ପୁଣି କଡ଼ାକଡ଼ି ହେବ ଟ୍ରାଫିକ ନିୟମ : ରେଡ୍‌ ଲାଇଟ୍‌ ଡେଇଁଲେ ତିନି ମାସ ପାଇଁ ରଦ୍ଦ ହେବ ଡିଏଲ

December 06, 2020, ଓଡ଼ିଶା, , Anupambharat News Bureau


ପୁଣି କଡ଼ାକଡ଼ି ହେବ ଟ୍ରାଫିକ ନିୟମ : ରେଡ୍‌ ଲାଇଟ୍‌ ଡେଇଁଲେ ତିନି ମାସ ପାଇଁ ରଦ୍ଦ ହେବ ଡିଏଲ
Anupambharat News Bureau
December 06, 2020


ଭୁବନେଶ୍ୱର, ୬ା୧୨(ଅନୁପମ ମିଡ଼ିଆ): ଆଗାମୀ ଜାନୁଆରୀରୁ ପୁଣି ଥରେ ଟ୍ରାଫିକ ନିୟମ କଡାକଡି ହେବ । ସେହିପରି ହେଲମେଟ ଚେକିଂକୁ ମଧ୍ୟ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ହେଲମେଟ୍‌ ନପିନ୍ଧିଲେ ଚାଳକଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ (ଡିଏଲ୍‌) ବାତିଲ ନେଇ ରାଜ୍ୟ ପରିବହନ କତ୍ତୃର୍ପକ୍ଷ (ଓଏସ୍‌ଟିଏ)ଙ୍କ ପକ୍ଷରୁ ସୂଚନା ଦିଆ ଯିବା ପରେ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ସେ କହିଛନ୍ତି, ବର୍ତ୍ତମାନ ଚେକିଂ ସହ ଲୋକଙ୍କୁ ସଚେତନ କରାଯାଉଛି । ୨୦୧୯ ଠାରୁ କେନ୍ଦ୍ର ସରକାର ଏହି ଆଇନ ଆଣିଛନ୍ତି । କରୋନା ପାଇଁ ଏହାକୁ କୋହଳ କରାଯାଇଥିଲା । ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । ବେପରୁଆ ଗାଡି ଚାଳକଙ୍କୁ କଠୋର ଦଣ୍ଡ ଦିଆଯିବ । ଉଲ୍ଲେଖନୀୟ ଯେ ଏଣିକି ଉଭୟ ଚାଳକ ଓ ସହଯାତ୍ରୀ ହେଲମେଟ୍‌ ପିନ୍ଧିବାକୁ ବାଧ୍ୟ । ଦୁଇ ଜଣ ଯାକ ହେଲମେଟ୍‌ ନପିନ୍ଧିିଲେ ରଦ୍ଦ ହେବ ଲାଇସେନ୍ସ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । ଏହି ନୂଆ ନିୟମ, ନୂଆ ବର୍ଷରୁ ଲାଗୁ ହେଉଥିବା ବେଳେ ଏହାକୁ କଡ଼ାକଡ଼ି କରାଯିବା ନେଇ ଆଜି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ହେଲମେଟ୍‌ ପିନ୍ଧି ସୁରକ୍ଷିତ ଗାଡ଼ି ଚଳାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆ ଯାଇଛି । ପ୍ରକାଶଥାଉକି ଗତ ସେପେଫମ୍ବରରୁ ରାଜ୍ୟରେ ନୂଆ ଟ୍ରାଫିକ ନିୟମ ଲାଗୁ କରାଯାଇଥିଲା । ଏହାକୁ ନେଇ ପୋଲିସ ଓ ସାଧାରଣ ଜନତା ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖେଳରତ୍ନ ପୁରସ୍କାର ଫେରାଇବେ ବିଜେନ୍ଦ୍ର

ଖେଳରତ୍ନ ପୁରସ୍କାର ଫେରାଇବେ ବିଜେନ୍ଦ୍ର

Read More...

ଜରୁରୀ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର

ଜରୁରୀ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page