ଓଡ଼ିଶାରେ ଉପିାଦନ ହେବ କରୋନା ଟୀକା, ତିନି ଶହ କୋଟି ବ୍ୟୟରେ ଅନ୍ଧାରୁଆରେ ପ୍ରତିଷ୍ଠା ହେବ

November 06, 2020, ଓଡ଼ିଶା, , Anupambharat News Bureau


ଓଡ଼ିଶାରେ ଉପିାଦନ ହେବ କରୋନା ଟୀକା, ତିନି ଶହ କୋଟି ବ୍ୟୟରେ ଅନ୍ଧାରୁଆରେ ପ୍ରତିଷ୍ଠା ହେବ
Anupambharat News Bureau
November 06, 2020

ଭୁବନେଶ୍ୱର, ୬ା୧୧(ଅନୁପମ ମିଡ଼ିଆ): ­ ଭୁବନେଶ୍ୱର ଉପକଣ୍ଠସ୍ଥ ଅନ୍ଧାରୁଆରେ ଏକ ଟିକା ପ୍ରସ୍ତୁତିକରଣ କାରଖାନା ନିର୍ମାଣ କରାଯିବ । ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାସନାଲ ଲିଃ ଏଠାରେ ଟିକା ଉତ୍ପାଦନ କରିବ । କରୋନା ଓ ମ୍ୟାଲେରିଆ ସମେତ ମୋଟ ୧୦ ପ୍ରକାର ଟୀକା ଉପିାଦନ ହେବ । ଖୁବ୍‌ ଶୀଘ୍ର କାରଖାନାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥି ପାଇଁ ଭାରତ ବାୟୋଟେକ୍‌ ୩୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ । ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି । ଏଥିସହ ଧାର୍ଯ୍ୟସମୟରେ ଟୀକା ଉପିାଦନ ପାଇଁ ୧୫ ଦିନ ମଧ୍ୟରେ କାରାଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷେ ଆଜି ରାଜ୍ୟରେ ଗୋଟିଏ ଦିନରେ ୧୪୯୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୮୭୬୮ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୧୪୯୪ ଜଣଙ୍କ ମଧ୍ୟରୁ ୮୬୭ ଜଣ ସଂଗରୋଧରୁ ହୋଇଥିବା ବେଳେ ୬୨୭ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା
ପଜିଟିଭ ମାମଲା ସାମନାକୁ ଆସିବା ପରେ
ଏହି ବାବଦରେ କଣ୍ଟାକଫ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆନ୍ଧ୍ରର ସ୍ଥିତି ଦେଖି ନିଷ୍ପତ୍ତି ବଦଳିଲା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

ଆନ୍ଧ୍ରର ସ୍ଥିତି ଦେଖି ନିଷ୍ପତ୍ତି ବଦଳିଲା ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

Read More...

‘ପିନାକ’ର ସଫଳ ପରୀକ୍ଷଣ

‘ପିନାକ’ର ସଫଳ ପରୀକ୍ଷଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page