ଶ୍ମଶାନଘାଟର ଆଶ୍ରୟ ସ୍ଥଳ ଛାତ ଭୁଶୁଡ଼ି ୨୧ ମୃତ

January 03, 2021, ଦେଶ, , Anupambharat News Bureau


ଶ୍ମଶାନଘାଟର ଆଶ୍ରୟ ସ୍ଥଳ ଛାତ ଭୁଶୁଡ଼ି ୨୧ ମୃତ
Anupambharat News Bureau
January 03, 2021


ଲକ୍ଷ୍ମୌ,୩ା୧: ଉତ୍ତରପ୍ରଦେଶର ମୁର୍ଦ୍ଦାନଗର ସ୍ଥିତ ଶ୍ମଶାନ ଘାଟରେ ରବିବାର ଏକ ଅଘଟଣ କ୍ରମେ ଆଶ୍ରୟ ସ୍ଥଳର ଛାତ ଭୁଶୁଡ଼ିବା ଯୋଗୁ ୨୧ ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣାରେ ଅନ୍ୟ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ମୃତକ ଜୟ ରାମଙ୍କ ଶବ ଦହା କରିବାକୁ ତାଙ୍କର କେତେକ ସମ୍ପର୍କୀୟ ଏବଂ ଚିହ୍ନା ପରିଚିତ ଶ୍ମଶାନ ଘାଟକୁ ଯାଇଥିଲେ । ତେବେ ସେହି ସମୟରେ ବର୍ଷା ଯୋଗୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ସେଠାରେ ଥିବା ଆଶ୍ରୟ ସ୍ଥଳ ତଳେ ରହିଥିଲେ । ତେବେ ହଠାତ ଛାତ ଭୁଶୁଡ଼ି ପଡ଼ିଥିଲା । ଫଳରେ ଭଗ୍ନାଂବଶେଷ ତଳେ ବହୁ ଲୋକ ଚାପିି ହୋଇଯାଇଥିଲେ । ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ଓ ଏନଡିଆରଏଫ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଭୁଶୁଡ଼ି ଥିବା ଛାତକୁ ବାହାର କରିବା ପାଇଁ ପୋଲିସ କ୍ରେନ୍‌ ସାହଯ୍ୟ ନେଇଥିଲା । ଘଟଣା ସ୍ଥଳରୁ ୨୧ ଜଣଙ୍କ ଶବ ମିଳିଥିଲା । ଏଥି ସହିତ ଅନ୍ୟ ଉଦ୍ଧାର ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହିତ ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ମେରୁଟ ଡିଭିଜନାଲ କମିଶନର ଏବଂ ଏଡ଼ିଜିଙ୍କୁ ଘଟଣା ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତିନିଦିନ ଘନ କୁହୁଡ଼ି

ତିନିଦିନ ଘନ କୁହୁଡ଼ି

Read More...

ଦୁଇ କରୋନା ଟିକାକୁ ମଞ୍ଜୁରୀ :  ୧୧୦ ପ୍ରତିଶତ ସୁରକ୍ଷିତ:ଡିସିଜିଆଇ

ଦୁଇ କରୋନା ଟିକାକୁ ମଞ୍ଜୁରୀ : ୧୧୦ ପ୍ରତିଶତ ସୁରକ୍ଷିତ:ଡିସିଜିଆଇ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page