ସର୍ବଦଳୀୟ ବୈଠକରେ ଉଠିଲା ଚାଷୀ ପ୍ରସଙ୍ଗ ।ାାାାାାାାାାାାାାାାାାାାାାାାାାାାାାାାାା ପ୍ରସ୍ତାବ ଅପରିବର୍ତ୍ତିତ ଅଛି: ମୋଦି

January 30, 2021, ଦେଶ, , Anupambharat News Bureau


ସର୍ବଦଳୀୟ ବୈଠକରେ ଉଠିଲା ଚାଷୀ ପ୍ରସଙ୍ଗ ।ାାାାାାାାାାାାାାାାାାାାାାାାାାାାାାାାାା ପ୍ରସ୍ତାବ ଅପରିବର୍ତ୍ତିତ ଅଛି: ମୋଦି
Anupambharat News Bureau
January 30, 2021


ନୂଆଦିଲ୍ଲୀ,୩୦ା୧: ସଂସଦର ବଜେଟ ଅଧିବେଶନ ପାଇଁ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେଇଛନ୍ତି । ଏହି ଅବସରରେ ଆୟୋଜିତ ବୈଠକରେ ପ୍ରଧାନମନ୍ତ୍ରୀ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଉପଲକ୍ଷେ ତାଙ୍କ ସ୍ମୃତିପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ ଯେ ବାପୁଙ୍କ ସ୍ୱପ୍ନ ସାକାର କରିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଉପସ୍ଥିତ ସବୁ ଦଳର ନେତାଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ସରକାର କୃଷି ଆଇନକୁ ଏକ ମୁକ୍ତ ଦୃଷ୍ଟିରେ ଦେଖୁଛନ୍ତି । ଜାନୁୟାରୀ ୨୨ ତାରିଖରେ ଏହି ଆଇନ ସମ୍ପର୍କରେ ସରକାରଙ୍କର ଯେଉଁ ଆଭିମୁଖ୍ୟ ଥିଲା ଏବଂ ଏ ନେଇ କୃଷିମନ୍ତ୍ରୀ ଯେଉଁ ପ୍ରସ୍ତାବ ଦେଇଥିଲେ ଏବେ ମଧ୍ୟ ତାହା ଅପରିବର୍ତ୍ତିତ ରହିଛି । ସେ ଆହୁରି କହିଥିଲେ ଯେ କଥାବାର୍ତ୍ତା ଆଗେଇ ନେବାକୁ କୃଷିମନ୍ତ୍ରୀ ଅପେକ୍ଷା କରି ରହିଛନ୍ତି ଏବଂ ଗୋଟିଏ ମାତ୍ର ଫୋନ ପାଇଲେ ଏହି ଆଲୋଚନା ଆରମ୍ଭ ହେବ । ଜାନୁୟାରୀ ୨୬ରେ ଯେଉଁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଲା ସେ ସମ୍ପର୍କରେ ନେତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଇନ ତା ବାଟରେ ଯିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଠକରେ ନେତାମାନେ ଯେଉଁସବୁ ପ୍ରଶ୍ନ ଉତଥାପନ କରିଛନ୍ତି ସରକାର ସେ ସବୁକୁ ସବିଶେଷ ଆଲୋଚନା କରିବାକୁ ପ୍ରସ୍ତୁତ । ସେ କହିଥିଲେ ଯେ ସଂସଦର ଅଧିବେଶନ ସୁରୁଖୁରୁ ଚାଲିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ସବୁ ପ୍ରସଙ୍ଗର ବିତର୍କ ପୂର୍ଣ୍ଣାଙ୍ଗଭାବେ ହେବା ସେ ଚାହାନ୍ତି । ସେ ଆହୁରି କହିଥିଲେ ଯେ ଗୃହର କାର୍ଯ୍ୟରେ ବାରମ୍ବାର ବିଘ୍ନ ଘଟିଲେ ଛୋଟ ଛୋଟ ଦଳଗୁଡିକ କ୍ଷତିଗ୍ରସ୍ତ ହୁଅନ୍ତି ଏବଂ ସେମାନେ ନିଜ ପକ୍ଷ ରଖିବାକୁ ଯଥେଷ୍ଟ ସୁଯୋଗ ପାଆନ୍ତି ନାହିଁ । ସେ କହିଛନ୍ତି ଯେ ପାର୍ଲାମେଣ୍ଟ କାର୍ଯ୍ୟ ସୁରୁଖୁରୁରେ ଚାଲୁ, ଏହା ବଡ଼ ବଡ଼ ଦଳମାନେ ନିଶ୍ଚିତ କରିବା ଆବଶ୍ୟକ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା :  ଟିକାକରଣରେ ଭାରତ ଆଗୁଆ

୩୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା : ଟିକାକରଣରେ ଭାରତ ଆଗୁଆ

Read More...

ସଂସଦର ବଜେଟ୍‌ ଅଧିନବେଶନ ଆଜିଠୁୁ

ସଂସଦର ବଜେଟ୍‌ ଅଧିନବେଶନ ଆଜିଠୁୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page