ବ୍ରିଟେନ୍‌ ଫେରନ୍ତା ପଜିଟିଭ୍‌ ଚିହ୍ନଟ ଭୟଭୀତ ହୁଅ;ୁ ନାହିଁଁ: ପ୍ରେମଚନ୍ଦ୍ର

December 23, 2020, ଓଡ଼ିଶା, , Anupambharat News Bureau


ବ୍ରିଟେନ୍‌ ଫେରନ୍ତା ପଜିଟିଭ୍‌ ଚିହ୍ନଟ ଭୟଭୀତ ହୁଅ;ୁ ନାହିଁଁ: ପ୍ରେମଚନ୍ଦ୍ର
Anupambharat News Bureau
December 23, 2020


ଭୁବନେଶ୍ୱର, ୨୩ା୧୨(ଅନୁପମ ମିଡ଼ିଆ): ଗତ ସପ୍ତାହରେ ବ୍ରିଟେନ୍‌ରୁ ଭୁବନେଶ୍ୱରକୁ ଫେରିଥିବା ବ୍ୟକ୍ତି ଜଣକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ପିିଟାଲରେ ଭର୍ତ୍ତି କରାଯାଇଛି । ବ୍ରିଟେନରୁ ଓଡ଼ିଶା ଫେରିଥିବା ଯାତ୍ରୀଙ୍କ ଲାଗି ୧୪ଦିନ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । କରୋନା ଭୂତାଣୁର ଏହି ନୂଆ ଷ୍ଟ୍ରେନ୍‌ ପୂର୍ବ ତୁଳନାରେ ଦ୍ରୁତ ଗତିରେ ବ୍ୟାପୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ଜାରି ନିର୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ଲାଗି କୁହାଯାଇଛିଛ ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ବିଏମସି, କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର, ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷ, ଝାରସୁଗୁଡ଼ା ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଛିଛ ଏଭଳି ପରିସ୍ଥିତିରେ ବ୍ରିଟେନ ଫେରୁଥିବା ଯାତ୍ରୀଙ୍କ ଜରିଆରେ କରୋନା ଭୂତାଣରୁ ନୂଆ ଷ୍ଟ୍ରେନ୍‌ ଯଦି ଓଡ଼ିଶାକୁ ଆସେ, ତାହାଲେ ରାଜ୍ୟ ପାଇଁ ବିପଦ ସୃଷ୍ଟି କରିପାରେ । ୧୪ ଦିନ ପାଇଁ ସଙ୍ଗରୋଧରେ ରହିବା ସହିତ ରାପିଡ୍‌ ରେସପନ୍ସ ଟିମ୍‌ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବେ । ସଙ୍ଗରୋଧ ରହିବା ସମୟରେ କେଣସି ବ୍ୟକ୍ତିଙ୍କ ଶରୀରରେ କେଣସି ଲକ୍ଷଣ ପ୍ରକାଶ ପାଏ, ତାହାଲେ ତାଙ୍କର ଆରଟି-ପିସିଆର ପରୀକ୍ଷା କରାଯିବ । ଯଦି ସମ୍ପକ୍ତ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହୁଅନ୍ତି, ତାହାଲେ ସରକାରୀ ସଙ୍ଗରୋଧ ବ୍ୟବସ୍ଥାରେ ରଖାଯିବା ସହ ପ୍ରୋଟୋକଲ ଅନୁସାରେ ଚିକିତ୍ସା କରାଯିବ । ଉଲ୍ଲେଖନୀୟ ଯେ ସେ ଗତ ୧୮ ତାରିଖରେ ସେ ବ୍ରିଟେନରୁ ଫେରିବା ପରେ ଆଇସୋଲେସନରେ ଥିଲେ । ତାଙ୍କର ପରିବାର ଲୋକଙ୍କୁ ମଧ୍ୟ କରୋନା ପରୀକ୍ଷା କରାଯାଇଛି । ତେବେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ କରୋନା ନେଇ କାହାରିକୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କର୍ଣ୍ଣାଟକରେ ନାଇଟ କର୍ଫୁ୍ୟ

କର୍ଣ୍ଣାଟକରେ ନାଇଟ କର୍ଫୁ୍ୟ

Read More...

ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ

ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page