ନୂଆଦିଲ୍ଲୀ: ଦେଶର କୌଣସି ବି ନାଗରିକ ଏବେ ଜାମ୍ମୁ-କାଶ୍ମୀରରେ ଜମି କିଣି ପାରିବେ । ଏନେଇ ଗୃହ ମନ୍ତ୍ରଣାଳୟ ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛନ୍ତି । କି;ୁ କୃଷି ପାଇଁ ଜମି କିଣାଯାଇ ପାରିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।
କେନ୍ଦ୍ର ଦ୍ୱାରା ଜାରି ଏହି ଅଧିସୂଚନାରେ କୁହାଯାଇଛି ଯେ, ଏହି ଆଦେଶକୁ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ପୁନର୍ଗଠନ ତୃତୀୟ ଆଦେଶ-୨୦୨୦ କୁହାଯିବ । କେନ୍ଦ୍ର ଦ୍ୱାରା ଜାରି ବିଜ୍ଞପ୍ତି ପରେ ଆଦେଶକୁ ତତ୍କାଳ ପ୍ରଭାବରୁ ଲାଗୁ କରାଯାଇଛି ।
ଜାମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ଅନୁଯାୟୀ ଆମେ ଚାହୁଁଛୁ ବାହାରୁ ଶିଳ୍ପ ଆସି ଜାମ୍ମୁ-କାଶ୍ମୀରରେ ପ୍ରତିଷ୍ଠା ହେଉଛ ଏଥିପାଇଁ ଉଦ୍ୟୋଗୀଙ୍କୁ ରାଜ୍ୟରେ ଜମି ଉପଲବ୍ଧ କରାଯିବାର ଆବଶ୍ୟକତା ରହିଛି । ମାତ୍ର ଚାଷ ପାଇଁ ଜମି ବାହାର ରାଜ୍ୟର ଲୋକଙ୍କୁ ବିକ୍ରି କରାଯାଇ ପାରିବ ନାହିଁ । ଏହା ଉପରେ କେବଳ ସ୍ଥାନୀୟ ଲୋକଙ୍କ ଅଧିକାର ରହିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ାରା ନିଆଯାଇଥିବା ଏହି ନିଷ୍ପତ୍ତି ଅନୁସାରେ କୌଣସି ବି ଭାରତୀୟ ଜାମ୍ମୁ-କାଶ୍ମୀରରେ ଫ୍ୟାକଫ୍ରି, ଘର କିମ୍ବା ଦୋକାନ ପାଇଁ ଜମି କିଣି ପାରିବେ । ଏଥିପାଇଁ କୌଣସି ପ୍ରକାରର ସ୍ଥାନୀୟ ବାସିନ୍ଦା ହେବାର ପ୍ରମାଣ ଦେଖାଇବାର ଆବଶ୍ୟକତା ନାହିଁ ।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଜାମ୍ମୁ-କାଶ୍ମୀରରେ କେବଳ ସେଠାକାର ବାସିନ୍ଦାଙ୍କୁ ଜମି କିଣିବାର ଅଧିକାର ଥିଲା । ମାତ୍ର ବର୍ତ୍ତମାନ ଅନ୍ୟ ରାଜ୍ୟର ଲୋକ ଏହି ଉପତ୍ୟକାରେ ଜମି କିଣି ନିଜର କାମ ଆରମ୍ଭ କରି ପାରିବେ । ଗତ ବର୍ଷ ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲା ।
ଏହା ପରେ ୨୦୧୯ ଅକେଫାବର ୩୧ରେ ଜାମ୍ମୁ-କାଶ୍ମୀର କେନ୍ଦ୍ରି ଶାସିତ ଅଞ୍ଚଳରେ ପରିଣତ ହୋଇଥିଲା । ଏବେ କେନ୍ଦ୍ର ଶାସିତ ହେବାର ଗୋଟିଏ ବର୍ଷ ପରେ ଜମି କିଣାବିକା ଆଇନରେ ପରିବର୍ତ୍ତନ ହୋଇଛି ।