ହଠାତ ଗୁରୁଦ୍ୱାର ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ

December 20, 2020, ଦେଶ, , Anupambharat News Bureau


ହଠାତ ଗୁରୁଦ୍ୱାର ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ
Anupambharat News Bureau
December 20, 2020


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସକାଳେ ଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ରକାବଙ୍ଗଜରେ ପହଁଚିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁ ତେଗବାହଦୁରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୋଦୀ ହଠାତ ଗୁରୁଦ୍ୱାରରେ ପହଁଚିଥିଲେ । ଏଠାରେ କହି ରଖୁଛୁ ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ଏଠାରେ ପହଁଚିଥିଲେ ସେତେବେଳେ କୌଣସି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିଲା । ଏପରିକି ଟ୍ରାପିକ୍‌ ବ୍ୟବସ୍ଥା ମଧ୍ୟ ହୋଇନଥିଲା । ପ୍ରଧାନମନ୍ତ୍ରୀ ସକାଳେ ପ୍ରଚଣ୍ଡ ଥଣ୍ଡାରେ ସାଧାରଣ ବ୍ୟକ୍ତି ଭଳି ଗୁରୁଦ୍ୱାର ରକାବଙ୍ଗଜରେ ପହଁଚିଥିଲେ । ଏହି ଗସ୍ତ ହଠାତ ହୋଇଥିବାରୁ ଗୁରୁଦ୍ୱାର ଆଖପାଖରେ କୌଣସି ସ୍ୱତନ୍ତ୍ର ପୋଲିସ ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିଲା । ସୂଚନାଯୋଗ୍ୟ, ଗୁରୁଦ୍ୱାର ରକାବଙ୍ଗଜ ସିଖଙ୍କ ପବିତ୍ରସ୍ଥଳୀ ଅଟେ । ଏହା ସଂସଦ ଭବନର ନିକଟରେ ଅବସ୍ଥିତ । ଏହା ୧୭୮୩ରେ ନିର୍ମିତ ହୋଇଥିଲା । ଏହା ସେହି ସ୍ଥାନ ଯେଉଁଠାରେ ସିଖଙ୍କ ନବମ ଗୁରୁ ତେଗ ବାହାଦୁରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାକିସ୍ତାନରେ ୩୦% ପାଇଲଟ୍‌ ନକଲି !

ପାକିସ୍ତାନରେ ୩୦% ପାଇଲଟ୍‌ ନକଲି !

Read More...

ଫାଇଜର ଟିକା ନେବା ପରେ ନର୍ସ ଅଚେତ

ଫାଇଜର ଟିକା ନେବା ପରେ ନର୍ସ ଅଚେତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page