ଟିକା ନେବା ପରେ ୱାର୍ଡ ବୟଙ୍କର ମୃତୁ୍ୟ

January 18, 2021, ଦେଶ, , Anupambharat News Bureau


ଟିକା ନେବା ପରେ ୱାର୍ଡ ବୟଙ୍କର ମୃତୁ୍ୟ
Anupambharat News Bureau
January 18, 2021


ୟୁପିର ମୁରାଦାବାଦ ଜିଲ୍ଲାରେ କରୋନା ଟିକା ଲଗାଇଥିବା ଜଣେ ୱାର୍ଡବୟଙ୍କର ରବିବାର ଦିନ ହଠାତ୍‌ ମୃତ୍ୟୁ ହୋଇଛି । ୱାର୍ଡବୟ ମହିପାଳ ସିଂହଙ୍କର ବୟସ ୪୬ ବର୍ଷ ଥିଲା । ଡାକ୍ତରମାନେ କହିଛନ୍ତି କି ପ୍ରାରମ୍ଭିକ ରିପୋର୍ଟ ମୁତାବିକ୍‌ ଲାଗୁଛି କି ହାର୍ଟ ଆଟାକ୍‌ କାରଣରୁ ତାଙ୍କର ମୃତୁ୍ୟ ହୋଇଛି । ସିଏମ୍‌ଓ କହିଛନ୍ତି କି ଶନିବାର ଦିନ ଟିକା ଲଗାଇବା ପରେ ସେ ପୂରା ଠିକ୍‌ ଥିଲେ । ସେ ନିଜର କାମ ଭଲରେ କରୁଥିଲେ । ହେଲେ ୱାର୍ଡବୟଙ୍କର ପୁଅ କହିଥିଲେ କି ଭାକ୍ସିନ୍‌ ଲଗାଇବା ପରେ ତାଙ୍କର ପିତାଙ୍କର ସ୍ୱାସ୍ଥ୍ୟ ପ୍ରଥମ ଅପେକ୍ଷା ଭଲ ନଥିଲା । କୁହଯାଉଛି କି ରବିବାର ଦିନ ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ହେବାରୁ ଘର ଲୋକେ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମହିପାଳ ସିଂହ ଜିଲ୍ଲା ହସ୍ପିଟାଲରେ ୱାର୍ଡ ବୟ ପଦରେ ଥିଲେ । ତାଙ୍କର ଡୁ୍ୟଟି ସର୍ଜିକଲ ୱାର୍ଡରେ ଥିଲା । ତାଙ୍କ ପରିବାରରେ ପତ୍ନୀ , ଦୁଇଟି ପୁଅ ଓ ଜଣେ ଝିଅ ଅଛନ୍ତି । ଖବର ମିଳିବା କ୍ଷଣି ସ୍ୱାସ୍ଥ୍ୟ ବିଭାଗରେ ଆତଙ୍କ ଖେଳିଯାଇଥିଲା । ମହିପାଳଙ୍କର ପୁଅ ବିଶାଳଙ୍କର କହିବା ମୁତାବକ ,ତାଙ୍କର ପିତା ଅସୁବିଧାରେ ଥିଲେ । ସକାଳେ ତାଙ୍କୁ ଜ୍ୱର ମଧ୍ୟ ହୋଇଥିଲା । ପୁଅ ବିଶାଳ ରବିବାର ରାତିରେ କହିଥିଲେ , ସକାଳେ ଡ଼ୁ୍ୟଟିରୁ ଆସିବା ପରେ ହଠାତ୍‌ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଢିବ ରାତି ତାପମାତ୍ରା

ବଢିବ ରାତି ତାପମାତ୍ରା

Read More...

ରେଳ ପ୍ରକଳ୍ପ ପାଇଁ ଓଡ଼ିଶା ମାଗିଲା ୭,୨୦୦ କୋଟି

ରେଳ ପ୍ରକଳ୍ପ ପାଇଁ ଓଡ଼ିଶା ମାଗିଲା ୭,୨୦୦ କୋଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page