ତାମିଲନାଡ଼ୁରେ ପୁଣି ବାତ୍ୟା ‘ବୁରେଭିର’

December 03, 2020, ଦେଶ, , Anupambharat News Bureau


ତାମିଲନାଡ଼ୁରେ ପୁଣି ବାତ୍ୟା ‘ବୁରେଭିର’
Anupambharat News Bureau
December 03, 2020


ଭାରତର ଦକ୍ଷିଣରେ ଥିବା ମନ୍ନାର ଉପସାଗରରେ କେନ୍ଦ୍ରୀଭୂତ ହୋଇଥିବା ସାମୁଦ୍ରିକ ବାତ୍ୟା ବୁରେଭି ଆଉ କିଛି ଘଣ୍ଟା ପରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହା ଗତ କିଛି ଘଣ୍ଟା ଧରି ଘଣ୍ଟାକୁ ୧୬ କିଲୋମିଟର ବେଗରେ ଗତି କରୁଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ବାତ୍ୟା ଆଜି ରାତି କିମ୍ବା ଆସନ୍ତା କାଲି ସକାଳ ସୁଦ୍ଧା ତାମିଲନାଡ଼ୁର ପମ୍ବନ ଓ କନ୍ୟାକୁମାରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ ଓ ସ୍ଥଳବିଶେଷରେ ପବନର ବେଗ ଘଣ୍ଟାପ୍ରତି ୯୦ କିଲୋମିଟରକୁ ବୃଦ୍ଧି ପାଇବ । ଏହାର ପ୍ରଭାବରେ ତାମିଲନାଡ଼ୁର ସମସ୍ତ ଜିଲ୍ଲା, କେରଳ ଓ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଜାରି ରହିଛି । କେତେକ ସ୍ଥାନରେ ପବନର ବେଗ ବୃଦ୍ଧି ପାଇଛି । ବିଶେଷକରି ଦକ୍ଷିଣ ତାମିଲନାଡ଼ୁ ଓ ଦକ୍ଷିଣ କେରଳ ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଲ୍‌ପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

ଏଲ୍‌ପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

Read More...

ଏମ୍‌ଡିଏଚ୍‌ ପ୍ରତିଷ୍ଠାତାଙ୍କ ପରଲୋକ

ଏମ୍‌ଡିଏଚ୍‌ ପ୍ରତିଷ୍ଠାତାଙ୍କ ପରଲୋକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page