ସମ୍ପର୍କୀୟ ଭାଇ ମାଷ୍ଟର ମାଇଣ୍ଡ, ପ୍ରେମ ବ୍ୟାପାରରୁ ହତ୍ୟା, ପାଞ୍ଚ ଗିରଫ

January 23, 2021, ଓଡ଼ିଶା, , Anupambharat News Bureau


ସମ୍ପର୍କୀୟ ଭାଇ ମାଷ୍ଟର ମାଇଣ୍ଡ,  ପ୍ରେମ ବ୍ୟାପାରରୁ ହତ୍ୟା, ପାଞ୍ଚ ଗିରଫ
Anupambharat News Bureau
January 23, 2021


କୁକୁଡ଼ାଖଣ୍ଡି,୨୩ା୧(ଅନୁପମ ମିଡ଼ିଆ): ସଦର ଥାନା ସ୍ଥିତ କାଳୁଆ ଛକରୁ ଗତ ସୋମବାର ବିଳମ୍ବିତ ରାତିରେ ମିଳିଥିବା ଶବ ଦୁର୍ଘଟଣା ଜନିତ ନୁହେଁ ବରଂ ପ୍ରେମ ବ୍ୟାପାରକୁ ନେଇହତ୍ୟାକାଣ୍ଡ ବୋଲି ପୋଲିସ ଖୁଲାସା କରିଛି । ଏଥିସହିତ ଘଟଣାର ମାଷ୍ଟର ମାଇଣ୍ଡ ସମେତ ପାଞ୍ଚଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି ପୋଲିସ । ପ୍ରକାଶଥାଉକି ଡ଼େଙ୍ଗାପଦରର ରବି ପ୍ରଧାନଙ୍କ ଶବ କାଳୁଆ ଛକରୁ ମିଳିଥିଲା । ଏହା ଦୁର୍ଘଟଣା ଜନିତ ଭଳି ଅନୁମାନ କରାଯାଉଥିଲା । ତେବେ ପାରିପାଶ୍ୱର୍କ ସ୍ଥିତି ଏବଂ ନିହତର ପରିବାର ସଦସ୍ୟଙ୍କ ହତ୍ୟା ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତକୁ ଏ ଦିଗରେ ବଢ଼ାଇଥିଲା । ଆଉ ପୋଲିସକୁ ମିଳିଥିଲା ସଫଳତା । ଘଟଣା ନେଇ ମିଳିଥିବା ସୂଚନାନୁଯାୟୀ ନିଜ ଗ୍ରାମ ଡ଼େଙ୍ଗାପଦରର ଏକ ଝିଅକୁ ହତ୍ୟାର ଶିବାର ହୋଇଥିବା ରବିର ମାଉସୀ ପୁଅ ଭାଇ ଟୁଲୁ ସ୍ୱାଇଁ ପ୍ରେମ କରୁଥିଲା । କାଳକ୍ରମେ ରବି ମଧ୍ୟ ଉକ୍ତ ଝିଅକୁ କୁଆଡ଼େ ଏକ ତରଫା ପ୍ରେମ କରି ବସିଥିଲା । ଘଟଣା ସମ୍ପର୍କରେ ଟୁଲୁ ଜାଣିବା ପରେ ରବିକୁ ଏନେଇ ବାରଣ କରିଥିଲା । ତେବେ ରବି ଏହି କଥାକୁ ଗୁରୁତ୍ୱ ଦେଇନଥିଲା । ଏହା ପରେ ରବିକୁ ରାସ୍ତାରୁ ହଟାଇବା ପାଇଁ ଟୁଲୁ ନିଜ କେତେକ ସାଙ୍ଗ ସହ ଯୋଜନା ପ୍ରସ୍ତୁତି କରିଥିଲା । ଗତ ସୋମବାର ସନ୍ଧ୍ୟାରେ ରବି ତାର ଜଣେ ସାଙ୍ଗ ରାକେଶ କୁମାର ପାତ୍ରକୁ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡରେ ଛାଡ଼ି (ନଂଓଡ଼ି୦୭-ଜି୨୭୯୦) ବାଇକରେ ନିଜ ଗ୍ରାମକୁ ଫେରୁଥିଲା । ତେବେ ପୂର୍ବ ଯୋଜନା ମୁତାବକ ପଦରବାଲି ସୁପ୍ରିୟା ଆଗ୍ରୋ ଇଣ୍ଡଷ୍ଟ୍ରି ନିକଟ ଜାତୀୟ ରାଜପଥ ୧୭ରେ ଟୁଲୁ ଏବଂ ଅନ୍ୟମାନେ ରବିକୁ ଅଟକାଇ କାବୁ କରି ଜଙ୍ଗଲ ଭିତରକୁ ନେଇ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ତେବେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ମହୁରୀକାଳୁଆ ଛକ ନିକଟରେ ଶବ ଫୋପାଡ଼ି ଦେଇଥିଲେ । ଏନେଇ ପରିବାର ଲୋକେ ସଦର ଥାନାରେ ହତ୍ୟା ସନ୍ଦେହ କରି ଏତଲା ଦେଇଥିଲେ । ପରେ ଥାନା ଏସ୍‌ଆଇ ଜ୍ୟୋତି ରଞ୍ଜନ ବେହେରା ଘଟଣାର ତଦନ୍ତ ଚଳାଇବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ କରିଥିଲେ । ପରବର୍ତ୍ତୀ ସମୟରେ ଏହା ହତ୍ୟା ବୋଲି ତଦନ୍ତରୁ ଜଣାପଡ଼ିଥିଲା । ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଓ ପଥରକୁ ଜବତ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ୪ ରାଜଧାନୀ ହେବା ଉଚିତ : ମମତା

ଦେଶରେ ୪ ରାଜଧାନୀ ହେବା ଉଚିତ : ମମତା

Read More...

୧୯ ଦିନରେ ୧୫୦ ଷ୍ଟ୍ରେନ୍‌ ସଂକ୍ରମିତ

୧୯ ଦିନରେ ୧୫୦ ଷ୍ଟ୍ରେନ୍‌ ସଂକ୍ରମିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page