‘ନିଭାର’ ପ୍ରଭାବରେ ତିନି ମୃତ

November 26, 2020, ଦେଶ, , Anupambharat News Bureau


‘ନିଭାର’ ପ୍ରଭାବରେ ତିନି ମୃତ
Anupambharat News Bureau
November 26, 2020

ନୂଆଦିଲ୍ଲୀ: ଗୁରୁବାର ପ୍ରତ୍ୟୁଷରେ ସାମୁଦ୍ରିକ ବାତ୍ୟା ‘ନିଭାର’ ସ୍ଥଳଭାଗରେ ପ୍ରବେଶ କରିବା କାରଣରୁ ତାମିଲନାଡୁରେ ଅନୁ୍ୟନ ତିନିଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିିଛି ଏବଂ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି । ବାତ୍ୟା ଯୋଗୁଁ ଓ ପୁଡୁଚେରୀ ଓ ତାମିଲନାଡୁରେ ଅନେକ ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଛି । ତାମିଲନାଡୁର ଅତିରିକ୍ତ ସଚିବ ଅତୁଲ୍ୟ ମିଶ୍ର କହିଛନ୍ତି, ତିନିଜଣ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଛି ଏବଂ ତିନିଜଣ ବ୍ୟକ୍ତି ଆହତ ହୋଇଛନ୍ତି । ୧୦୧ଟି ଚାଳଘର ଭାଙ୍ଗିଯାଇଛି ଏବଂ ଉପୁଡ଼ି ପଡ଼ିଥିବା ୩୮୦ଟି ଗଛ ହଟାଇ ଦିଆଯାଇଛି । ଅତ୍ୟାବଶ୍ୟକ ସେବା ପୁଣି ସମ୍ପୂର୍ଣ୍ଣରୂପେ ଚାଲୁ ହୋଇଛି । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାମିଲନାଡୁ ଓ ପୁଡୁଚେରୀର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇ କେନ୍ଦ୍ରରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତିା ସାମୁଦ୍ରିକ ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବା ପରେ କେନ୍ଦ୍ର ସରକାର ତାମିଲନାଡୁ ଓ ପୁଡୁଚେରୀ ଉପରେ ତୀå ଦୃଷ୍ଟି ରଖିଛନ୍ତି । ସହାୟତା ନିମନ୍ତେ ’ଏନଡ଼ିଆର୍‌ଏଫ୍‌’ କର୍ମଚାରୀମାନେ କ୍ଷେତ୍ରବିଶେଷରେ ଉପସ୍ଥିତ ଅଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଗକୁ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’: ମୋଦି

ଆଗକୁ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’: ମୋଦି

Read More...

ବିଧାନସଭାରେ ହଟ୍ଟଗୋଳ, ପାଞ୍ଚ ଥର ମୁଲତବୀ

ବିଧାନସଭାରେ ହଟ୍ଟଗୋଳ, ପାଞ୍ଚ ଥର ମୁଲତବୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page