 30, 2021, ଓଡ଼ିଶା, , Anupambharat News Bureau


ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା
Anupambharat News Bureau
January 30, 2021


କନ୍ଧମାଳ,୩୦ା୧(ଅନୁପମ ମିଡ଼ିଆ): ପୁଣି ରକ୍ତମୁଖା ହେଲେ ମାଓବାଦୀ । କିଛି ଦିନର ନିରବତା ପରେ କନ୍ଧମାଳ ଜିଲ୍ଲାରେ ନିଜର ସ୍ଥିତି ଜାହିର କରିଛି ମାଓ ସଂଗଠନ । ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ବେଲଘର ଥାନା ଇଲାକାର ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାଗୁଡାର ଦୁଇ ଯୁବକଙ୍କୁ ଘରୁ ଡାକିନେଇ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ମାନେ ଗୋଛାଗୁଡାର ହେମନ୍ତ ପାତ୍ର ଏବଂ ଭାବାନୀ ଶଙ୍କର ପାତ୍ର ବୋଲି ଜଣାପଡିଛ । ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । । ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ବାଂଶଧାରା ଘୁମୁସର ନାଗାବାଳୀ ଡିଭିଜନ(ବାଘୁନା)ର ସଶସ୍ତ୍ର ମାଓବାଦୀ ମାନେ ଗୋଛାଗୁଡାରେ ପହଞ୍ଚି ହେମନ୍ତ ଏବଂ ଭାବାନୀଙ୍କୁ ଘରୁ ଡାକିନେଇଥିଲେ । ଏହାପରେ ସେମାନଙ୍କୁ ଶାରିରୀକ ନିର୍ଯାତନା ଦେବାପରେ ହତ୍ୟ କରଥିଲେ । ମୃତ ଦେହ ନିକଟରେ ସେମାନେ ଛାଡ଼ି ଯାଇଥିବା ମାଓ ପୋଷ୍ଟରେ ଉଲ୍ଳେଖ ରହିଛି ଯେ, ସେପେଫମ୍ବରରେ କଳାହାଣ୍ଡି ଜିଲ୍ଲା ସୀମାରେ ଥିବା ସିର୍କା ଜଙ୍ଗଲରେ ପୋଲିସ ପକ୍ଷରୁ ହୋଇଥିବା ଏନ୍‌କାଉଣଫରେ ପାଞ୍ଚ ମାଓବାଦୀଙ୍କର ମୃତୁ୍ୟ ଘଟଣା ପାଇଁ ଏହି ମାନେ ଦାୟୀ ଅଟନ୍ତି, ସେମାନେ ପୋଲିସକୁ ଡାକିଆଣି ସେଠାରେ ଥିବା ମାଓ କ୍ୟାମ୍ପ ବାବଦରେ ଖବର ଦେବା ସହିତ ସେଠାରେ ସେମାନେ ନିଜେ ପୋଲିସ ସହିତ ପହଂଚି ଏହି ଆକ୍ରମଣ କରାଇଥିବା ନେଇ ଉଲ୍ଲେଖ ରହିଛି । ଏପରିକି ଜିଲ୍ଲାରେ ପୋଲିସ ଇନଫର୍ମର ଭାବରେ କାର୍ଯ୍ୟ କରୁଥିବା ସମସ୍ତ ଲୋକଙ୍କୁ ମାଓବାଦୀ ଜାଣିଛନ୍ତି । ତେଣୁ ସେମାନଙ୍କୁ ୧୫ ଦିନ ମଧ୍ୟରେ ପ୍ରଜା କୋର୍ଟରେ ହାଜର ନହେଲେ ସେମାନଙ୍କୁ ମୃତୁ୍ୟ ଦଣ୍ଡ ଦିଆଯିବ ବୋଲି ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଲିଫଲେଟ୍‌ ଜାରୀ କରାଯାଇଛି । ଏହାସହିତ ମୁଣ୍ଡିଗଡ ସରପଞ୍ଚଙ୍କ ସମେତ ଅଞ୍ଚଳର ଅନ୍ୟ ସରପଞ୍ଚମାନେ ସେହି ଅଞ୍ଚଳର ଯୁବକ ମାନଙ୍କୁ ନକ୍ସଲଙ୍କ ବିରୋଧରେ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କୁ (ଏଏନପିପିଏଫ) ଆଣଫିନକ୍ସଲ ପିପୁଲ୍ସ ପିସ ଫୋର୍ସରେ ଯୋଗ ଦେବାକୁ ଉସିାହିତ କରୁଛନ୍ତି ତେଣୁ ସେମାନଙ୍କୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଉଲ୍ଲେଖ ରହିଛି ସେମାନେ ଛାଡିଯାଇଥିବା ପୋଷ୍ଟରରେ । ତେବେ ଦିର୍ଘ ଦିନର ନୀରବତା ପରେ ମାଓବାଦୀ ମାନଙ୍କର ଏହିଭଳି ବର୍ବର କାଣ୍ଡ ଯୋଗୁଁ ଅଞ୍ଚଳରେ ଲୋକଙ୍କ ଭିତରେ ଆତଙ୍କ ଖେଳାଇ ଦେଇଛି । ରାଜ୍ୟରେ ମାଓବାଦୀ ହିଂସା ହ୍ରାସ ପାଇଥିବା କୁହାଯାଉଥିବା ବେଳେ ଏହି ଘଟଣା ପୁଣି ଲାଲବାହିନୀଙ୍କ ଉପସ୍ଥିତିକୁ ଜାହିର କରିବାରେ ଲାଗିଛି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ଦିନ ରହିବ ଶୀତ ଲହରୀ

ଦୁଇ ଦିନ ରହିବ ଶୀତ ଲହରୀ

Read More...

ଫେବୃୟାରୀ ପାଇଁ ଗାଇଡ଼ଲାଇନ,  ପହିଲାରୁ ଖୋଲିବ ଅଙ୍ଗନୱାଡି :  ଦିନକୁ ଦୁଇ ଘଣ୍ଟା,  ସ୍କୁଲ ଖୋଲିବାକୁ ଏସଓପି ପ୍ରସ୍ତୁତ କରିବ ବିଭାଗ ,  ବିବାହ, ଶୁଦ୍ଧି କାର୍ଯ୍ୟରେ ପାଞ୍ଚ ଶହଙ୍କୁ ଅନୁମତି

ଫେବୃୟାରୀ ପାଇଁ ଗାଇଡ଼ଲାଇନ, ପହିଲାରୁ ଖୋଲିବ ଅଙ୍ଗନୱାଡି : ଦିନକୁ ଦୁଇ ଘଣ୍ଟା, ସ୍କୁଲ ଖୋଲିବାକୁ ଏସଓପି ପ୍ରସ୍ତୁତ କରିବ ବିଭାଗ , ବିବାହ, ଶୁଦ୍ଧି କାର୍ଯ୍ୟରେ ପାଞ୍ଚ ଶହଙ୍କୁ ଅନୁମତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page