ନବୀନଙ୍କ ଲୋକପ୍ରିୟତା ବଢ଼ୁଛି

January 16, 2021, ଓଡ଼ିଶା, , Anupambharat News Bureau


ନବୀନଙ୍କ ଲୋକପ୍ରିୟତା ବଢ଼ୁଛି
Anupambharat News Bureau
January 16, 2021


ଭୁବନେଶ୍ୱର, ୧୬ା୧ (ସ୍ୱତନ୍ତ୍ର ପ୍ରତିନିଧି): ଓଡ଼ିିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠାରୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ଜାତୀୟ ସ୍ତରର ଗଣମାଧ୍ୟମ ସଂସ୍ଥା ଏବିପି ନୁ୍ୟଜ୍‌ ଓ ଜନମତ ସର୍ବେକ୍ଷଣ ସଂସ୍ଥା ସି’ ଭୋଟର୍‌ ଦ୍ୱାରା ମିଳିତ ଭାବେ କରାଯାଇଥିବା ‘ଦେଶ୍‌ କି ମୁଡ୍‌’ ସର୍ବେକ୍ଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ସମସ୍ତ ୫୪୩ ଲୋକସଭା ନିର୍ବାଚନମଣ୍ଡଳୀର ଲୋକଙ୍କୁ ନେଇ ସମୁଦାୟ ୩୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚରା ଯାଇଥିଲା । ଗତ ଅକେଫାବର୍‌ରୁ ପ୍ରାୟ ତିନି ମାସ ଧରି ଦେଶବ୍ୟାପୀ ଚାଲିଥିବା ସର୍ଭେରେ ପ୍ରାୟ ୩୦ ହଜାରରୁ ଅଧିକ ଲୋକ ସେମାନଙ୍କ ମତ ରଖିଥିଲେ । ଏହି ଜନମତ ସର୍ବେକ୍ଷଣର ସୂଚକାଙ୍କ ଶୀର୍ଷରେ ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ରହିଥିବା ବେଳେ ଦ୍ୱିତୀୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆପ୍‌ର ଅରବିନ୍ଦ କେଜରିୱାଲ୍‌ ଓ ତୃତୀୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ୍‌ଏସ୍‌ଆର୍‌ କଂଗ୍ରେସ୍‌ର ଜଗନମୋହନ ରେଡïୀ ରହିଛନ୍ତି । ତାଲିକା ଶୀର୍ଷରେ ଥିବା ପ୍ରଥମ ଦଶଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ୭ଜଣ ଅଣବିଜେପି ମୁଖ୍ୟମନ୍ତ୍ରୀ ଥିବାବେଳେ ରାଜ୍ୟରେ ନିଜର ଲୋକପ୍ରିୟତା ଦୃଷ୍ଟିରୁ ସବା ତଳେ ରହିଛନ୍ତି ବିଜେପି ଶାସିତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଟି.ଏସ୍‌. ରାୱତ୍‌ ।ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ କେଉଁ କେଉଁ ମାନଦଣ୍ଡକୁ ବିଚାରକୁ ନେଇ ବା କେଉଁ ଆଧାରରେ ନବୀନଙ୍କୁ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଘୋଷଣା କରାଗଲା । ଏହି ବୃହତ ଜାତୀୟ ସର୍ବେକ୍ଷଣରେ କରୋନାର ସଫଳ ମୁକାବିଲା, ଅର୍ଥନୀତିର ପୁନରୁଦ୍ଧାର ପାଇଁ ନିଆ ଯାଇଥିବା ପଦକ୍ଷେପ, କର୍ମଜୀବୀମାନଙ୍କ ଜୀବନଜୀବିକା ସଂକଟର ସମାଧାନ ପାଇଁ ପ୍ରଶାସନିକ ସୁପରିଚାଳନା ଥିଲା ପ୍ରମୁଖ ପ୍ରସଙ୍ଗ । କରୋନା ମୁକାବିଲାକୁ ନେଇ ବିଭିନ୍ନ ରାଜ୍ୟରେ ବିବାଦୀୟ ପରିସ୍ଥିତି ଉପୁଜିଥିବାବେଳେ ଓଡ଼ିଶାରେ ଅବଶ୍ୟ ପିପିଇ କିଟ୍‌ କିଣାକୁ ନେଇ ବିରୋଧୀ ଦୁର୍ନୀତି ଅଭିଯୋଗ ଆଣିଥିଲେ । ତେବେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର କରୋନା ଆକ୍ରାନ୍ତମାନଙ୍କ ମାଗଣା ଚିକିତ୍ସା ଓ ଚିହ୍ନଟ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିବାରେ ସକ୍ଷମ ହୋଇଥିଲା । କ୍ୱାରେଣ୍ଟାଇନ୍‌ ହୋମ୍‌ ବ୍ୟବସ୍ଥା ସହ ସ୍ୱଳ୍ପ ସମୟ ମଧ୍ୟରେ ଅନେକ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ୍‌ ପ୍ରତିଷ୍ଠା କରିଥିଲେ ରାଜ୍ୟ ସରକାର । ଉଚିତ ସମୟରେ ଉଚିତ ପଦକ୍ଷେପ ନେବା ଫଳରେ, ନୟାଗଡ଼ ପରୀ ହତ୍ୟାକାଣ୍ଡ ଓ
ମାହାଙ୍ଗା ଡବଲ୍‌ ମର୍ଡର୍‌ ଭଳି ସଙ୍ଗୀନ୍‌ ମାମଲାକୁ ନେଇ ବିରୋଧୀ ହୋହଲ୍ଲା କରିଥିଲେ ବି ସାଧାରଣ ଲୋକଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼ି ନଥିବା ଏହି ସର୍ବେକ୍ଷଣରୁ ସ୍ପଷ୍ଟ ହୋଇ ଯାଇଛି ।
ଏବିପି ନୁ୍ୟଜ୍‌-ସି’ଭୋଟର୍‌ ସର୍ବେକ୍ଷଣରେ ସାମିଲ୍‌ ହୋଇଥିବା ଓଡ଼ିଶାର ଲୋକଙ୍କ ମଧ୍ୟରୁ ୭୮.୮୧% ମୁଖ୍ୟମନ୍ତ୍ରୀ ନବୀନଙ୍କ କାର୍ଯ୍ୟଧାରାକୁ ନେଇ ଅତ୍ୟଧିକ ପ୍ରସନ୍ନତା ପ୍ରକାଶ କରିଛନ୍ତି । ନବୀନ ପଟ୍ଟନାୟକ ତଥା ତାଙ୍କ ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ସର୍ବେକ୍ଷଣରେ ସାମିଲ୍‌ ୬୮.୫୭% ଓଡ଼ିଆ ଖୁବ୍‌ ସନ୍ତୁଷ୍ଟ ବୋଲି କହିଥିବାବେଳେ ୨୦% କିଛି ପରିମାଣରେ ସନ୍ତୁଷ୍ଟ ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ମାତ୍ର ୧୦% ଅଂଶଗ୍ରହଣକାରୀ ନବୀନ ସରକାରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଅସନ୍ତୁଷ୍ଟ ବୋଲି ମତ ଦେଇଛନ୍ତି । ମୋଟାମୋଟି ଭାବେ ଦେଖିବାକୁ ଗଲେ ଏହାର ଅର୍ଥ ହେଉଛି, ଗତ ବିଧାନସଭା ନିର୍ବାଚନରେ ବିଜେଡି ପାଇଥିବା ଭୋଟ୍‌ ହାରଠାରୁ ନବୀନଙ୍କ ଲୋକପ୍ରିୟତାର ଗ୍ରାଫ୍‌ ଏବେ ଅଧିକ ଉଚ୍ଚରେ ରହିଛି ।
ସୂଚନାଯୋଗ୍ୟ, କିଛି ବର୍ଷ ତଳେ ନାମୀ ଇଂରାଜୀ ପତ୍ରିକା ଆଉଟ୍‌ଲୁକ୍‌ ସର୍ଭେରେ ନବୀନ ଦୁଇ ଦୁଇ ଥର ଦେଶର ଏକ ନମ୍ବର୍‌ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଥିଲେ । ସେହିପରି, ବାତ୍ୟା ମୁକାବିଲାରେ ଦକ୍ଷତା ପାଇଁ ନବୀନ ସରକାର ଜାତିସଂଘ ତରଫରୁ ବି ସାବାସୀ ପାଇଥିଲା । ସଦ୍ୟତମ ସର୍ବେକ୍ଷଣ ଆଧାରରେ ନବୀନଙ୍କ ଲୋକପ୍ରିୟତାର ଗ୍ରାଫ୍‌ ଅଧିକ ଉପରକୁ ଚଢିବା ଫଳରେ ଏ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ବ୍ୟାପକ ଚର୍ଚ୍ଚା ଲାଗି ରହିଛି । ନିରବଚ୍ଛିନ୍ନ ଭାବରେ ଦୀର୍ଘ ବର୍ଷ ଧରି ନବୀନ ରାଜ୍ୟରେ ନିରଙ୍କୁଶ କ୍ଷମତା ଉପଭୋଗ କରୁଥିଲେ ବି ରାଜ୍ୟରେ ସରକାର-ବିରୋଧୀ ଅସନ୍ତୋଷ ତେଜିବା ବଦଳରେ ନବୀନଙ୍କ ଜୟଗାନ ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ, ଦିଗହରା କଂଗ୍ରେସର ଦୁର୍ବଳ ଅବସ୍ଥା ଓ ନବୀନଙ୍କ ପ୍ରଚାରିତ ଅସୁସ୍ଥତାର ଫାଇଦା ଉଠାଇ ୨୦୨୪ରେ କ୍ଷମତା ଦଖଲ ପାଇଁ ପ୍ରାଣମୂର୍ଚ୍ଛା ପ୍ରୟାସ ଚଳାଇଥିବା ବିଜେପିର ସ୍ୱପ୍ନ ପୁଣି ସ୍ୱପ୍ନ ହୋଇ ରହିଯିବାର ଆଶଙ୍କା ଅଧିକ ଦୃଢୀଭୂତ ହେବାରେ ଲାଗିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏକ୍ସପ୍ରେସେୱରେ ୨୫ଟି ଗାଡି ଦୁର୍ଘଟଣା, ଜଣଙ୍କର ମୃତୁ୍ୟ

ଏକ୍ସପ୍ରେସେୱରେ ୨୫ଟି ଗାଡି ଦୁର୍ଘଟଣା, ଜଣଙ୍କର ମୃତୁ୍ୟ

Read More...

ପ୍ରଧାନ ବିଚାରପତି ବୋବଡେଙ୍କୁ ଧମକ

ପ୍ରଧାନ ବିଚାରପତି ବୋବଡେଙ୍କୁ ଧମକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page