ଚାଷୀଙ୍କୁ ବୁଝାଇବାକୁ ମୋଦିଙ୍କ ପ୍ରୟାସ

December 18, 2020, ଦେଶ, , Anupambharat News Bureau


ଚାଷୀଙ୍କୁ ବୁଝାଇବାକୁ ମୋଦିଙ୍କ ପ୍ରୟାସ
Anupambharat News Bureau
December 18, 2020


ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ୨୨ ଦିନ ଧରି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଗୁରୁବାର ଚାଷୀମାନଙ୍କ ନିକଟକୁ ୮ ପୃଷ୍ଠା ସମ୍ବଳିତ ଏକ ଚିଠି ଲେଖିଛନ୍ତି । ଏଥିରେ ସେ ୮ଟି ପ୍ରତିଶ୍ରୁତି ଦେଇଛନ୍ତି । ଏମ୍‌ଏସ୍‌ପି ଜାରି ରହିଛି ଓ ରହିବ ବୋଲି କହିଛନ୍ତି । ତୋମାର ଆହୁରି କହିଛନ୍ତି, କୃଷି ଆଇନକୁ ନେଇ ଚାଷୀଙ୍କ ମନରେ ଭ୍ରାନ୍ତଧାରଣା ରହିଛି ।
କୃଷି ମନ୍ତ୍ରୀ ହିସାବରେ ଚାଷୀଙ୍କର ସେହି ଭ୍ରାନ୍ତଧାରଣାକୁ ହଟାଇବା ମୋର କର୍ତ୍ତବ୍ୟ । ମୁଁ ଚାଷୀ ପରିବାରରୁ ଆସିଛି । ଚାଷୀଙ୍କ ଦୁଃଖକଷ୍ଟ କ’ଣ ଜାଣିଛି । ତେବେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଫାଟ ସୃଷ୍ଟି ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ସେ ଦର୍ଶାଇଛନ୍ତି । ତୋମାର ଏହି ଚିଠିକୁ ଟୁଇଟ୍‌ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୋମାରଙ୍କ ଟୁଇଟ୍‌ ଉପରେ ପ୍ରତିକ୍ରିୟା ଦେଇ ଟ୍ୱିଟ୍‌ କରିଛନ୍ତି ଯେ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷକ ଭାଇଭଉଣୀଙ୍କୁ ଚିଠି ଲେଖି ନିଜ ଭାବନା ପ୍ରକାଶ କରିଛନ୍ତି । ଏକ ବିନମ୍ର ଅନୁରୋଧ କରିବାର ପ୍ରୟାସ କରିଛନ୍ତି । ସମସ୍ତ କୃଷକଙ୍କୁ ମୋର ଅନୁରୋଧ ଏହାକୁ ସମସ୍ତେ ପଢ;ୁ । ଦେଶବାସୀଙ୍କୁ ମଧ୍ୟ ଅନୁରୋଧ ଯେ, ଏହାକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚା;ୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କୃଷକଙ୍କୁ ଭର୍ଚୁଆଲ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟପ୍ରଦେଶ କୃଷକଙ୍କ ସହ ଅପରାହ୍ନ ୨ଟାରେ ଭିଡିଓକନଫରେନ୍ସିଂରେ ଯୋଡି ହୋଇଛନ୍ତି ।ରାଜ୍ୟର ପ୍ରାୟ ୨୩ ହଜାର ପଞ୍ଚାୟତରେ ଏହାର ସିଧା ପ୍ରସାରଣ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଉପସ୍ଥିତ ରହିଥିଲେ ।
ଜିଲ୍ଲା ମୁଖ୍ୟାଳୟରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏବଂ ବିଜେପି ବିଧାୟକ ଉପସ୍ଥିତ ରହିଥିଲେ । ଏହି ଅବସରରେ ୧୬୦୦ କୋଟି ଟଙ୍କାର ସହାୟତା ରାଶି ରାଜ୍ୟର ପ୍ରାୟ ୩୫ ଲକ୍ଷ ଚାଷୀଙ୍କ ଖାତାରେ ଦିଆଯିବ । ଖରିଫ ୨୦୨୦ ଫସଲ ହାନିର ସହାୟତା ରାଶିର ବିତରଣ ମଧ୍ୟ ଏଭଳି କରାଯିବ । ପ୍ରାୟ ୨୦୦୦ପଶୁ ଏବଂ ମତ୍ସ୍ୟଚାଷୀଙ୍କୁ କିଷାନ କ୍ରେଡିଟ୍‌ କାର୍ଡ ମଧ୍ୟ ପ୍ରଦାନ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ୨୩ ଦିନ ଧରି ଦିଲ୍ଲୀର ସବୁ ସୀମାରେ ହଜାର ହଜାର କୃଷକ ଡେରା ପକାଇଛନ୍ତି । ଅସହ୍ୟ ଥଣ୍ଡାରେ ମଧ୍ୟ କୃଷକମାନେ ଘରକୁ ଫେରିବାକୁ ପ୍ରସ୍ତୁତ ନୁହଁନ୍ତି । କେନ୍ଦ୍ର ସରକାର ତିନି ନୂଆ କୃଷି ଆଇନକୁ ରଦ୍ଦ କରିବାକୁ କୃଷକମାନେ ଦାବି କରୁଛନ୍ତି । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ କୃଷକଙ୍କୁ ସମ୍ବୋଧିତ କରିସାରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅନେକ ବଡ ବଡ ମନ୍ତ୍ରୀ ମଧ୍ୟ କହିସାରିଛନ୍ତି ଯେ, ନୂଆ କୃଷି ଆଇନରୁ କୃଷକମାନେ ଲାଭବାନ୍‌ ହେବେ । ଅନ୍ୟପଟେ କେନ୍ଦ୍ର ସରକାର କହୁଛନ୍ତି ବିରୋଧୀ ଏହାର ଫାଇଦା ଉଠାଉଛନ୍ତି ଏବଂ କୃଷକମାନଙ୍କୁ ଉତ୍ତେଜିତ କରୁଛନ୍ତି । କିଷାନ ଏକତା ସଙ୍ଗଠନ ଜାତୀୟ ସଭାପତି ସୋରନ ପ୍ରଧାନ ଓ ତାଙ୍କ ସମର୍ଥକମାନଙ୍କୁ ପୋଲିସ ଶୁକ୍ରବାର ଘରେ ନଜରବନ୍ଦୀ କରିଛି । କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କାଳିନ୍ଦୀକୁଞ୍ଜରୁ ଦିଲ୍ଲୀ ପଦଯାତ୍ରା ଆହ୍‌ୱାନ ଦେଇଥିଲେ ।
ଶୁକ୍ରବାର ପଦଯାତ୍ରା ଆୟୋଜନ ପୂର୍ବରୁ ସେମାନଙ୍କୁ ଗୃହବନ୍ଦୀ କରାଯାଇଥିବାରୁ ପ୍ରଧାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୋରେନ ପ୍ରଧାନ ପୋଲିସ ବଳରେ ଚାଷୀଙ୍କ ଆନ୍ଦୋଳନ ଦବାଇ ଦେବାକୁ ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । ତେବେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଚାଷୀ ଦବିବାର କି ନଇଁବାର ନାହିଁ ବୋଲି ସେ କହିଛନ୍ତି । ଚାଷୀ ସେମାନଙ୍କ ଦାବି ନିଶ୍ଚିତ ହାସଲ କରିବେ ଓ ଯେଉଁ ପର୍ଯ୍ୟନ୍ତ ସରକାର ଆଇନ ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ରାଜଧାନୀରେ କୃଷକ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । ସେପଟେ ୩ନମ୍ବର ଜୋନ ପୋଲିସ ଡିସିପି ଜନପଦରେ ଧାରା ୧୪୪ ଜାରିଥିବାରୁ ଲୋକଙ୍କୁ ଘରେ ରହିବାକୁ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ’

‘ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ’

Read More...

ରାଜପଥରେ ରହିବନି ଟୋଲ୍‌ ବୁଥ୍‌

ରାଜପଥରେ ରହିବନି ଟୋଲ୍‌ ବୁଥ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page