ତାମିଲନାଡ଼ୁରେ ପ୍ରବଳ ବର୍ଷା, ସାତ ମୃତ

December 06, 2020, ଦେଶ, , Anupambharat News Bureau


ତାମିଲନାଡ଼ୁରେ ପ୍ରବଳ ବର୍ଷା, ସାତ ମୃତ
Anupambharat News Bureau
December 06, 2020


ବାତ୍ୟା ‘ବୁରେଭି’ ଦୁର୍ବଳ ହୋଇ ଲଘୁଚାପର ରୂପ ନେବାପରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ହୋଇଛି । ବର୍ଷାଜନିତ ବିଭିନ୍ନ କାରଣ ପାଇଁ ତାମିଲନାଡ଼ୁରେ ୭ ଜଣଙ୍କ ମୃତୁ୍ୟ ଘଟିଛି । ପ୍ରତ୍ୟେକ ମୃତକଙ୍କ ପରିବାର ସଦସ୍ୟଙ୍କୁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିବା ବେଳେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ତଦାରଖ ପାଇଁ ୧୧ ବରିଷ୍ଠ ମନ୍ତ୍ରୀ ନିୟୋଜିତ ହୋଇଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ବୁରେଭି ଯୋଗୁଁ ପ୍ରାୟ ୨ ହଜାର ଘର ଆଂଶିକ ନଷ୍ଟ ହୋଇଯାଇଛି । ଗାଈ ହରାଇଥିବା ଚାଷୀଙ୍କୁ ମଧ୍ୟ ସରକାର କ୍ଷତିପୂରଣ ଦେବେ । ଗାଈ ରଖିଥିବା ବ୍ୟକ୍ତି ପ୍ରତି ଗାଈ ପିଛା ୩୦ ହଜାର ଟଙ୍କା କ୍ଷତିପୂରଣ ପାଇବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ବାତ୍ୟା ଯୋଗୁଁ ତାମିଲନାଡ଼ୁର ଦକ୍ଷିଣ ଉପକୂଳ ସ୍ଥିତ ବିଭିନ୍ନ ଅଞ୍ଚଳ ଗୁଡ଼ିକ ଜଳମଗ୍ନ ହୋଇଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେଉଁ ସରକାର ଜୟ କିଷାନର ମୂଲ୍ୟ ମାନୁନାହାନ୍ତି

କେଉଁ ସରକାର ଜୟ କିଷାନର ମୂଲ୍ୟ ମାନୁନାହାନ୍ତି

Read More...

ଦିନରେ କଳି ରାତିରେ କୋଳାକୋଳି : ଏ ଚେଲାକୁମାର

ଦିନରେ କଳି ରାତିରେ କୋଳାକୋଳି : ଏ ଚେଲାକୁମାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page