ଟାଟା ପାୱାର ହାତକୁ ଯିବ େୱସ୍କୋ ଓ ସାଉଥକୋ

December 04, 2020, ଓଡ଼ିଶା, , Anupambharat News Bureau


ଟାଟା ପାୱାର ହାତକୁ ଯିବ େୱସ୍କୋ ଓ ସାଉଥକୋ
Anupambharat News Bureau
December 04, 2020


ଭୁବନେଶ୍ୱର, ୪ା୧୨ (ଅନୁପମ ମିଡିଆ): ­ ବିଦୁ୍ୟତ ବଣ୍ଟନକାରୀ କମ୍ପାନୀ ସେସୁ ପରେ ଟାଟା ପାୱାର େୱସ୍କୋ ଓ ସାଉଥକୋ କମ୍ପାନୀକୁ ଅଧିଗ୍ରହଣ କରିବ । ଶୁକ୍ରବାର ଦିନ ଫାଇନାନ୍‌ସିଆଲ ବିଡ୍‌ ଉନ୍ମୁକ୍ତ ହେବାପରେ ଟାଟା ପାୱାର ଓଡ଼ିଶାର ଏହି ଦୁଇଟି ବିଦୁ୍ୟତ ବଣ୍ଟନକାରୀ କମ୍ପାନୀକୁ ଅଧିଗ୍ରହଣ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛି । ଏହାପରେ େୱସ୍କୋ ଓ ସାଉଥକୋର ସମସ୍ତ କର୍ମଚାରୀ ଟାଟା ଅଧୀନକୁ ଆସିବେ । ଏହି ଦୁଇ କମ୍ପାନୀକୁ ଅଧିଗ୍ରହଣ ପାଇଁ ନିଲାମ ପ୍ରକ୍ରିୟାରେ ଇଣ୍ଡିଆ ପାୱାର କର୍ପୋରେସନ ଓ ଫ୍ରାନ୍ସ ସରକାରଙ୍କ ଇଲେକଫ୍ରିସାଇଟ ଡି ଫ୍ରାନ୍ସ ସା(ଇଡିଏସ) କମ୍ପାନୀ ମଧ୍ୟ ସାମିଲ ଥିଲେ । ରାଜ୍ୟର ୩ଟି ବିଦୁ୍ୟତ ବଣ୍ଟନକାରୀ କମ୍ପାନୀ େୱସ୍କୋ, ନେସ୍କୋ ଓ ସାଉଥକୋର ଘରୋଇକରଣ ନିମନ୍ତେ ଓଇଆଇସିଙ୍କ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ନେସ୍କୋ ପାଇଁ ଟାଟା ପାୱାର ଏକମାତ୍ର କମ୍ପାନୀ ଭାବେ ଟେଣ୍ଡର ଦାଖଲ କରିଥିଲା । େୱସ୍କୋ ଓ ସାଉଥକୋକୁ ଅଧିଗ୍ରହଣ ନିମନ୍ତେ ଆଜି ଫାଇନାନ୍‌ସିଆଲ ବିଡ୍‌ (ଆର୍ଥିକ ଟେଣ୍ଡର) ଖୋଲା ଯିବାପରେ ଟାଟା ପାୱାର ଯୋଗ୍ୟ ବିବେଚିତ ହୋଇଛି । େୱସ୍କୋ ଓ ସାଉଥକୋକୁ ୨୫ବର୍ଷ ପାଇଁ ଟାଟା ପାୱାର ଅଧିଗ୍ରହଣ କରିବ । ଏହି ଦୁଇ ବିଦୁ୍ୟତ ବଣ୍ଟନକାରୀ କମ୍ପାନୀରେ ଓଡ଼ିଶା ସରକାରଙ୍କ ୪୯ପ୍ରତିଶତ ଓ ଟାଟା ପାୱାରର ୫୧ ପ୍ରତିଶତ ଅଂଶଧନ ରହିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୮ରେ ‘ଭାରତ ବନ୍ଦ’ ଡାକରା

୮ରେ ‘ଭାରତ ବନ୍ଦ’ ଡାକରା

Read More...

ସାତ ଦଫା ଦାବି ରଖିଲେ କୃଷକ ସଂଗଠନ

ସାତ ଦଫା ଦାବି ରଖିଲେ କୃଷକ ସଂଗଠନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page