ନିଜ ଧର୍ମକୁ ମାନି ବୁଡ ପକାଉଛନ୍ତି ଋଷ୍‌ ରାଷ୍ଟ୍ରପତି

January 20, 2021, ବିଦେଶ, , Anupambharat News Bureau


ନିଜ ଧର୍ମକୁ ମାନି ବୁଡ ପକାଉଛନ୍ତି ଋଷ୍‌ ରାଷ୍ଟ୍ରପତି
Anupambharat News Bureau
January 20, 2021


ନୂଆଦିଲ୍ଲୀ: ସାରା ବିଶ୍ୱରେ ଜଣାଶୁଣା ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଜାନୁାଆରୀ ୨୦ ରେ ବିଯୁକ୍ତ ୧୪ ଡିଗ୍ରୀ ସେଲସିୟସ୍‌ ପାଣିରେ ବୁଡ଼ ପକାଇଛନ୍ତି । ଫିଷ୍ଟ ଡେ ବା ଇପିଫନି (ଖ୍ରୀଷ୍ଟିଆନଙ୍କ ଏକ ପର୍ବ) ପାଳନ ଅବସରରେ ଖ୍ରୀଷ୍ଟିଆନଙ୍କ ରିତିନୀତିକୁ ଅନୁସରଣ କରି ସେ ମସ୍କୋରେ ବରଫ ପାଣିର ପୋଖରୀରେ ବୁଡ଼ ପକାଇଥିଲେ ।
ଏହି ସମୟର ଚିତ୍ରକୁ ଉତ୍ତୋଳନକରି ତାଙ୍କର ଟୁଇଟର୍‌ ହ୍ୟାଣ୍ଡେଲ୍‌ରେ ସେୟାର କରାଯାଇଛି । କହି ରଖୁଛୁ ଯେ ଇପିଫନିରେ ବରଫ ପାଣିରେ ବୁଡ଼ ପକାଇବାକୁ ଏହି ଧର୍ମରେ ପବିତ୍ର ବୋଲି ଧରାଯାଇଥାଏ । ଖ୍ରୀଷ୍ଟିଆନ୍‌ ଧର୍ମକୁ ମାନୁଥିବା ଲେକ ଏହି ପର୍ବରେ ବୁଡ଼ ପକାଇ ଶରୀରକୁ ପବିତ୍ର କରିଥାନ୍ତି । ସେମାନେ ଏହି ଦିନ ବରଫ ପାଣି ଭର୍ତ୍ତି ଥିବା କୌଣସି ନଦୀ, ପୋଖରୀ କିମ୍ବା ପୁáୁ ଯାଇ ବୁଡ଼ ପକାଇ ପରମ୍ପରାକୁ ବଜାୟ ରଖିଥାନ୍ତି । ୬୮ ବର୍ଷୀୟ ଋଷ୍‌ ରାଷ୍ଟ୍ରପତି ପୁଟିନ୍‌ ମଧ୍ୟ ଏହି ପର୍ବକୁ ପାଳନ କରିଛନ୍ତି । ତେବେ ଟୁଇଟ୍‌ ପୋଷ୍ଟ କରାଯାଇଥିବା ଏହି ଚିତ୍ରରେ ପୁଟିନଙ୍କ ଚାରିପଟେ ବରଫା ଘୋଡ଼ି ହୋଇ ରହିଥିବା ଦେଖାଯାଉଛି । ଏହାରି ମଧ୍ୟରେ ଏକ ପୁଲ୍‌ ରହିଛି । ଫଟୋରେ ସେ ପୁଲ୍‌ ପର୍ଯ୍ୟନ୍ତ ଏକ ଶୀତ ବସ୍ତ୍ର ପିନ୍ଧି ଆସୁଛନ୍ତି ଏବଂ ପୁଲ୍ରେ ପଶିବା ପୂର୍ବରୁ ଏହାକୁ ଖୋଲି ଦେଇ ଖୋଲା ଦେହରେ ପାଣି ଭିତରକୁ ପ୍ରବେଶ କରୁଛନ୍ତି । ବିଶ୍ୱାସ କରାଯାଏ ଯେ ଯୀଶୁ ଯାର୍ଡନ ନଦୀରେ ବୁଡ଼ ପାକାଇଥିଲେ ଏବଂ ଏହି ଦିନ ବରଫରେ ବୁଡ଼ ପକାଇଲେ ପାପ ନାଶ ହୋଇଯାଏ ।
ଖ୍ରୀଷ୍ଟିଆନ ଲୋକମାନେ ବିଶ୍ୱାସ କରନ୍ତି ଯେ ରାତି ଅଧରେ ଏହି ସମୟରେ ନଦୀ, ପୋଖରୀ କିମ୍ବା ପୋଲ୍‌ ର ଜଳ ପବିତ୍ର ହୋଇଯାଏ । ତେଣୁ ସେଠାରେ ବୁଡ଼ ପକାଯାଏ । ରାଷ୍ଟ୍ରପତି ପୁଟିନଙ୍କ ବୁଡ଼ ପକାଇବାର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ତିନି ହଜାରରୁ ଅଧିକ ଲାଇକ୍‌ ଏବଂ ପୁଟିନ୍‌ ଙ୍କ ଟ୍‌ୱିଟର ହ୍ୟାଣ୍ଡେଲରେ ପାଖାପାଖି ସାତ ଶହ ରି ଟୁଇଟ୍‌ ପାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜେଲ୍‌ରୁ ମୁକୁଳିବେ ଶଶୀକଳା

ଜେଲ୍‌ରୁ ମୁକୁଳିବେ ଶଶୀକଳା

Read More...

କୃଷକଙ୍କ ରାଲି ମାମଲାରେ ସୁପି୍ରମ୍‌କୋର୍ଟ କୌଣସି ହସ୍ତକ୍ଷେପ କରିବ ନାହିଁ

କୃଷକଙ୍କ ରାଲି ମାମଲାରେ ସୁପି୍ରମ୍‌କୋର୍ଟ କୌଣସି ହସ୍ତକ୍ଷେପ କରିବ ନାହିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page