କୁଳମଣି ହତ୍ୟା ଘଟଣା: ଶାସକ ବିଜେଡି ଏବେ ରକ୍ତମୁଖା ସାଜିଛି: ଗୋଲକ

January 03, 2021, ଓଡ଼ିଶା, , Anupambharat News Bureau


କୁଳମଣି ହତ୍ୟା ଘଟଣା:  ଶାସକ ବିଜେଡି ଏବେ ରକ୍ତମୁଖା ସାଜିଛି: ଗୋଲକ
Anupambharat News Bureau
January 03, 2021


ଭୁବନେଶ୍ୱର, ୩ା୧(ଅନୁପମ ମିଡ଼ିଆ): ପଶ୍ଚିମବଙ୍ଗ ପରି ଓଡିଶାରେ ରାଜନୈତିକ ହିଂସା ଦେଖାଦେଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ସ୍ୱର ଉତୋଳନ କଲେ ଯେପରି ବିଜେପି ନେତାଙ୍କୁ ହତ୍ୟା କରାଯାଉଛି ଠିକ୍‌ ସେହିପରି ରାଜ୍ୟରେ ବିଜେଡିର ଦୁର୍ନୀତି ଭଷ୍ଟ୍ରାଚାର ବିରୁଦ୍ଧରେ ମୁହଁ ଖୋଲିଲେ ଶାସକ ଦଳ ନେତାଙ୍କ ନିର୍ଦ୍ଦେଶରେ ବିରୋଧୀଙ୍କୁ ହତ୍ୟା କରାଯାଉଛି । ଶାସକ ବିଜେଡି ଏବେ ରକ୍ତମୁଖା ସାଜିଛି । ଶନିବାର ରାତିରେ ବିଜେପିର ବରିଷ୍ଠ ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ରାଜନୈତିକ ଶତ୍ରୁତା ରଖି ବିଭତ୍ସ ଭାବେ ହତ୍ୟା କରିବା ଏହାର ଜ୍ୱଳନ୍ତ ଉଦାହରଣ । ଏଭଳି ହତ୍ୟାକାଣ୍ଡ ପଛରେ ଶାସକ ଦଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ରହିଛି । ଏଭଳି ଅମାନୁଷିକ ହତ୍ୟାକାଣ୍ଡକୁ ବିଜେପି ଘୋର ନିନ୍ଦା କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଦାବି କରିଛନ୍ତି । ମହାପାତ୍ର କହିଛନ୍ତି ଯେ, ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନୃତଙ୍ଗ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିଥିଲା । ଏହା ବିରୁଦ୍ଧରେ ବିଜେପି ନେତା କୁଳମଣି ବରାଳ ସ୍ୱର ଉଠାଇଥିଲେ । ଗରିବ ଲୋକଙ୍କ ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗୁ କରିଥିବାବେଳେ ରାଜ୍ୟରେ ବିଜେଡି ସରକାର ଦଳୀୟ ଆଧାରରେ ଧନୀକ ଶ୍ରେଣୀର ବିଜେଡି ନେତାଙ୍କ ଭିତରେ ଏହି ଘରକୁ ବଂଟନ କରିଥିଲେ । ଏହାକୁ ବିରୋଦ୍ଧ କରି ବିଜେପି ନେତା କୁଳମଣି ବରାଳ ସାମ୍ବାଦିକ ସମ୍ମିଳନୀ କରିଥିଲେ ଏବଂ ଏହା ପରେ ପିଡିଡିଆରଡିଏ ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ନୋଟିସ ପଠାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଶାସକ ଦଳର କର୍ମୀମାନେ କୁଳମଣି ବରାଳଙ୍କୁ ହତ୍ୟା କରିଛନ୍ତି । ଏହା ପୂର୍ବରୁ ୨୦୧୮ରେ ମାହାଙ୍ଗାର ବିଜେପି ନେତା ବିକାଶ ଜେନାଙ୍କୁ ହତ୍ୟା କରିଥିବା ଦୃବୁର୍ତଙ୍କୁ ଏପର୍ଯ୍ୟନ୍ତ ପୋଲିସ ଧରିପାରିଲା ନାହିଁ । ଏଥିରୁ ସ୍ପଷ୍ଟ ହୋଇଛି ଯେ, ଶାସକ ଦଳ ନିର୍ଦ୍ଦେଶରେ ବିଜେପି ନେତାଙ୍କୁ ହତ୍ୟା କରାଯାଉଛି ଏବଂ ପରେ ଶାସକ ଦଳ ହତ୍ୟାକାରୀମାନଙ୍କୁ ସୁରକ୍ଷା ଦେଉଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଧନୀକ ଶ୍ରେଣୀର ବିଜେଡି ନେତା ଯେଉଁମାନେ ବେଆଇନ ଭାବେ ପMା ଘର ହାତେଇଛନ୍ତି ସେମାନଙ୍କର ତାଲିକା ବିଜେପି କର୍ମୀମାନେ ରାଜ୍ୟର ସମସ୍ତ ଗାଁରେ ମାରିବେ । ଘର ପାଇନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ପର୍ଯ୍ୟନ୍ତ ବିଜେପି ଲଢେଇ କରିବ । ବିଜେଡି ଗୁଣ୍ଡାମାନେ ଯେପରି ବିଜେପି ନେତାଙ୍କୁ ହତ୍ୟା କରି ଭୟ ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛନ୍ତି ସେଥିରେ ଆମେ ବିଚଳିତ ନହୋଇ ଆଗାମୀ ଦିନରେ ଗରିବ ଲୋକଙ୍କୁ ପMା ଘର ଦେବା ପାଇଁ ସଂଘର୍ଷ ଜାରି ରଖିବୁ ବୋଲି ମହାପାତ୍ର କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରାଉନ୍‌ ସୁଗାର ଜବତ, ଦୁଇ ଗିରଫ

ବ୍ରାଉନ୍‌ ସୁଗାର ଜବତ, ଦୁଇ ଗିରଫ

Read More...

ସଂଶୟ ଦୂର କରିବେ କି ସରକାର

ସଂଶୟ ଦୂର କରିବେ କି ସରକାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page