ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ନିଷ୍ପତ୍ତି ଖୁବ ଶୀଘ୍ର

January 11, 2021, ଓଡ଼ିଶା, , Anupambharat News Bureau


ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ନିଷ୍ପତ୍ତି ଖୁବ ଶୀଘ୍ର
Anupambharat News Bureau
January 11, 2021


ଭୁବନେଶ୍ୱର, ୧୧ା୧(ଅନୁପମ ମିଡ଼ିଆ): ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଥିବା ବେଳେ ଏ ପ୍ରସଙ୍ଗରେ ମତ ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, କୋର୍ଟଙ୍କ ଏ ସମ୍ପର୍କିତ ନିର୍ଦେଶ ବିଭାଗ ନିକଟରେ ପହଞ୍ଚି ନାହିଁ । ଗଣମାଧ୍ୟମ ମାଧ୍ୟମରେ ଏହି କଥା ଆମ ନଜରକୁ ଆସିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ବିଭାଗରେ ପହଞ୍ଚିବା ପରେ ଏହାର ତର୍ଜମା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ଗଜପତି ଜିଲାରେ ସ୍କୁଲ ଶିକ୍ଷକମାନଙ୍କୁ କରୋନା ପଜିଟିଭ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଯେଉଁମାନେ ପଜିଟିଭ ଚିହ୍ନଟ ହେଇଛନ୍ତି, ସେମାନେ ଆଇସୋଲସନରେ ଅଛନ୍ତି । ଅତିଥି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଅଣାଯାଇ ପାଠ ପଢ଼ାଯାଉଛି । ଗତକାଲି ରବିବାର ମଧ୍ୟ ୬୫ ପ୍ରତିଶତ ପିଲା ପାଠ ପଢ଼ିବାକୁ ବିଦ୍ୟାଳୟକୁ ଆସିଛନ୍ତି । ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ସ୍ୱାସ୍ଥ୍ୟ ଆମ ପାଇଁ ବେଶ ଗୁତୁତ୍ୱପୂର୍ଣ୍ଣ ଏବଂ ସରକାରଙ୍କ ଗାଇଡଲାଇନ ମାନି ସମସ୍ତ କାଯ୍ୟ କରାଯାଉଥିବା ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଜେ କର ନହେଲେ ଆମେ କରିବୁ

ନିଜେ କର ନହେଲେ ଆମେ କରିବୁ

Read More...

ବିଦେଶରୁ ଫେରିବ କଳାଧନ

ବିଦେଶରୁ ଫେରିବ କଳାଧନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page