ସରିଲା ଡେଡ୍‌ଲାଇନ, କଟିବ ଫାଇନ୍‌

January 11, 2021, ଶିଳ୍ପ ବାଣିଜ୍ୟ, , Anupambharat News Bureau


ସରିଲା ଡେଡ୍‌ଲାଇନ, କଟିବ ଫାଇନ୍‌
Anupambharat News Bureau
January 11, 2021


ନୂଆଦିଲ୍ଲୀ : ଗତ ରବିବାର ଥିଲା ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ନ ଦାଖଲ କରିବାର ଶେଷ ଦିନ । ଏହା ପୂର୍ବରୁ ଆଇଟିଆର ଫାଇଲ କରିବାର ଶେଷ ତାରିଖ ଡିସେମ୍ବର ୩୧ ରହିଥିଲା । ବିଭାଗୀୟ ତ୍ରୁଟି ଓ କରଦାତାଙ୍କ ନିବେଦନକୁ ସମ୍ମାନ ଜଣାଇ ସରକାର ଏହାର ଅବଧି ବୃଦ୍ଧି କରି ୧୦ ଜାନୁୟାରୀ ୨୦୨୧କୁ ଘୁଞ୍ଚାଇ ଦେଇଥିଲେ । ଫଳରେ ଆଇଟିଆର ଫାଇଲ କରିବାର ଶେଷ ସୁଯୋଗ ରବିବାର ରହିଥିଲା । ଯେଉଁ କରଦାତା ସେମାନଙ୍କର ଫାଇଲ କୌଣସି କାରଣବଶତଃ କରି ପାରିନାହାନ୍ତି ସେମାନଙ୍କୁ ଏହା ପରେ ଫାଇନ ଦେବାକୁ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି । ଆୟକର ରିଟର୍ନ ଫାଇଲ କରୁଥିବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଧ୍ୟାନ ଦେବା ଉଚିତ୍‌ ଆୟକର ବିଭାଗର ସୂଚନା ମୁତାବକ କମ୍ପାନୀମାନଙ୍କୁ ଆଇଟିଆର ଫାଇଲର ଶେଷ ତାରିଖକୁ ବୃଦ୍ଧି କରାଯାଇ ୧୫ ଫେବୃୟାରୀ ୨୦୨୧ କରିଦିଆଯାଇଛି । ଅଗଷ୍ଟ ୨୦୨୦ରେ କେନ୍ଦ୍ର ସରକାର ଆୟକର ଦାଖଲ କରୁଥିବା ବ୍ୟକ୍ତିମାନଙ୍କ ତାଲିକା ଜାରି କରିଥିଲେ । ଫଳରେ ସରକାରୀ ତଥ୍ୟ ଅନୁଯାୟୀ ୧୩୦ କୋଟିରୁ ଉର୍ଦ୍ଧ୍ୱଜନସଂଖ୍ୟା ଥିବା ଭାରତରେ ମାତ୍ର ୧.୫ କୋଟି ଲୋକ ଆୟକର ଦିଅନ୍ତି । ଯଦି ଏହାର ତୁଳନା ମୋଟ ଜନସଂଖ୍ୟା ସହ କରାଯାଏ ତେବେ ଦେଶର ଜନସଂଖ୍ୟାର ମୋଟ ଏକ ପ୍ରତିଶତରୁ କମ୍‌ ଲୋକ ଆୟକର ଦେଉଛନ୍ତି । ରାତି ୧୦ଟା ସୁଦ୍ଧା ବିଭାଗୀୟ ସୂଚନା ଅନୁସାରେ ପ୍ରାୟ ୨୫ ଲକ୍ଷ କରଦାତା ଫାଇଲ କରିଥିବା ଜଣା ପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଦେଶରୁ ଫେରିବ କଳାଧନ

ବିଦେଶରୁ ଫେରିବ କଳାଧନ

Read More...

ବଢୁଛି ବିଟ କଏନ ବ୍ୟବହାର: ୨୦୩୦ ବେଳକୁ ୧କୋଟି ଛୁଇଁବ ମୂଲ୍ୟ

ବଢୁଛି ବିଟ କଏନ ବ୍ୟବହାର: ୨୦୩୦ ବେଳକୁ ୧କୋଟି ଛୁଇଁବ ମୂଲ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page