ଲାଞ୍ଚ କାରବାରରେ ଭାରତ ନମ୍ବର ୧

November 26, 2020, ଦେଶ, , Anupambharat News Bureau


ଲାଞ୍ଚ କାରବାରରେ ଭାରତ ନମ୍ବର ୧
Anupambharat News Bureau
November 26, 2020


ନୂଆଦିଲ୍ଲୀ: ସରକାରଙ୍କ ନିରନ୍ତର ପ୍ରୟାସ ସେ‰ ଦେଶରେ ଦୁର୍ନୀତିର ଚେର ବଢି ବଢି ଚାଲିଛି । ଏହି ଚେର କେତେ ଗଭୀର ତାହାର ଝଲକ ଏକ ରିପୋର୍ଟରେ ସାମ୍ନାକୁ ଆସିଛି । ଏକ ସର୍ଭେ ଅନୁସାରେ ଏତେ ପ୍ରତିଶତ ଲୋକ କହିଛନ୍ତି ଯେ, ଦେଶରେ ଗତ ୧୨ ବର୍ଷରେ ଦୁର୍ନୀତି ହୁହୁ ହୋଇ ବଢିଛି ।
ଏହାସହ ୬୩ ପ୍ରତିଶତ ବିଶ୍ୱାସ କରୁଛନ୍ତି ଯେ, ସରକାର ଦୁର୍ନୀତି ରୋକିବାକୁ ଅନେକ ଚେଷ୍ଟା କରୁଛନ୍ତି । ଏହା ସେ‰ ଭାରତରେ ଲାଞ୍ଚ କାରବାର ହାର ୩୯ ପ୍ରତିଶତ ବୋଲି ସର୍ଭେରେ କୁହାଯାଇଛି । ଯାହା ଏସିଆରେ ସର୍ବାଧିକ । ଏହାସହ ୪୬ ପ୍ରତିଶତ ସାଧାରଣ ଲୋକ କୌଣସି କାମ ପାଇଁ ବ୍ୟକ୍ତିଗତ ସମ୍ପର୍କକୁ ବ୍ୟବହାର କରିଥାନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ସର୍ଭେରେ ଆହୁରି କୁହାଯାଇଛି ଯେ, ଲାଞ୍ଚ ଦେଉଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୫୦ ପ୍ରତିଶତ । ୩୨ ପ୍ରତିଶତ ଲୋକ କହିଛନ୍ତି ଯେ, ବ୍ୟକ୍ତିଗତ ସମ୍ପର୍କକୁ ବ୍ୟବହାର ନକଲେ କାମ ହୁଏ ନାହିଁ । ଭାରତ ପରେ କମ୍ବୋଡିଆରେ ଲାଞ୍ଚ କାରବାର ହାର ୩୭ ପ୍ରତିଶତ ରହିଛି ।
ଦେଶରେ ଦୁର୍ନୀତିର ଚେର ବଢି ବଢି ଚାଲିଛି । ଏହି ଚେର କେତେ ଗଭୀର ତାହାର ଝଲକ ଏକ ରିପୋର୍ଟରେ ସାମ୍ନାକୁ ଆସିଛି । ଏକ ସର୍ଭେ ଅନୁସାରେ ୪୭ ପ୍ରତିଶତ ଲୋକ କହିଛନ୍ତି ଯେ, ଦେଶରେ ଗତ ୧୨ ବର୍ଷରେ ଦୁର୍ନୀତି ହୁହୁ ହୋଇ ବଢିଛି । ଏହାସହ ୬୩ ପ୍ରତିଶତ ବିଶ୍ୱାସ କରୁଛନ୍ତି ଯେ, ସରକାର ଦୁର୍ନୀତି ରୋକିବାକୁ ଅନେକ ଚେଷ୍ଟା କରୁଛନ୍ତି । ଏହାପରେ ଇଣ୍ଡୋନେସିଆରେ ୩୦ ପ୍ରତିଶତ ରହିଛି । ମାଳଦ୍ୱୀପ ଓ ଜାପାନରେ ଏହା ସବୁଠାରୁ କମ୍‌ । ଏଠାରେ ଲାଞ୍ଚ କାରବାର ହାର ୨ ପ୍ରତିଶତ ଅଟେ । ସେହିପରି ଦକ୍ଷିଣ ଆଫ୍ରିକାରେ ୧୦ ପ୍ରତିଶତ, ନେପାଳରେ ୧୨ ପ୍ରତିଶତ ରହିଛି ଲାଞ୍ଚ ହାର ।
ଜାପାନରେ ସାର୍ବଜନୀନ ସେବା ପାଇବା ପାଇଁ ମାତ୍ର ୪ ପ୍ରତିଶତ ବ୍ୟକ୍ତିଗତ ସମ୍ପର୍କ ଉପରେ ଭରସା କରିଥାନ୍ତି । ଭାରତରେ ଏହି ସଂଖ୍ୟା ୪୬ ପ୍ରତିଶତ ଥିବା ବେଳେ ଇଣ୍ଡୋନେସିଆରେ ୩୬ ପ୍ରତିଶତ ଅଟେ । ବିଶ୍ୱ ଆର୍ଥିକ ମଞ୍ଚ ଜାନୁଆରୀରେ ଦାବୋସରେ ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାଶନାଲ ଦ୍ୱାରା ଜାରି କରିଥିବା ଏକ ରିପୋର୍ଟରେ ଦୁର୍ନୀତି ତାଲିକାରେ ଭାରତକୁ ୮୦ ରାଙ୍କରେ ରଖିଥିଲା । ୧୮୦ଟି ଦେଶକୁ ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା ।
ଏଠାରେ ଲାଞ୍ଚ କାରବାର ହାର ୨ ପ୍ରତିଶତ ଅଟେ । ସେହିପରି ଦକ୍ଷିଣ ଆଫ୍ରିକାରେ ୧୦ ପ୍ରତିଶତ, ନେପାଳରେ ୧୨ ପ୍ରତିଶତ ରହିଛି ଲାଞ୍ଚ ହାର । ଏହି ସର୍ଭେରେ ଏସିଆର ପ୍ରାୟ ୧୭ଟି ଦେଶର ୨୦ ହଜାର ଲୋକ ଭାଗ ନେଇଥିଲେ । ଜୁନରୁ ସେପଫମ୍ବର ମଧ୍ୟରେ ଏହି ସର୍ଭେ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜେଲ ଗଲେ ବାପା,ପୁଅ, ନ’କୋଟିରୁ ଊର୍ଦ୍ଧ୍ୱ ଆୟ ବହିର୍ଭୂତ ସମ୍ପତ୍ତିି ଠାବ

ଜେଲ ଗଲେ ବାପା,ପୁଅ, ନ’କୋଟିରୁ ଊର୍ଦ୍ଧ୍ୱ ଆୟ ବହିର୍ଭୂତ ସମ୍ପତ୍ତିି ଠାବ

Read More...

ଆଗକୁ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’: ମୋଦି

ଆଗକୁ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’: ମୋଦି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page