ଲୋକଙ୍କୁ ପାଣି ପିଇବାକୁ ହେଲେ ବରଫ ତରଲାଇବାକୁ ପଡିଥାଏ !

December 20, 2020, ଦେଶ, , Anupambharat News Bureau


ଲୋକଙ୍କୁ ପାଣି ପିଇବାକୁ ହେଲେ ବରଫ ତରଲାଇବାକୁ ପଡିଥାଏ !
Anupambharat News Bureau
December 20, 2020


ନୂଆଦିଲ୍ଲୀ: ଭାରତରେ ପାରଦ ୧୫-୨୦ ଡିଗ୍ରୀ ତଳକୁ ଖସିଯାଇଛି । ସାରା ଦେଶରେ ଥଣ୍ଡା ଅନୁଭୂତ ହେଉଛି । ଉତ୍ତର ଭାରତରେ ହାଡଭଙ୍ଗା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପର୍ଯ୍ୟଟକ ଶୀତର ମଜା ନେଉଛନ୍ତି ।
ଭାରତରେ ୨-୩ ଡିଗ୍ରୀ ତାପମାତ୍ରା ଅର୍ଥାତ ହାଡଭଙ୍ଗା ଶୀତ । କି;ୁ ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠାରେ ଲୋକଙ୍କୁ ପାଣି ପିଇବାକୁ ହେଲେ ବରଫ ତରଲାଇବାକୁ ପଡିଥାଏ । ଏହିଭଳି ପରିବେଶରେ ମଧ୍ୟ ଲୋକେ ଜୀବନ ଜିଇଁବା ଶିଖିଯାଇଛନ୍ତି ।
ଯିଏ ଯେଉଁ ଜାଗର ବାସିନ୍ଦା ସେ ସେହି ଜାଗାରେ ଜୀବନ ବିତାଇବା ଶିଖିଯାଏ । ଆସ;ୁ ଜାଣିବା ଦୁନିଆର ୧୦ଟି ସବୁଠାରୁ ଥଣ୍ଡା ଜାଗା ସମ୍ପର୍କରେ : ଉଲାନବାଟାର ମଙ୍ଗୋଲିଆ - ମୋଙ୍ଗୋଲିଆର ରାଜଧାନୀ ଉଲାନବାଟାର ଦୁନିଆର ସବୁଠାରୁ ଶୀତଳ ଅଞ୍ଚଳ ଅଟେ । ଏଠାରେ ତାପମାତ୍ରା କେବେବି ୧୬ ଡିଗ୍ରୀ ଉପରକୁ ଯାଏନାହିଁ । ମଙ୍ଗୋଲିଆ ଜନସଂଖ୍ୟାର ପ୍ରାୟ ଅଧା ଉଲାନବାଟାରରେ ବାସ କରନ୍ତି । ଏଠାକାର ପ୍ରସିଦ୍ଧ ଧାର୍ମେିକ ସ୍ଥଳ ଓ ସଂଗ୍ରହାଳୟ ଦେଖିବାକୁ ବହୁ ଦୂର ଦୁରାନ୍ତରୁ ପର୍ଯ୍ୟଟକ ଆସିଥାନ୍ତି ।
ଭୋଷ୍ଟୋକ ପାଣିପାଗ କେନ୍ଦ୍ର, ଆଣ୍ଟାର୍କଟିକା - ଆଣ୍ଟାର୍କଟିକାରେ ଅବସ୍ଥିତ ଋଷର ଏହି ଅନୁସନ୍ଧାନ କେନ୍ଦ୍ର ବା ରିସର୍ଚ୍ଚ ଷ୍ଟେସନ ଦୁନିଆର ସବୁଠାରୁ ଶୀତଳ ସ୍ଥାନ ମଧ୍ୟରୁ ଗୋଟିଏ । ୧୯୮୩ ଜୁଲାଇ ୨୧ରେ ଏଠାରେ ତାପମାତ୍ରା ମାଇନସ ୮୯.୨ ଡିଗ୍ରୀ ଯାଏଁ ଯାଇଥିଲା । ଗ୍ରୀଷ୍ମ ଋତୁରେ ମଧ୍ୟ ଏଠାରେ ସ୍ଥିତିରେ ଅଧିକ ପରିବର୍ତ୍ତନ ହୁଏନାହିଁ । ଗ୍ରୀଷ୍ମ ଋତୁରେ ମଧ୍ୟ ତାପମାତ୍ରା ପ୍ରାୟ ମାଇନସ ୩୨ ଡିଗ୍ରୀ ରହିଥାଏ । ମାଉଣ୍ଟ ଡେନାଲି, ଆଲାସ୍କା - ସମୁଦ୍ରତଟରୁ ୬୧୯୦ ମିଟର ଉଚ୍ଚ ମାଉଣ୍ଟ ଡେନାଲି ଉତ୍ତର ଆମେରିକାର ସବୁଠାରୁ ଉଚ୍ଚ ପର୍ବତ । ୨୦୦୩ ମସିହାରେ ଏଠାରେ ତାପମାତ୍ରା ମାଇନସ ୮୩ ଡିଗ୍ରୀ ହୋଇଯାଇଥିଲା ।
ଏହି ପର୍ବତ ଶିଖର ବର୍ଷକ ୧୨ ମାସ ବରଫ ଓ ଗ୍ଲେସିୟର ଦ୍ୱାରା ଢାଙ୍କି ହୋଇ ରହିଥାଏ । ଭେରଖୋୟାଂସ୍କ, ଋଷ - ଉତ୍ତର ଋଷରେ ଅବସ୍ଥିତ ଭେରଖୋୟାଂସ୍କ ସବୁଠାରୁ ଶୀତଳ ଅଞ୍ଚଳ ମଧ୍ୟରୁ ଗୋଟିଏ । ଜାନୁଆରୀରେ ଏଠାରେ ତାପମାତ୍ରା ମାଇନସ ୪୮ ଡିଗ୍ରୀ ରହିଥାଏ । ସାଧାରଣତଃ ଅକେଫାବରରୁ ଏପ୍ରିଲ ମଧ୍ୟରେ ପାରଦ ଶୂନରୁ ତଳକୁ ରହେ । ଗ୍ରୀଷ୍ମ ଦିନରେ ଟିକିଏ ଆଶ୍ୱସ୍ତି ମିଳେ । ସେତେବେଳେ ତାପମାତ୍ରା ପାଖାପାଖି ୩୦ ଡିଗ୍ରୀ ରହେ ।
ଇଣ୍ଟରନ୍ୟାସନାଲ ଫଲ୍ସ ମିନେସୋଟା, ଆମେରିକା - ଇଣ୍ଟରନ୍ୟାସନାଲ ଫଲ୍ସ ମିନେସୋଟା ଆମେରିକାର ସବୁଠାରୁ ଥଣ୍ଡା ସ୍ଥାନ । ସର୍ବନିମ୍ନ ତାପମାତ୍ରା ଯୋଗୁଁ ଏହି ଜାଗା ‘ଆଇସବକ୍ସ ଅଫ ଦ ନେଶନ’ ଟାଇଟଲ୍‌ ଜିତିଛି ଇଣ୍ଟରନ୍ୟାସନାଲ ଫଲ୍ସ ଆଇସବକ୍ସ ଫେଷ୍ଟିଭାଲ ହଷ୍ଟିଙ୍ଗ କରି ଫ୍ରୋଜନ ଟର୍କୀ ବୋଲିଂ, ତୁଷାର ମୂର୍ତ୍ତି ଗଢିବା ଏବଂ ଫାୟାରୱର୍କ୍ସରେ ମଧ୍ୟ ଟାଇଟଲ୍‌ ଜିତିଥିଲା । ଫ୍ରେଜର, କଲରାଡୋ ଆମେରିକା - ସମୁଦ୍ରତଟରୁ ୨୬୧୩ ମିଟର ଉଚ୍ଚରେ ଅବସ୍ଥିତ ଫ୍ରେଜରରେ ୧୨୭୫ ଜଣ ରୁହନ୍ତି ।
ଏଠାରେ ତାପମାତ୍ରା ହାରାହାରି ୩ ଡିଗ୍ରୀ ରୁହେଛ ‘ଆଇସବକ୍ସ ଅଫ ଦ ନେଶନ’ ଟାଇଟଲ୍‌ ଯୁଦ୍ଧରେ ଫ୍ରେଜର ଦ୍ୱିତୀୟ ସ୍ଥାନ ହାସଲ କରିଥିଲା । ସ୍ନେଗ୍‌, ୟୁକନ୍‌, କାନାଡ଼ା - ଉତ୍ତର ଆମେରିକାର ଏକ ଛୋଟ ଗାଁ ସ୍ନେଗ୍‌ ମଧ୍ୟ ନିଜ ତାପମାତ୍ରା ପାଇଁ ପ୍ରସିଦ୍ଧ । ୧୯୪୭ ମସିହାରେ ଏଠାରେ ତାପମାତ୍ରା ମାଇନସ ୬୩.୯ ଡିଗ୍ରୀ ହୋଇଯାଇଥିଲା । ୟୁକନ୍‌, କାନାଡ଼ାର ସବୁଠାରୁ କମ ଜନସଂଖ୍ୟା ବିଶିଷ୍ଟ ସ୍ଥାନ । ଏଠାରେ ପାଖାପାଖି ୩୬ ହଜାର ଲୋକ ବସବାସ କରନ୍ତି ।
ଓଇମୟାକନ, ଋଷ - ଓଇମୟାକନ ଦୁନିଆର ସବୁଠାରୁ ଶୀତଳ ସ୍ଥାନ ମଧ୍ୟରୁ ଗୋଟିଏ । ଏଠାରେ ପାଖାପାଖି ୫୦୦ ଲୋକ ବସବାସ କରନ୍ତି । ଏଠାରେ ପାରଦ ମାଇନସ ୭୨ ଡିଗ୍ରୀ ଯାଏଁ ତଳକୁ ଖସିଯାଏ । ପୂର୍ବ ଆଣ୍ଟାର୍କଟିକା ପ୍ଲାଟ୍ୟୁ - ପୂର୍ବ ଆଣ୍ଟାର୍କଟିକା ପ୍ଲାଟ୍ୟୁକୁ ଦୁନିଆର ସବୁଠାରୁ ଶୀତଳ ସ୍ଥାନ ଭାବରେ ବିବେଚନା କରାଯାଏ ।
ଏଠାରେ ତାପମାତ୍ରା ମାଇନସ ୧୦୦ ଡିଗ୍ରୀ ସେଲସିୟସ ଯାଏଁ ରେକର୍ଡ କରାଯାଇଛି । ଲୋଗାନ୍‌ ପାସ୍‌, ମୋଣ୍ଟାନା, ଆମେରିକା - ସମୁଦ୍ର ପତ୍ତନ ଠାରୁ ୫୬୧୦ ମିଟର ଉଚ୍ଚରେ ଅବସ୍ଥିତ ଲୋଗାନ୍‌ ପାସରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରୁହେ । ୧୯୫୪ ମସିହାରେ ଏଠାରେ ତାପମାତ୍ରା ମାଇନସ ୫୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା । ଅକେଫାବରରୁ ଏପ୍ରିଲ ମଧ୍ୟରେ ଏଠାରେ ତାପମାତ୍ରା ବଢିବା ସମ୍ଭାବନା ବହୁତ କମ୍‌ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୁଜୁରାଟରେ ବିଶ୍ୱର ସବୁଠାରୁ ବଡ ଚିଡିଆଖାନା

ଗୁଜୁରାଟରେ ବିଶ୍ୱର ସବୁଠାରୁ ବଡ ଚିଡିଆଖାନା

Read More...

ପାକିସ୍ତାନରେ ୩୦% ପାଇଲଟ୍‌ ନକଲି !

ପାକିସ୍ତାନରେ ୩୦% ପାଇଲଟ୍‌ ନକଲି !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page