ଟ୍ରାକଫର ରାଲିକୁ ଅନୁମତି କୃଷକ ସଂଗଠନର ଦାବି

January 23, 2021, ଦେଶ, , Anupambharat News Bureau


ଟ୍ରାକଫର ରାଲିକୁ ଅନୁମତି କୃଷକ ସଂଗଠନର ଦାବି
Anupambharat News Bureau
January 23, 2021


ନୂଆଦିଲ୍ଲୀ,୨୩ା୧: ବହୁ ଚର୍ଚ୍ଚା ଓ ଆଲୋଚନାରେ ଥିବା ଚାଷୀମାନଙ୍କ ଦାବି ପୂରଣ ପାଇଁ ବହୁ ଆଡମ୍ବର ମଧ୍ୟରେ ଆୟୋଜନ ହୋଇଥିବା ଟ୍ରାକଫର ର୍ୟାଲିକୁ ଶେଷର ଦିଲ୍ଲୀ ପୋଲିସ ପକ୍ଷରୁ ଅନୁମତି ଦିଆଯାଇଛି । ଦେଶବ୍ୟାପୀ ଚାଷୀମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ୩ଟି କୃଷି ଆଇନକୁ ପ୍ରତ୍ୟାହାର କରାଯାଉ ବୋଲି ଯେଉଁ ଦାବି କରିଛନ୍ତି । ଏହି ଆନ୍ଦୋଳନ ପାଖାପାଖି ୨ ମାସ ଅତିକ୍ରମ କରିବାକୁ ଲାଗିଛି । କେବଳ ସରକାର ଓ ଚାଷୀଙ୍କ ମଧ୍ୟରେ ଏକାଦଶତମ ଆଲୋଚନା ମଧ୍ୟ କରାଯାଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନାହିଁ । ବିଗତ ପ୍ରଦର୍ଶନକୁ ଅଧିକ ବାସ୍ତବିକ ଓ ନ୍ୟାୟୋଚିତ କରିବା ପାଇଁ ଚଳିତମାସ ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନେ ଯେଉଁ ଟ୍ରାକଫର ର୍ୟାଲି କରିବା ପାଇଁ ଯେଉଁ ଯୋଜନା କରିଛନ୍ତି ତାହାକୁ ଶେଷରେ ଦିଲ୍ଲୀ ପୋଲିସ ଅନୁମତି ଦେଇଛି । ସୂଚନା ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ଚାଷୀମାନେ ପୁଣି ଥରେ ପ୍ରତ୍ୟାଖ୍ୟାନ କରିବା ସହିତ ପୁଣି ଥରେ ଆନ୍ଦୋଳନକୁ ବ୍ୟାପକ କରିବେ ଏବଂ ପୂର୍ବ ନିର୍ଦ୍ଧାରିତ ଟ୍ରାକଫର ର୍ୟାଲି ପ୍ରତିବାଦ କରିବେ ବୋଲି ଘୋଷଣା କରିଛନ୍ତି । ସରକାର ଏହି ୩ଟି ଆଇନକୁ ୧୮ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ଘୋଷଣା କରିବା ପରେ ମଧ୍ୟ ଚାଷୀମାନେ ସନ୍ତୁଷ୍ଟ ହୋଇନଥିଲେ । ସେମାନେ ସମ୍ପୂର୍ଣ୍ଣ ଆଇନକୁ ପ୍ରତ୍ୟାହାର କରାଯାଉ ବୋଲି ଦାବି କରିଛନ୍ତି । ଏପରିକି ସର୍ବନିମ୍ନ ସହାୟକ ଦର (ଏମ୍‌ଏସ୍‌ପି) ସମ୍ପର୍କରେ ସରକାର ଏକ ନିଶ୍ଚିତ ଏବଂ ନ୍ୟାୟୋଚିତ ପଦକ୍ଷେପ ନିଅନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବନ୍ଦ ହେବ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌ !

ବନ୍ଦ ହେବ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌ !

Read More...

ନେତାଜୀ ବସ୍‌ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନ

ନେତାଜୀ ବସ୍‌ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page