ଶ୍ରୀଜୀଉଙ୍କ ମକର ବେଶ ମକର ଚାଉଳ ଭୋଗ ଲାଗି ହେଲା

January 14, 2021, ଓଡ଼ିଶା, , Anupambharat News Bureau


ଶ୍ରୀଜୀଉଙ୍କ ମକର ବେଶ ମକର ଚାଉଳ ଭୋଗ ଲାଗି ହେଲା
Anupambharat News Bureau
January 14, 2021


ପୁରୀ, ୧୪ା୦୧ (ଅନୁପମ ମିଡିଆ) ଆଜି ପବିତ୍ର ମକର ସଂକ୍ରାନ୍ତୀ । ଆଜିଠୁ ସୂର୍ଯ୍ୟଙ୍କ ଉତରାୟଣ ଗତି ହୋଇଥାଏ । ମକର ସଂକ୍ରାନ୍ତୀ ଅବସରରେ ଘରେ ଘରେ ଠାକୁରଙ୍କୁ ମକର ଚାଉଳ ଭୋଗ ଲାଗି କରାଯିବା ସହିତ ଘରେ ଘରେ ପିଠାପଣା ପ୍ରସ୍ତୁତି ଦେଖିବାକୁ ମିଳିଥାଏ । ସେହିପରି ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମକର ବେଶ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଆଜି ସକାଳୁ ମଙ୍ଗଳ ଆଳତୀ, ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ ଆଦି ନୀତି ସମ୍ପନ୍ନ ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆ ଲୁଗା, ମାଳ ଚୁଳ ଲାଗି ହେବା ପରେ ୬ ମୂର୍ତି ଅଳଙ୍କାର ଲାଗି ହୋଇ ମକର ବେଶ ବଢିଛି । ସୁଦ ସୁଆର ସେବକ ମାନେ ମକର ଚାଉଳ ପ୍ରସ୍ତୁତି କରି ଠାକୁରଙ୍କୁ ଲାଗି କରିଛନ୍ତି । ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉମାନଙ୍କ ନିକଟରେ ମକର ଚାଉଳ ଭୋଗ ଲାଗି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଳାହାଣ୍ଡି ବିକାଶର ମଡେଲ :­ ନବୀନ

କଳାହାଣ୍ଡି ବିକାଶର ମଡେଲ :­ ନବୀନ

Read More...

୧୬ରେ ଟିକାକରଣ ଶୁଭାରମ୍ଭ କରିବେ ମୋଦି

୧୬ରେ ଟିକାକରଣ ଶୁଭାରମ୍ଭ କରିବେ ମୋଦି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page