ଆଲର୍ଜି ଥିବା ବ୍ୟକ୍ତିଙ୍କୁ କରୋନା ଟିକା ମନା

December 09, 2020, ଦେଶ, , Anupambharat News Bureau


ଆଲର୍ଜି ଥିବା ବ୍ୟକ୍ତିଙ୍କୁ କରୋନା ଟିକା ମନା
Anupambharat News Bureau
December 09, 2020


ନୂଆଦିଲ୍ଲୀ,୯ା୧୨:ବିଶ୍ୱର ଅନ୍ୟତମ ଅଗ୍ରଣୀ ଫାର୍ମାସ୍ୟୁଟିକାଲ କମ୍ପାନି ଫାଇଜର ଏବଂ ବାୟୋଏନେଫକ୍ର କୋଭିଡ୍‌-୧୯ ଟିକାକୁ ବ୍ରିଟେନ ମଂଜୁରୀ ଦେଇଥିଲା । ଫାଇଜର ଟିକାର ବ୍ୟବହାର ଅନୁମତି ଦେବାରେ ବ୍ରିଟେନ୍‌ ପ୍ରଥମ ରାଷ୍ଟ୍ର ପାଲଟିଥିଲା । ହେଲେ ଟିକା ଦିଆଦିଆଯିବାର ୨୪ଘଣ୍ଟା ପରେ ଆଲର୍ଜି ସମସ୍ୟା ଥିବା ଲୋକମାନେ ଏହି ଟିକା ନିଅ;ୁ ନାହିଁ ବୋଲି ବ୍ରିଟିଶ ସ୍ୱାସ୍ଥ୍ୟ ଅଧିକାରୀମାନେ ଚେତାବନୀ ଦେଇଛନ୍ତି ମଙ୍ଗଳବାର କିଛି ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଫାଇଜର ଟିକା ଦିଆଯିବ ପରେ ରାଷ୍ଟ୍ରାୟତ୍ତ ଜାତୀୟ ସ୍ୱାସ୍ଥ୍ୟ ସେବାର ଦୁଇଜଣ ସଦସ୍ୟଙ୍କ ଶରୀରରେ ଆଲର୍ଜି ସମସ୍ୟା ଦେଖାଯିବା ସହ ସେମାନଙ୍କର ଚିକିତ୍ସା କରାଯାଇଥିଲା ଏବେ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି । ଏହି ଘଟଣା ପରେ ଆଲର୍ଜି ସମସ୍ୟା ଥିବା ବ୍ୟକ୍ତିଙ୍କୁ ଏହି ଟିକା ନ ନେବା ପାଇଁ ବ୍ରିଟିଶ ସ୍ୱାସ୍ଥ୍ୟ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି ଯେଉଁମାନଙ୍କର ପୂର୍ବରୁ କୌଣସି ଔଷଧ ନେବା, ଖାଦ୍ୟ ଖାଇବା ବା ଟିକା ନେଲେ ଆଲର୍ଜି ହୋଇଥାଏ, ସେମାନଙ୍କୁ ଫାଇଜର ଟିକା ନ ନେବା ପାଇଁ କୁହାଯାଇଛି । ସୂଚନା ମୁତାବକ, ଫାଇଜର ଟିକାକୁ ବ୍ରିଟେନ ଏବଂ ବାହାରିନରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଥିବା ବେଳେ ଏବେ ଭାରତ ସରକାରଙ୍କ ଅନୁମତି ପାଇଁ ଆବେଦନ କରିଛି ଫାଇଜର ହେଲେ ଟିକା ନେବା ପରେ ଦେଖାଯାଉଥିବା ସମସ୍ୟାକୁ ଆଖି ଆଗରେ ରଖି ଭାରତ ସରକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବେ ନା ନାହିଁ ସେ ନେଇ ପ୍ରଶ୍ନ ଉଠୁଛି । ଅନ୍ୟପକ୍ଷେ ଦେଶରେ ପୁଣି ନୂତନ ଭାବେ ୩୨ ହଜାରରୁ ଉର୍ଦ୍ଧ୍ୱ ରୋଗୀ ଚିହ୍ନଟ ହୋଇଥିବା ଯୋଗୁଁ ଭାରତର ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ୩୫ ହଜାର ୮୫୦କୁ ପହଞ୍ଚି ଯାଇଛି । ଅନ୍ୟପକ୍ଷରେ ଭାରତରେ ଦିନକରେ ୩୬ ହଜାର ଲୋକ ସୁସ୍ଥ ହେବା ଯୋଗୁଁ ସମୁଦାୟ ୯୨ ଲକ୍ଷରୁ ଉର୍ଦ୍ଧ୍ୱ ରୋଗୀ ସୁସ୍ଥ ହୋଇଥିବା ଜଣାପଡିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ସର୍ବାଧିକ ୧୮.୫୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସଂକ୍ରମଣ ହୋଇଛନ୍ତି । କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ପାଖାପାଖି ୯ ଲକ୍ଷ ଲୋକ ସଂକ୍ରମିତ ହେବାକୁ ଯାଉଛନ୍ତି । ତାମିଲନାଡ଼ୁରେ ୭.୯୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି । କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଟପିଥିବା ବେଳେ ଦିଲ୍ଲୀରେ ଆକ୍ରାନ୍ତ ୫.୯୭ ଲକ୍ଷରୁ ଉର୍ଦ୍ଧ୍ୱକୁ ଟପି ଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି : ୧୨ ପ୍ରସ୍ତାବରେ ମୋହର,  ସ୍ୱାମୀନାଥନ୍‌ ସୁପାରିଶ ଲାଗୁ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ,  ଫୁଲବାଣୀରେ ଖୋଲିବ ମେଡିକାଲ କଲେଜ,  ବରଗଡ ପାଇଁ ଦୁଇଟିି ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ

ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି : ୧୨ ପ୍ରସ୍ତାବରେ ମୋହର, ସ୍ୱାମୀନାଥନ୍‌ ସୁପାରିଶ ଲାଗୁ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ, ଫୁଲବାଣୀରେ ଖୋଲିବ ମେଡିକାଲ କଲେଜ, ବରଗଡ ପାଇଁ ଦୁଇଟିି ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ

Read More...

କୋଭିଡ୍‌-୧୯: ସୁଧ ଛାଡ଼ ଓ ଋଣକିସ୍ତି ଅବଧି ଶୁଣାଣି ସ୍ଥଗିତ

କୋଭିଡ୍‌-୧୯: ସୁଧ ଛାଡ଼ ଓ ଋଣକିସ୍ତି ଅବଧି ଶୁଣାଣି ସ୍ଥଗିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page