ମାଟ୍ରିକ ରିଜେଲଫ : ଆଜି ବୋର୍ଡ଼ ଘୋଷଣା କରିବ ତାରିଖ

May 20, 2019, ଓଡ଼ିଶା, , Anupambharat News Bureau


ମାଟ୍ରିକ ରିଜେଲଫ :  ଆଜି ବୋର୍ଡ଼ ଘୋଷଣା କରିବ ତାରିଖ
Anupambharat News Bureau
May 20, 2019

କଟକ,୧୯ା୫(ଅନୁପମମିଡ଼ିଆ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ୨୦୧୯ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ ଘଟିଥିଲେ ସୁଦ୍ଧା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇଁ ବୋର୍ଡ଼ କର୍ତ୍ତୃପକ୍ଷ ସୁଧାର ଆଣି ପାରି ନାହାନ୍ତି । ତେବେ ଗତ ୩ରେ ବାତ୍ୟା ‘ଫନି’ ରାଜ୍ୟରେ ପ୍ରଳୟ ଆଣିବା ପରେ ଚଳିତ ମାସ ପ୍ରଥମ ସପ୍ତାହରେ ପ୍ରକାଶ ପାଇବାକୁ ଥିବା ମାଟ୍ରିକ ଫଳକୁ ସ୍ଥଗିତ ରଖାଯାଇଥିଲା । ଏହାପରେ ଖୋଦ ବିଭାଗୀୟ ସଚିବ, ମାଧ୍ୟମିକ ପରିଷଦର ସଭାପତି ଓ ସମ୍ପାଦକ ସହମତି କ୍ରମେ ତୃତୀୟ ସପ୍ତାହରେ ଫଳ ପ୍ରକାଶ କରାଯିବ ବୋଲି ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ବାତ୍ୟା ପରେ ଅଧିକାଂଶ କର୍ମଚାରୀ ରିଲିଫ କାର୍ଯ୍ୟରେ ନିୟୋଜିତ ରହିଥିବାରୁ ତୃତୀୟ ସପ୍ତହାରେ ମଧ୍ୟ ଫଳ ଘୋଷଣା ଲଟକିଛି । ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନ ନେଇ ଚର୍ଚ୍ଚା ହେଉଥିବା ବେଳେ ଆମ ପ୍ରତିନିଧି ବୋର୍ଡ଼ ସଭାପତି ଜହନ ଆରା ବେଗମ୍‌ଙ୍କ ସହ ଏ ସଂକ୍ରାନ୍ତରେ ଯୋଗାଯୋଗ କରିଥିଲେ । ବେଗମ୍‌ କହିଥିଲେ ଯେ, ଫଳ ପ୍ରକାଶ ସଂକ୍ରାନ୍ତରେ ଆଜି ସଚିବାଳୟରେ ଗଣଶିକ୍ଷା ସଚିବ ଏବଂ ଉପସଚିବଙ୍କ ସହ ବିଚାରବିମର୍ଷ ହୋଇଥିଲା । ଆସନ୍ତାକାଲି ଅପରାହ୍ନ ୪ଟାରେ ବୋର୍ଡ଼ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ମାଟ୍ରିକ ପରୀକ୍ଷା ଫଳ ତାରିଖ ସମ୍ପର୍କରେ ସ୍ପଷ୍ଟ କରାଯିବ ବୋଲି ବେଗମ୍‌ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅର୍ଥ ସାଜିଛି ବାଧକ, ମୃତୁ୍ୟ ସହ ସଂଗ୍ରାମ କରୁଛି ମଳୟ

ଅର୍ଥ ସାଜିଛି ବାଧକ, ମୃତୁ୍ୟ ସହ ସଂଗ୍ରାମ କରୁଛି ମଳୟ

Read More...

ସମଲିଙ୍ଗୀ ସମ୍ପର୍କକୁ ଦୂତୀଙ୍କ ସ୍ୱୀକାର,  ମା’, ଭଉଣୀ ଆଣିଲେ ଷଡ଼ଯନ୍ତ୍ର ଅଭିଯୋଗ

ସମଲିଙ୍ଗୀ ସମ୍ପର୍କକୁ ଦୂତୀଙ୍କ ସ୍ୱୀକାର, ମା’, ଭଉଣୀ ଆଣିଲେ ଷଡ଼ଯନ୍ତ୍ର ଅଭିଯୋଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page